ସେପଟେ ପାଣି, ଏପଟେ ବାଲି

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୨୦।୫: ସେପଟେ ଢେଉ ଖେଳୁଛି ଅକାତକାତ ଜଳରାଶି। ଏପଟେ ରାଶି ରାଶି ବାଲି। ମରୁଭୂମିର ଭ୍ରମ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ସୀମାନ୍ତ ଛତିଶଗଡ଼ର କଲ୍‌ମା ବ୍ୟାରେଜ୍‌ ଉପରୁ ମହାନଦୀର ଉଭୟ ପଟକୁ ଚାହିଁଲେ ଏଭଳି କିଛି ଦୃଶ୍ୟ ବ୍ୟଥିତ କରୁଛି। ଏଥିରୁ ସ୍ପଷ୍ଟ ହୋଇଛି ଓଡ଼ିଶାର ଜୀବନଧାରା କୁହାଯାଉଥିବା ମହାନଦୀ ଉପରେ ପଡ଼ୋଶୀ ରାଜ୍ୟର ଏଭଳି ଏକଚାଟିଆ ଅଧିକାର, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ କାର୍ଯ୍ୟକର୍ତ୍ତା।
ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ସଙ୍ଗଠନର ୧୫ଜଣ ସଦସ୍ୟ ଗୁରୁବାର କଲ୍‌ମା ବ୍ୟାରେଜ୍‌ ଉପରୁ ନଦୀର ଉଭୟ ପାର୍ଶ୍ୱର ଭିଡିଓ ଉତ୍ତୋଳନ କରି ସାର୍ବଜନୀନ କରିଛନ୍ତି। ଛତିଶଗଡ଼ ସରକାରଙ୍କ କିଭଳି ନଦୀ ପାଣିକୁ ଅବରୋଧ କରି ମନମାନି କରୁଛି ଏବଂ ତଳମୁଣ୍ଡକୁ ପ୍ରବାହିତ ହେବାକୁ ଦେଉନାହିଁ, ତାହା ଏହି ଭିଡିଓ ଚିତ୍ରରୁ ସ୍ପଷ୍ଟ ହୋଇଛି। କିଛିଦିନ ତଳେ ବ୍ୟାରେଜ୍‌ ନିକଟ ଓଡ଼ିଶା ପାର୍ଶ୍ୱରେ ମହାନଦୀରେ ପ୍ରବଳ ସ୍ରୋତ ପ୍ରବାହିତ ହେଉଥିଲା। ଏବେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇିଛି। ଓଡ଼ିଶା ପାର୍ଶ୍ୱ ନଦୀଶଯ୍ୟା ଟାଙ୍ଗରା ପଡ଼ିଛି। କାରଣ ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ବନ୍ଦ କରି ଦେଇଛନ୍ତି। ଏହାର ପ୍ରତିବାଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ର କର୍ମକର୍ତ୍ତା। ତୁରନ୍ତ ୫ଟି ଗେଟ୍‌ ଖୋଲିବା ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ ବୋଲି ଜଳପୁରୁଷ ରାଜେନ୍ଦ୍ର କହିଛନ୍ତି। କଲ୍‌ମା ଏବଂ ସୁଖାସୋଢ଼ାଠାରେ ମହାନଦୀର ଦୃଶ୍ୟ ଦେଖି ଜଳପୁରୁଷ ରାଜେନ୍ଦ୍ର ଗଭୀର ଭାବେ ମର୍ମାହତ ହୋଇପଡ଼ିବା ସହ ଭାବବିହ୍ବଳ ବାର୍ତ୍ତା ଦେଇଛନ୍ତି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସେ ଓଡ଼ିଶାରେ ଥିବା ପର୍ଯ୍ୟନ୍ତ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ମହାନଦୀ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଚରମ ଅବହେଳାକୁ ଦର୍ଶାଇ ତୀବ୍ର ସମାଲୋଚନା କରିଛନ୍ତି। କାବେରୀ ଜଳ ବିବାଦ ପ୍ରସଙ୍ଗରେ ୭୦ ବର୍ଷ ହେଲା ଟ୍ରିବ୍ୟୁନାଲ୍‌ ଚାଲିଥିବାବେଳେ ଏହାର ସମାଧାନ ହୋଇପାରୁନାହିଁ। ମହାନଦୀ ଜଳ ବିବାଦ କେମିତି ଟ୍ରିବ୍ୟୁନାଲରେ ସମାଧାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ମହାନଦୀର ପୁନରୁଦ୍ଧାର ଲାଗି ଆଲୋଚନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ର ଆବାହକ ସୁଦର୍ଶନ ଦାସ କହିଛନ୍ତି, କଲ୍‌ମା ନିକଟରେ ଛତିଶଗଡ଼ ସରକାର ମହାନଦୀର ତଣ୍ଟି ଚିପି ଦେଇଛନ୍ତି। ସୁଖାସୋଢ଼ାଠାରେ ରାଜ୍ୟ ସରକାର ମହାନଦୀକୁ ହତ୍ୟା କରିଛନ୍ତି। ପଡ଼ୋଶୀ ରାଜ୍ୟର କାର୍ଯ୍ୟକଳାପକୁ ରାଜ୍ୟ ସରକାର ବିରୋଧ ମଧ୍ୟ କରୁନାହାନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଏକଦିବସୀୟ ସତ୍ୟାଗ୍ରହ କରାଯିବ ବୋଲି ସୁଦର୍ଶନ ସୂଚନା ଦେଇଛନ୍ତି। ୨୦୧୮ରେ ଏହି ଅଞ୍ଚଳରେ ପ୍ରବଳ ପାଣି ଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ବିଜେଡି ନେତାମାନେ ଆସି ତମ୍ବିତୋଫାନ କଲେ। ତେବେ ୨୦୧୯ ନିର୍ବାଚନ ସରିବା ପରେ ସବୁ ନୀରବି ଗଲେ। ପୁଣି ନିର୍ବାଚନ ଆସିଲେ ବିଜେଡି ନେତାମାନେ ଆସି ପହଞ୍ଚତ୍ବେ। ଇତିହାସ କେବେ ହେଲେ ଭଳି ସରକାରକୁ କ୍ଷମା ଦେବେ ନାହିଁ ବୋଲି ସୁଦର୍ଶନ କହିଛନ୍ତି। କଲ୍‌ମା ବ୍ୟାରେଜ୍‌ ଉପରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ଆବାହକ ବାସୁଦେବ ଭଟ୍ଟ, ବିନୋଦ ବେଦଙ୍କର, ନରେନ୍ଦ୍ର ଚୁଗ୍‌, ଅକ୍ଷୟ ଜେନା, ଅଶୋକ ଠାକେର, ପ୍ରତାପ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?