ଯୌତୁକ ନିର୍ଯାତନା ଦେବା ପଡ଼ିଲା ମହଙ୍ଗା: ସ୍ବାମୀ, ଯା’ଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫସି) ରାଜଶ୍ରୀ ଆରିୟବାଳା ତ୍ରିପାଠୀ ଗୁରୁବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ମାଜିଷ୍ଟ୍ରେଟ ନିର୍ଯାତିତା ମହିଳାଙ୍କ ସ୍ବାମୀ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମର ସୀମାଞ୍ଚଳ ମହାରଣା ଓ ଯା’ ଜୟନ୍ତୀ ମହାରଣାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାଜିଷ୍ଟ୍ରେଟ ଉଭୟଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତ୍ୟେକ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବେ, ନଚେତ ଅଧିକ ୨ମାସ ଜେଲ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୫ ଜୁନ ୧୨ ତାରିଖରେ ବିଜୟଲଷ୍ମୀ ମହାରଣାଙ୍କୁ ସୀମାଞ୍ଚଳ ବୈଦିକ ରୀତିରେ ବିବାହ କରିଥିଲେ। କନ୍ୟା ପକ୍ଷରୁ ଯୌତୁକ ବାବଦକୁ ସୁନା ଗହଣା, ଟଙ୍କା ଓ ଘରକରଣା ସାମଗ୍ରୀ ଦିଆଯାଇଥିଲା। ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ବିଜୟଲଷ୍ମୀଙ୍କୁ ସ୍ବାମୀ ଓ ଯା’ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ୨୦୧୮ରେ ବିଜୟଲଷ୍ମୀ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୪୩/୧୮) ରୁଜୁ କରିଥିଲା।

ପରେ ବିଜୟଲଷ୍ମୀଙ୍କ ସ୍ବାମୀ ଏବଂ ଯା’ଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରାଯାଇଥିଲା। ମାମଲାର ବିଚାର ବେଳେ ୧୧ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏପିପି ସୁରେନ୍ଦ୍ରନାଥ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

କାର୍ଯ୍ୟରୁ ଅବସର ନେଲେ ଏସପି ଅନିଲ କୁମାର ମିଶ୍ର, ଏବେ ଦାୟିତ୍ୱରେ ରହିବେ ନୂଆ…

ଦେବଗଡ଼,୧।୫(ଶଶାଙ୍କ ଶେଖର ଝାଙ୍କର): ୧୯୮୮ ବ୍ୟାଚର ଓଡ଼ିଶା ପୋଲିସ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଦେବଗଡ଼ ଏସପି ଅନିଲ କୁମାର ମିଶ୍ର ଗୁରୁବାର କାର୍ଯ୍ୟରୁ ଅବସର…

ନବୀନଙ୍କୁ ନେଇ ଏମିତି କହିଦେଲେ ପ୍ରଭାତୀ ପରିଡା: ଛଳନା କରି…

ଭୁବନେଶ୍ୱର,୧ା୫(ରବିନାରାୟଣ ଜେନା):ବିଧାନସଭାର ସ୍ବତନ୍ତ୍ର ଅଧିବେଶନ କାଳରେ ଗୁରୁବାର ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବର୍ଷିଛନ୍ତି। ପ୍ରଭାତୀ କହିଛନ୍ତି, ଆଜି ବିରୋଧୀ ଦଳ…

ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ: ୮୦ ପରିବାର ହନ୍ତସନ୍ତ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ କୁଶମେଲ ଗ୍ରାମର ପୁରୁଣା କଲୋନୀ ବସ୍ତିରେ ପ୍ରାୟ ୧ ମାସ ହେବ ପିଇବା ପାଣିର ଘୋର ଅଭାବ…

୪ ଦିନରେ ୩ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ଘରେ ପହଞ୍ଚିଲେ…

ଅମରପାଲି, ୧।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗୀୟ ଟିମ…

ଧରିତ୍ରୀ ପ୍ରଭାବ: ଟ୍ରାଫିକ ପୋଷ୍ଟରେ ଛପର ନିର୍ମାଣ

ନୂଆପଡ଼ା,୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ କିଛିଦିନ ହେଲା ପାରଦ ଉପରମୁହାଁ ହେବାରେ ଲାଗିଛି ା ଏପରି ସମୟରେ ସହରର ପ୍ରମୁଖ ଏକତା ଛକଠାରେ ଥିବା ଟ୍ରାଫିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri