ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏଥିରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବା ପାଇଁ ଶୁକ୍ରବାର ସ୍କୁଲ ପରିଚାଳନା କମିଟି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଲେଖି ଜଣାଇଛି । ଏହାସହିତ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍କୁଲ ଜମିକୁ ଅନ୍ୟ କୌଣସି ସଂସ୍ଥାକୁ ପ୍ରଦାନ କରାଗଲେ ଏହାକୁ ବିରୋଧ ସହିତ ତୀବ୍ର ଆନ୍ଦୋଳନ କରାଯିବ ବୋଲି କମିଟି ଚେତାବନୀ ଦେଇଛି।
ସୂଚନା ଅନୁଯାୟୀ, ୧୯୬୦ରେ ପ୍ରତିଷ୍ଠିତ ଉକ୍ତ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ତତ୍କାଳୀନ କିଛି ବଦାନ୍ୟ ବ୍ୟକ୍ତି ସ୍କୁଲକୁ ୫ଏକର ୫୫ ଡେସିମିଲ ଜମି ଦାନ ସୂତ୍ରରେ ପ୍ରଦାନ କରିଥିଲେ। ସ୍କୁଲ ନାମରେ ସେହି ଜମି ରେଜିଷ୍ଟେଶନ ମଧ୍ୟ ହୋଇଛି । କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଜମିରେ ପର୍ଯ୍ୟାୟକ୍ରମେ ଡିଇଓଙ୍କ କାର୍ଯ୍ୟାଳୟ, ଇନ୍‌ଡୋର ଷ୍ଟାଡିୟମ୍‌, ଅନ୍ବେଷା ଛାତ୍ରାବାସ ଭଳି ପ୍ରକଳ୍ପ ନିର୍ମାଣ କରାଯାଇଛି। ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ବଳକା ଜମିରେ ପୁଣି ଏବେ ମନ୍ଦିର ନିର୍ମାଣ ପାଇଁ ଏକ ଧାର୍ମିକ ଅନୁଷ୍ଠାନ ଟ୍ରଷ୍ଟବୋର୍ଡକୁ ଜମି ପ୍ରଦାନ ପାଇଁ ମସୁଧା ଚାଲିଛି। ଏହା ଜଣାପଡ଼ିବା ପରେ ଅଭିଭାବକ, ପୁରାତନ ଛାତ୍ରୀଛାତ୍ର ଏବଂ ସ୍କୁଲ ପରିଚାଳନା କମିଟି ମହଲରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷେ ଏହା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସ୍କୁଲର ଅବଶିଷ୍ଟ ଜମିକୁ ଆଉ କୌଣସି ସଂସ୍ଥା କିମ୍ବା ପ୍ରକଳ୍ପକୁ ପ୍ରଦାନ ନ କରିବା ଏବଂ ସ୍କୁଲ ନାମରେ ପଟ୍ଟା ପ୍ରଦାନ ପାଇଁ ଜିଲାପାଳଙ୍କୁ ନିବେଦନ କରିଥିଲା। ଏକଦା ଏହି ଜମିରେ ତହସିଲ କାର୍ଯ୍ୟାଳୟ ନିର୍ମାଣ ମସୁଧା ଚାଲିଥିଲା। ଏ ନେଇ ଅସନ୍ତୋଷ ଦେଖାଯିବା ସହିତ ବିରୋଧ କରାଯାଇଥିଲା। ଏବେ ଏଠାରେ ମନ୍ଦିର ନିର୍ମାଣ ମସୁଧା ଚାଲିଥିବା ଖବର ଅସନ୍ତୋଷକୁ ବଢାଇଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ଭବିଷ୍ୟତରେ ଅତିରିକ୍ତ ଶ୍ରେଣୀ କୋଠରୀ, ଏମ୍‌ଡିଏମ୍‌ ହଲ, ମିଟିଂ ହଲ ଓ ସ୍କୁଲ ପାଇଁ ଅନ୍ୟାନ୍ୟ ନିର୍ମାଣ ପାଇଁ ଜମି ଆବଶ୍ୟକତା ରହିଛି। ଫଳରେ ସ୍କୁଲ ପାଇଁ ଉଦ୍ଦିଷ୍ଟ ଜମିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ନାପସନ୍ଦ କରିଛି । ରାଜସ୍ବ ମନ୍ତ୍ରୀ ଏବଂ ଜିଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଆଲୋକ ପାଇକ, କମଳିନୀ ମାଝୀ, ନିରୁ ଭୁଏ, ଡଲି ମେଳ୍ଲି, ହେମାଙ୍ଗିନୀ ବେହେରା, ସୁଦର୍ଶନ ବାରିକ ଏବଂ ନରସିଂହ ମହାନନ୍ଦ ପ୍ରମୁଖଙ୍କ ସ୍ବାକ୍ଷର ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?