ଡୋଭାଲଙ୍କ ସିଦ୍ଧାନ୍ତ

ଭାରତର ଡିଫେନ୍ସ ପ୍ଲାନିଂ କମିଟି (ପ୍ରତିରକ୍ଷା ଯୋଜନା କମିଟି) ୧୯ ଏପ୍ରିଲ ୨୦୧୮ରେ ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଏଥିରେ ବୈଦେଶିକ ସଚିବ, ପ୍ରତିରକ୍ଷା ସଚିବ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌, ତିନି ବାହିନୀର ମୁଖ୍ୟ ତଥା ଅର୍ଥ ବିଭାଗର ସଚିବମାନେ ସଦସ୍ୟ ଥିଲେ। ପ୍ରାଥମିକତା ଭିତ୍ତିରେ ଜାତୀୟ ପ୍ରତିରକ୍ଷା ଓ ସୁରକ୍ଷା ଦିଗକୁ ଦେଖିବା, ଅତ୍ୟାବଶ୍ୟକ ବୈଦେଶିକ ନୀତି, ପରିଚାଳନାଗତ ନିର୍ଦ୍ଦେଶ ଓ ତତ୍‌ସହ ଜଡ଼ିତ ଆବଶ୍ୟକତା, ଉପଯୋଗୀ ରଣନୀତି ଏବଂ ସୁରକ୍ଷା ସମ୍ପର୍କିତ ସିଦ୍ଧାନ୍ତ, ପ୍ରତିରକ୍ଷା ସ୍ଥିତି ତଥା ଭିତ୍ତିଭୂମିର ବିକାଶ, ଜାତୀୟ ସୁରକ୍ଷା ରଣନୀତି, ରଣନୀତିକ ପ୍ରତିରକ୍ଷା ଦୃଷ୍ଟିକୋଣ ଓ ନୀତି, ଅନ୍ତର୍ଜାତୀୟ ପ୍ରତିରକ୍ଷା କାର୍ଯ୍ୟକଳାପ ରଣନୀତି ଭଳି ଅନେକ ଦାୟିତ୍ୱ ଏହା ଉପରେ ନ୍ୟସ୍ତ କରାଯାଇଥିଲା। ଏହାର ପ୍ରଥମ ବୈଠକ ୩ ମେ ୨୦୧୮ରେ ହୋଇଥିଲା ଏବଂ ତା’ପରେ ଆଉ କୌଣସି ବୈଠକ ହୋଇଥିବା ଜଣାଯାଏ ନାହିଁ। ଜାତୀୟ ସୁରକ୍ଷା ନୀତି ଅଭାବରୁ ଭାରତ ସମ୍ଭବତଃ ତଥାକଥିତ ଡୋଭାଲ ସିଦ୍ଧାନ୍ତ ଉପରେ ନିର୍ଭରଶୀଳ। ଭିଡିଓରେ ଉପଲବ୍ଧ ଏହି ନୀତି ଲିଖିତ ଭାବେ ସାମ୍ନାକୁ ଆସି ନ ପାରେ। ଫେବୃଆରୀ ୨୦୧୪ରେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ପୂର୍ବରୁ, ଡୋଭାଲ ଥାଞ୍ଜାଭୁରସ୍ଥିତ ଶାସ୍ତ୍ର ବିଶ୍ୱବିଦ୍ୟାଳୟରେ କହିଥିଲେ, ”ଆତଙ୍କବାଦ ଏକ ଅନ୍ତର୍ଜାତୀୟ ବିଷୟ ହୋଇଥିବାରୁ ଏବଂ ପାକିସ୍ତାନ ଏହାକୁ ପ୍ରୋତ୍ସାହିତ କରିବା ଯୋଗୁ ଭାରତ ପ୍ରତି ଏହା ଏକ ରଣନୀତିକ ବିପଦ। ଆତଙ୍କବାଦକୁ କେବଳ ଏକ ବିଚାର ଓ ଶବ୍ଦ ଭାବେ ଦେଖାଯିବାରୁ ଏହା ବିରୋଧରେ ଲଢ଼େଇ ହୋଇପାରିଲା ନାହିଁ। ପ୍ରକୃତ ଶତ୍ରୁକୁ ପରାସ୍ତ କରାଯାଇପାରିଥିଲେ ଆତଙ୍କବାଦ ସହ ଲଢ଼େଇ ହୋଇପାରିଥାନ୍ତା କିମ୍ବା ସେମାନଙ୍କ ଶକ୍ତି ହ୍ରାସ ହୋଇଥାନ୍ତା। ଏଣୁ ଏହି କ୍ଷେତ୍ରରେ ଭାରତକୁ ଶତ୍ରୁ ଭାବେ ପାକିସ୍ତାନର ନାମ ନେବାକୁ ପଡ଼ିଥିଲା।“ ଡୋଭାଲ ପ୍ରଶ୍ନ କରିଥିଲେ, ତୁମେ ପାକିସ୍ତାନକୁ ଶତ୍ରୁ ଭାବେ ଚିହ୍ନଟ କରି କିଭଳି ନିୟନ୍ତ୍ରଣ କରିବ। ଏବଂ ସେ ସମ୍ପର୍କରେ ବୁଝାଇଦେଇଥିଲେ।
ସୀମାପାର ଆତଙ୍କବାଦ ବା ଉଗ୍ରବାଦରେ ପାକିସ୍ତାନର କ୍ଷମତା ଏବଂ ଆଣବିକ ଯୁଦ୍ଧର ଧମକ ଯୋଗୁ ଭାରତର ସେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ଅକ୍ଷମତା ପ୍ରକାଶ କରିବା ହିଁ ଜାତୀୟ ସୁରକ୍ଷା ରଣନୀତି ପ୍ରତି ସମସ୍ୟା ଥିଲା। ତେବେ ଆମେ ଏହାକୁ କିଭଳି ନିୟନ୍ତ୍ରଣ କରିବା? ସେ କହିଥିଲେ, ”ଏହା ସହଜ। ତୁମେ ଜାଣ, ଆମେ ତିନୋଟି ଉପାୟରେ ଶତ୍ରୁର ମୁକାବିଲା କରୁ। ଗୋଟିଏ ହେଉଛି ରକ୍ଷାତ୍ମକ ପଦ୍ଧତି। ଯଦି କେହି ଭାରତକୁ ପ୍ରବେଶ କରିବାକୁ ଆସେ ଆମେ ତାକୁ ଜଗୁଆଳି ଦ୍ୱାରା ରୋକିବୁ। ଅନ୍ୟଟି ହେଉଛି ରକ୍ଷାତ୍ମକ- ଆକ୍ରମଣ, ଅର୍ଥାତ୍‌ ନିଜକୁ ରକ୍ଷା କରିବା ଲାଗି ଆକ୍ରମଣ କରିବା ଏବଂ ଯେଉଁଠାରୁ ଆକ୍ରମଣ ହେଉଛି ଆମେ ସେଠାରେ ପହଞ୍ଚତ୍ବା। ତୃତୀୟଟି ହେଉଛି, ସିଧାସଳଖ ଆକ୍ରମଣ।“ ସେ କହିଥିଲେ, ମନମୋହନ ସିଂଙ୍କ ସରକାରରେ ଆମେ କେବଳ ରକ୍ଷାତ୍ମକ ଉପାୟରେ କାମ କରିଥିଲୁ। ସେ ମଧ୍ୟ ସୁପାରିସ କରିଥିଲେ, ପାରମ୍ପରିକ ଯୁଦ୍ଧ ବଦଳରେ ଭାରତ ପାକିସ୍ତାନ ଉପରେ ବିଭିନ୍ନ ବାଟରେ ଆକ୍ରମଣ କରୁ। ତାଙ୍କ ମତରେ, ”ପାକିସ୍ତାନକୁ ଅନେକ ଉପାୟରେ ବିପଦରେ ପକାଇବା ଲାଗି କାମ କରିପାରିବା, ଯାହା ଅର୍ଥ ବ୍ୟବସ୍ଥା, ଆଭ୍ୟନ୍ତରୀଣ ସୁରକ୍ଷା, ରାଜନୈତିକ ହୋଇପାରେ। ଅନ୍ତର୍ଜାତୀୟ ସ୍ତରରେ ଅଲଗା କରି ମଧ୍ୟ ଏହା କରାଯାଇପାରିବ। ମୁଁ ସବିଶେଷ ବର୍ଣ୍ଣନା କରୁନାହିଁ କିନ୍ତୁ ରକ୍ଷାତ୍ମକ ପଦ୍ଧତିକୁ ତୁମେ ପରିବର୍ତ୍ତନ କର।“ ଏହା ସହ ସେ ସୂଚାଇ ଦେଇଥିଲେ, ”ଆଣବିକ ସ୍ତରରେ ଯୁଦ୍ଧ ପହଞ୍ଚିବା ଉପରେ କୌଣସି ନିୟନ୍ତ୍ରଣ ନ ଥିବାରୁ ଆକ୍ରମଣ ପଦ୍ଧତିର ବାଟ ବନ୍ଦ ହୋଇଯାଇଥିଲା। ତାଙ୍କ ମତରେ ରକ୍ଷାତ୍ମକ ପଦ୍ଧତି ଅର୍ଥହୀନ। ପାକିସ୍ତାନ ପ୍ରତି ଥିବା ବିପଦ ଭାରତ ତୁଳନାରେ ଅନେକ ଗୁଣ ଅଧିକ। ଭାରତ ରକ୍ଷାତ୍ମକ ଉପାୟରୁ ତାହାର ଗତି ରକ୍ଷାତ୍ମକ-ଆକ୍ରମଣକୁ ବଦଳାଇଛି ବୋଲି ଯେତେବେଳେ ପାକିସ୍ତାନ ଜାଣିବ, ସେତେବେଳେ ଏହାର କ୍ଷତି ସହିବାକୁ ସେମାନେ ଅସମର୍ଥ ବୋଲି ଅନୁଭବ କରିପାରିବେ। ବେଲୁଚିସ୍ତାନ ହରାଇପାରନ୍ତି। ଏଠି ଆଣବିକ ଯୁଦ୍ଧ ହେବ ନାହିଁ କି ସୈନ୍ୟ ଲଢ଼ିବେ ନାହିଁ। କ୍ଷତି କରିବାର ତୁମେ ଯଦି ଉପାୟ ଜାଣିଛ, ତେବେ ଆମେ ତା’ଠାରୁ ଅଧିକ ଜାଣିଛୁ।“
ଡୋଭାଲ ଆହୁରି ମଧ୍ୟ କହିଥିଲେ, ”ଆମର ସମସ୍ୟା ହେଉଛି ଆମେ ସବୁବେଳେ ରକ୍ଷାତ୍ମକ ପଦ୍ଧତି ଅବଲମ୍ବନ କରିଆସୁଛୁ। ଯଦି ଆମେ ସ୍ବ ରକ୍ଷା ପାଇଁ ଆକ୍ରମଣ ବାଟ ଧରିଥାଆନ୍ତୁ, ତେବେ ମୃତାହତଙ୍କ ସଂଖ୍ୟା ହ୍ରାସ କରିପାରିଥାନ୍ତୁ।“ ଏହା ଥିଲା ଡୋଭାଲଙ୍କ ସିଦ୍ଧାନ୍ତ, ଯାହା ଆତଙ୍କବାଦ ଯୋଗୁ ଭାରତ ପ୍ରତି ସୃଷ୍ଟି ହୋଇଥିବା ରଣନୀତିକ ବିପଦକୁ ସାମ୍ନାକୁ ଆଣିଥିଲା। ଏହି ଅଲିଖିତ ସିଦ୍ଧାନ୍ତ ସରକାରଙ୍କ ଦ୍ୱାରା ଗ୍ରହଣୀୟ ହେଲା କି ନାହିଁ ତାହା ଅସ୍ପଷ୍ଟ ରହିଛି। କିନ୍ତୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ଡୋଭାଲଙ୍କ ଦଶନ୍ଧିର ପ୍ରଭାବ ପଡ଼ିଛି। ଭାରତ ୨୦୨୦ରେ ଅପରପକ୍ଷର ଆହ୍ବାନର ସମ୍ମୁଖୀନ ହୋଇଥିଲା। ଏହି ସ୍ଥିତିରେ ପୂର୍ବତନ ସେନାଧ୍ୟକ୍ଷ ପ୍ରକାଶ ମେନନ୍‌ ଦର୍ଶାଇଥିଲେ ଯେ, ଅନେକ ଦଶନ୍ଧି ଧରି ସେନା ପ୍ରତି ଭାରତର ରାଜନୈତିକ ମାର୍ଗଦର୍ଶନ ପାକିସ୍ତାନ କୈନ୍ଦ୍ରିକ (ବିପଦ ଭାବେ) ଥିଲା। କିନ୍ତୁ ଏବେ ଚାଇନାର ବିପଦ ଆମ ଦ୍ୱାରଦେଶରେ ପହଞ୍ଚତ୍ଛି। ତେବେ ଉପା ଅମଳରେ ‘ରକ୍ଷା ମନ୍ତ୍ରୀସ୍‌ ଡାଇରେକ୍ଟିଭ୍‌ସ’ ବା ରକ୍ଷାମନ୍ତ୍ରୀଙ୍କ ଔପଚାରିକ ନିର୍ଦ୍ଦେଶ (ଯାହା ଯୁଦ୍ଧ ଆଶଙ୍କାରେ ସୈନ୍ୟବାହିନୀଗୁଡ଼ିକ କେତେ ପରିମାଣର ଅସ୍ତ୍ରଶସ୍ତ୍ର ରଖିବା ଉଚିତ) ଡକ୍ୟୁମେଣ୍ଟରେ ପୂର୍ବତନ ଜେନେରାଲ ମେନନ୍‌ କହିଥିଲେ, ”ଲଗାତର ଏକ ସୁସଙ୍ଗତ ବା ସ୍ପଷ୍ଟ ଜାତୀୟ ସୁରକ୍ଷା ରଣନୀତି ସହ ନେତୃତ୍ୱ ଅଭାବ ଲାଗି ରହିଛି। ଏନ୍‌ଏସ୍‌ଏ ନେତୃତ୍ୱରେ ଗଠିତ ପ୍ରତିରକ୍ଷା ଯୋଜନା କମିଟିକୁ ଏହି ଦାୟିତ୍ୱ ଦୁଇ ବର୍ଷ ପୂର୍ବେ ଦିଆଯାଇଥିଲା। ଅଦ୍ୟାବଧି କିଛି ବି ପଦକ୍ଷେପ ନିଆଯାଇନାହିଁ।
ପହଲଗାମ୍‌ ଆକ୍ରମଣ ପରେ ଏବେ ପୁନର୍ବାର ପାଶ୍ଚାତ୍ୟ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଚାଇନା ସହ ସଂଘର୍ଷ ଘଟିବାର ପାଞ୍ଚବର୍ଷ ଏବଂ ପ୍ରତିରକ୍ଷା ଯୋଜନା କମିଟି ଗଠନ ହେବାର ସାତବର୍ଷ ବିତିଗଲାଣି। ସମ୍ଭବତଃ ଏବକାର ଘଟଣାଗୁଡ଼ିକ ସରକାରଙ୍କୁ ଜାତୀୟ ସୁରକ୍ଷା ନୀତି ଲାଗୁ କରିବାକୁ ଉତ୍ସାହିତ କରିବ ଏବଂ ଏହି ଆଧାରରେ ଆମ ଉପରେ ପାରମ୍ପରିକ କିମ୍ବା ଆତଙ୍କବାଦ ଆକ୍ରମଣ ହେଲେ ଆମେ ପଦକ୍ଷେପ ନେବାକୁ ଅଗ୍ରସର ହୋଇପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri