Posted inଜାତୀୟ

ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌…

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି। ଭାରତର ଟେଲିକମ୍‌ ସେକ୍ଟର, ସରକାରୀ କ୍ଷେତ୍ର, ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସେକ୍ଟର ଉପରେ ସାଇବର ଆକ୍ରମଣ ଲାଗି ଡ୍ରାଗନ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଚାଇନାର ବ୍ଲୁପ୍ରିଣ୍ଟ୍‌ ତାଲିକାରେ ଏନ୍‌ଟିପିସି ମଧ୍ୟ ରହିଛି। ଏକ ସାଇବର ଇଣ୍ଟେଲଜେନ୍ସ ଏଜେନ୍ସି ପକ୍ଷରୁ କରାଯାଇଥିବା ତଦନ୍ତରୁ ଏ ସମ୍ପର୍କରେ ଜଣାପଡ଼ିଛି। ଆମେରିକାୟ ପକ୍ଷରୁ ପ୍ରକାଶ ପାଇଥିବା ଏସମ୍ପର୍କିତ ରିପୋର୍ଟରେ ମଧ୍ୟ ସାଇବର ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇଛି। ଭାରତରେ ସାଇବର ଆକ୍ରମଣ ଅଭିଯାନ ଚାଇନାର ସୈନ୍ୟ ବାହିନୀର ଏକ ସ୍ବତନ୍ତ୍ର ଶାଖା ଦ୍ୱାରା କରାଯାଉଛି। ୨୦୨୧ ମାର୍ଚ୍ଚରେ ଏ ସମ୍ପର୍କରେ ଜଣାପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ପୂର୍ବ ଲଦାଖର ଗଲଓ୍ବାନ ଘାଟି ହିଂସା ପରେ ଚାଇନା ପକ୍ଷରୁ ଏଭଳି ଷଡ଼ଯନ୍ତ୍ର ରଚାଯାଇଛି। ୨୦୧୫ରେ ଚାଇନା ସୈନ୍ୟ ବାହିନୀର ପୁନର୍ଗଠନ ପରେ ସାଇବର ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri