ସମୟକୁ ନେଇ ପ୍ରଶ୍ନ: ପାକିସ୍ତାନକୁ ଆଇଏମ୍‌ଏଫ୍‌ର ୧ ବିଲିୟନ ଡଲାର ଋଣ

ନ୍ୟୁୟର୍କ/ ଇସ୍‌ଲାମାବାଦ, ୧୧।୫ (ପି.ଟି.): ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଶୁକ୍ରବାର ପାକିସ୍ତାନକୁ ୧ ବିଲିୟନ ଆମେରିକୀୟ ଡଲାର ଋଣ ମଞ୍ଜୁର କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ଏହି ସମୟରେ ଅନ୍ତର୍ଜାତୀୟ ଋଣପ୍ରଦାନକାରୀ ସଂସ୍ଥାର ଏଭଳି ନିଷ୍ପତ୍ତି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଶନିବାର ପ୍ରାରମ୍ଭରେ ଶୁଣିବାକୁ ମିଳିଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ପରେ ପାକିସ୍ତାନ ତାହାକୁ ଉଲ୍ଲଂଘନ କରିଥିବା ଖବର ମିଳିଲା। ତେବେ ଏହି ଋଣ ପ୍ରଦାନ ସହ ଅସ୍ତ୍ରବିରତିର ସମ୍ପର୍କ ରହିଥିବା ନେଇ ଆଲୋଚନା ହେଲାଣି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ତାଙ୍କ ଯୋଗୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିବା ବେଳେ ଭାରତ କହିଛି ଯେ ତାହା ପାକିସ୍ତାନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ହୋଇଛି। କିନ୍ତୁ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଓ ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ତାଙ୍କ ଦେଶ ହସ୍ତକ୍ଷେପରେ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ୧ ବିଲିୟନ ଆମେରିକୀୟ ଡଲାର ଯାଚି ଆମେରିକା ଅସ୍ତ୍ରବିରତିରେ ରାଜି ହେବା ଲାଗି ପାକିସ୍ତାନ ଉପରେ ଚାପ ପକାଇଥିଲା । କାରଣ ଓ୍ବାଶିଂଟନ ଡିସିର ବିନା ଅନୁମୋଦନରେ ଋଣ ମିଳି ନ ଥାଏ, ଯେହେତୁ ହ୍ବାଇଟ୍‌ ହାଉସ ଏଥିଲାଗି ଶେଷ ସ୍ପର୍ଶକାରୀ ଭୂମିକା ନିର୍ବାହ କରିଥାଏ।
ପାକିସ୍ତାନର ଦୁର୍ବଳ ଆର୍ଥିକ ସ୍ଥିତି ଓ ତାହାକୁ ମିଳୁଥିବା ସହାୟତା ରାଷ୍ଟ୍ର ପ୍ରାୟୋଜିତ ସୀମାପାର ଆତଙ୍କବାଦରେ ବିନିଯୋଗ ହେଉଥିବାରୁ ଭାରତ ପୂର୍ବରୁ ବହୁବାର ଅନ୍ତର୍ଜାତୀୟ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇ ଆସିଛି। ଶୁକ୍ରବାର ଅନୁଷ୍ଠିତ ଆଇଏମ୍‌ଏଫ୍‌ ବୋର୍ଡ ବୈଠକରେ ପାକିସ୍ତାନକୁ ଏକ୍ସଟେଣ୍ଡେଡ୍‌ ଫଣ୍ଡ୍‌ ଫ୍ୟାସିଲିଟି (ଇଏଫ୍‌ଏଫ୍‌) ଜରିଆରେ ଦିଆଯିବାକୁ ଥିବା ୨.୩ ବିଲିୟନ ଆମେରିକୀୟ ଡଲାର ଋଣ ଉପରେ ସମୀକ୍ଷା କରିବା ଲାଗି କହି ଭାରତ ପ୍ରତିବାଦ କରିଥିଲା। କିନ୍ତୁ ଆଇଏମ୍‌ଏଫ୍‌ ଏକ ବିବୃତିରେ ଜଣାଇଥିଲା ଯେ ପାକିସ୍ତାନର ୩୭ ମାସର ଇଏଫ୍‌ଏଫ୍‌କୁ ୨୫ ସେପ୍ଟେମ୍ବର ୨୦୨୪ରେ ମଞ୍ଜୁରୀ ମିଳିଥିଲା। ତାହା ପାକିସ୍ତାନର ନିରନ୍ତର ବିକାଶ ଦିଗରେ ଅଭିପ୍ରେତ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନକୁ ୧ ବିଲିୟନ ଆମେରିକୀୟ ଡଲାର ମଞ୍ଜୁରୀ କରାଯାଇଛି ବୋଲି ମୁଦ୍ରାପାଣ୍ଠି ପକ୍ଷରୁ କୁହାଯାଇଛି।
ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ପାକିସ୍ତାନକୁ ଆଇଏମ୍‌ଏଫ୍‌ର ଋଣ ପ୍ରଦାନ ବିଶ୍ୱ ସମୁଦାୟକୁ ଏକ ଭୟଙ୍କର ବାର୍ତ୍ତା ଦେଇଛି ବୋଲି ଭାରତ କହିଛି। ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଆଇଏମ୍‌ଏଫ୍‌ର ଋଣ ପ୍ରଦାନରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପାକିସ୍ତାନର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସୁଥିବା ବେଳେ ଭାରତ ଷଡ଼ଯନ୍ତ୍ର କରି ଆଇଏମ୍‌ଏଫ୍‌ ଋଣ ରୋକିବା ଲାଗି କରିଥିବା ପ୍ରୟାସ ବିଫଳ ହୋଇଛି ବୋଲି ଶରିଫ୍‌ କହିଛନ୍ତି।

ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ଶନିବାର ପାକିସ୍ତାନ ଆଗେ ଉଲ୍ଲଂଘନ କରିବା ତା’ ନିଜ ଉପରେ ସଂଯମ ନାହିଁ ବୋଲି କୁହାଗଲାଣି। ଆଲୋଚନା ହେଲାଣି ଋଣ ପାଇଯିବା ପରେ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପାକିସ୍ତାନ ପୁଣି ଅଣ୍ଟା ଭିଡ଼ିଲା। ଏକ ତଥ୍ୟରୁ ଜଣାପଡ଼ିଛି ୨୦୨୪ରେ ପାକିସ୍ତାନ ତା’ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨.୬ ପ୍ରତିଶତ ବା ୧୦.୧ ବିଲିୟନ ଆମେରିକୀୟ ଡଲାର ସାମରିକ ବଜେଟ ପାଇଁ ଖର୍ଚ୍ଚ କରିଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ସାମରିକ ବଜେଟ ୨୦୨୪ରେ ୮୬.୧ ବିଲିୟନ ଡଲାର ଥିଲା। ଦେଖିବାକୁ ଗଲେ ପାକିସ୍ତାନର ବାହ୍ୟଋଣ ପରିମାଣ ୧୩୦ ବିଲିୟନ ଆମେରିକୀୟ ଡଲାର ଉପରେ ରହିଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ, ପାକିସ୍ତାନର ଋଣ ପରିମାଣ ବିରାଟ ଆକାର ଥିବା ବେଳେ ଆଇଏମ୍‌ଏଫ୍‌ ପୁଣି ତାକୁ ସହଯୋଗ କରିବାକୁ ଆଗେଇ ଆସିବା ପଛରେ ଆମେରିକାର ସମ୍ପୂର୍ଣ୍ଣ ହାତ ରହିଛି। ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ ଶିଳ୍ପ ବଡ଼ ଥିବାରୁ ସେ ସଂକ୍ରାନ୍ତ ସାମଗ୍ରୀ ଅନ୍ୟ ଦେଶକୁ ବିକି ଲାଭ ଉଠାଇବା ଲକ୍ଷ୍ୟ ରଖିଥାଏ। ଚର୍ଚ୍ଚା ହେଉଛି ପାକିସ୍ତାନକୁ ଆଇଏମ୍‌ଏଫ୍‌ ପକ୍ଷରୁ ଦିଆଯାଇଥିବା ୧ ବିଲିୟନ ଆମେରିକୀୟ ଡଲାର ଋଣର ବହୁଳ ଅଂଶ ଆମେରିକାରୁ ଯୁଦ୍ଧାସ୍ତ୍ର କିଣିବାରେ ବିନିଯୋଗ ହୋଇପାରେ। ପାକିସ୍ତାନର ବିଶିଷ୍ଟ ଅର୍ଥନୀତିଜ୍ଞ କେଇସର ବେଙ୍ଗଲି କହିଛନ୍ତି ଯେ ତାଙ୍କ ଦେଶ ଋଣ ପରିଶୋଧ କରିବା ଲାଗି ଋଣ ନେଇ ଏବେ ଗରିବ। ଯେତେବେଳେ ନିଜ ଦେଶର ଅର୍ଥନୀତିଜ୍ଞ ଏଭଳି ମତ ଦେଉଛନ୍ତି ସେତେବେଳେ ପାକିସ୍ତାନର ଅର୍ଥନୀତି ନୀତି କେତେ ସୁଦୃଢ଼ ଅଛି ସହଜରେ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri