ଶ୍ରୀଲଙ୍କାରେ ଡ୍ରାଗନ ସୈନ୍ୟ…

କଲମ୍ବୋ,୫।୭: ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଲାଗି ଚାଇନା ଉଦ୍ୟମ ଅବ୍ୟାହତ ରଖିଛି। ପୂର୍ବରୁ ପାକିସ୍ତାନରେ ଡ୍ରାଗନ ସୈନ୍ୟ ନିଜର ସଂଖ୍ୟା ବୃଦ୍ଧି କରିସାରିଛି। ନିଜର ବିସ୍ତାରବାଦୀ ଯୋଜନା ଆଧାରରେ ଚାଇନା ଏଭଳଳି କାର୍ଯ୍ୟ ଜାରି ରଖଛି। ଏବେ ଶ୍ରୀଲଙ୍କାରେ ଏଭଳି କାର୍ଯ୍ୟ ଜାରି ରହିଛି। ଶ୍ରୀଲଙ୍କାର ହମ୍ବନଟୋଟା ନିକଟରେ ଏକ ପୋଖରୀରେ କିଛି ଚାଇନା ସୈନ୍ୟ ପାରମ୍ପରିକ ପୋଷାକ ପିନ୍ଧି ଆବର୍ଜନା ସଫା କରୁଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ଚାଇନା ସୈନ୍ୟଙ୍କ ଏଭଳି କାର୍ଯ୍ୟ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାଇନା କଲମ୍ବୋ ପୋର୍ଟ ସିଟି ପ୍ରୋଜେକ୍ଟକୁ ମଧ୍ୟ ୯୯ ବର୍ଷ ଲାଗି ନିଜ ଦଖଲରେ ରଖିଛି। ଚାଇନା ସୈନ୍ୟ ପାରମ୍ପରିକ ପୋଷାକରେ ରହି ଶ୍ରୀଲଙ୍କା ଆଇନ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଶ୍ରୀଲଙ୍କା ର ପ୍ରଚଳିତ ଆଇନ ଅନୁସାରେ ଜାତୀୟ ସୈନ୍ୟ ବାହିନୀରେ କାମ କରୁ ନ ଥିବା ଲୋକେ ମିଲିଟାରୀ ପୋଷାକ ପିନ୍ଧିବା ଅବା ଏହାକୁ ରଖିବା ଏକ ଅପରାଧ। ଏଭଳି ବ୍ୟକ୍ତିଙ୍କୁ ଗିରଫ କରାଯାଇ ତାଙ୍କ ପ୍ରତି ଦେଶର ଆଇନ ଅନୁସାରେ ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି...

ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ୧୧ ବର୍ଷ ଜେଲ

ଢାକା, ୧୧ା୧୧: ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ଦୁଇଟି ଦୁର୍ନୀତି ମାମଲାରେ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଢାକା ସ୍ପେଶାଲ...

ଭାରତ ଶକ୍ତିଶାଳୀ ବୋଲି ସ୍ବୀକାର କଲା ଆମେରିକା: ମିଳିମିଶି କାମ କରିବାକୁ କହିଲା

ଓ୍ବାଶିଂଟନ, ୨୬।୧୦: ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆମେରିକା ସ୍ବୀକାର କରିଛି। ଭାରତ ସହିତ ମିଳିମିଶି କାମ କରିବାକୁ ଆମେରିକା ଆଗ୍ରହୀ ବୋଲି କହିଛି।...

ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ଲଣ୍ଡନ, ୨୪।୧: ବ୍ରିଟେନ୍‌ରେ କରୋନା ମହାମାରୀ ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ କରୋନା ସଂକ୍ରମଣକୁ ରୋକିବା ସମ୍ଭବ...

ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ...

ସ୍ପାଏଓ୍ବେର ବ୍ଲକ୍‌ କଲା ଏନ୍‌ଏସ୍‌ଓ

ଓ୍ବାଶିଂଟନ, ୧।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ବିବାଦକୁ ନେଇ ଭାରତ ସମେତ ବିଭିନ୍ନ ଦେଶରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ଇସ୍ରାଏଲ୍‌...

ଭାରତକୁ ପାକିସ୍ତାର ସମବେଦନା

ଇସ୍‌ଲାମାବାଦ,୧୪।୪: ଭାରତରେ ଭୟଙ୍କର ଭାବେ କରୋନା ଭୂତାଣୁ ସଂକ୍ରମଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ପଡ଼ୋଶୀ...

ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଙ୍ଗଠନ

ଓ୍ବାଶିଂଟନ, ୨୯।୯: ପାକିସ୍ତାନ ଅନୂ୍ୟନ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେଥିରୁ ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ...

Advertisement


Archives

Model This Week