ଆନନ୍ଦପୁର ଛାତ୍ର ବିଜେଡି ସଂଯୋଜକ ହେଲେ ଅମରେନ୍ଦ୍ର

ହାଟଡ଼ିହୀ,୧ା୩(ଶୁଭକାନ୍ତ ନାୟକ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସଂଯୋଜକ ଭାବେ ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିବା ନେଇ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ଏକ ପ୍ରେସ ରିଲିଜ ଜରିଆରେ ଘୋଷଣା କରିଛନ୍ତି। ଅମରେନ୍ଦ୍ର ଧଳ ପୂର୍ବରୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଜର କର୍ତ୍ତବ୍ୟ ଓ ଦକ୍ଷତା ସମ୍ପାଦନ କରିଥିବା ବେଳେ ହାଟଡ଼ିହି ବ୍ଲକ୍‌ କଳିଗାଁ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ସଂଗଠନ ସମ୍ପାଦକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୂର୍ବତନ ଜିଲା ବିଜେଡି ସଭାପତି ତଥା ଜିଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଆକ୍ରମଣ, ଭାଜପା କର୍ମୀଙ୍କ ନାମରେ ଥାନାରେ ଏତଲା

ଆଳି,୧୧ା୨(ବନମାଳୀ ସେନାପତି) : ଆଳି ନିର୍ବାଚନମଣ୍ଡଳୀ ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା କନକଲତା ବେହେରାଙ୍କ ସ୍ବାମୀ ତଥା ଆଳି ବ୍ଲକ ବିଜେଡି ଯୁବ...

ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ

ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା...

ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ

ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ...

କପାମଣ୍ଡି ମେଶିନରେ ଶ୍ରମିକଙ୍କ ହାତ କଟିଗଲା

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି କପାମଣ୍ଡିରେ କାମ କରୁଥିବା ବେଳେ ମଙ୍ଗଳବାର ଜଣେ ଶ୍ରମିକଙ୍କ ଡ଼ାହାଣ ହାତ ପାପୁଲି କଟି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

କୋଳଶୂନ୍ୟ ହୋଇଗଲା ମାଆ: ପାଳ କୁଡ଼ିଆରେ ନିଆଁଲାଗି ୨ ଝିଅପୁଅ ଜୀବନ୍ତ ଦଗ୍ଧ

ଲାଞ୍ଜିଗଡ଼, ୧୧/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା I...

ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ...

ଲାଞ୍ଜିଗଡରେ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା

ଲାଞ୍ଜିଗଡ଼,୧୧।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦୁଇ ଦିନିଆ ଗସ୍ତରେ ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା ଆସିଥିବାବେଳେ ମଙ୍ଗଳବାର ଦ୍ଵିତୀୟ...

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ମିଶିଲେ ୩ ୱାର୍ଡମେମ୍ବର

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ଦୋମୁହାଣୀ ପଞ୍ଚୟତର ବିଜେଡି ସମର୍ଥିତ ୩ ଜଣ ୱାର୍ଡମେମ୍ବର ମଙ୍ଗଳବାର ଦଳ ଛାଡି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri