ସମୟକୁ ନେଇ ପ୍ରଶ୍ନ: ପାକିସ୍ତାନକୁ ଆଇଏମ୍‌ଏଫ୍‌ର ୧ ବିଲିୟନ ଡଲାର ଋଣ

ନ୍ୟୁୟର୍କ/ ଇସ୍‌ଲାମାବାଦ, ୧୧।୫ (ପି.ଟି.): ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଶୁକ୍ରବାର ପାକିସ୍ତାନକୁ ୧ ବିଲିୟନ ଆମେରିକୀୟ ଡଲାର ଋଣ ମଞ୍ଜୁର କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ଏହି ସମୟରେ ଅନ୍ତର୍ଜାତୀୟ ଋଣପ୍ରଦାନକାରୀ ସଂସ୍ଥାର ଏଭଳି ନିଷ୍ପତ୍ତି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଶନିବାର ପ୍ରାରମ୍ଭରେ ଶୁଣିବାକୁ ମିଳିଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ପରେ ପାକିସ୍ତାନ ତାହାକୁ ଉଲ୍ଲଂଘନ କରିଥିବା ଖବର ମିଳିଲା। ତେବେ ଏହି ଋଣ ପ୍ରଦାନ ସହ ଅସ୍ତ୍ରବିରତିର ସମ୍ପର୍କ ରହିଥିବା ନେଇ ଆଲୋଚନା ହେଲାଣି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ତାଙ୍କ ଯୋଗୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିବା ବେଳେ ଭାରତ କହିଛି ଯେ ତାହା ପାକିସ୍ତାନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ହୋଇଛି। କିନ୍ତୁ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଓ ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ତାଙ୍କ ଦେଶ ହସ୍ତକ୍ଷେପରେ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ୧ ବିଲିୟନ ଆମେରିକୀୟ ଡଲାର ଯାଚି ଆମେରିକା ଅସ୍ତ୍ରବିରତିରେ ରାଜି ହେବା ଲାଗି ପାକିସ୍ତାନ ଉପରେ ଚାପ ପକାଇଥିଲା । କାରଣ ଓ୍ବାଶିଂଟନ ଡିସିର ବିନା ଅନୁମୋଦନରେ ଋଣ ମିଳି ନ ଥାଏ, ଯେହେତୁ ହ୍ବାଇଟ୍‌ ହାଉସ ଏଥିଲାଗି ଶେଷ ସ୍ପର୍ଶକାରୀ ଭୂମିକା ନିର୍ବାହ କରିଥାଏ।
ପାକିସ୍ତାନର ଦୁର୍ବଳ ଆର୍ଥିକ ସ୍ଥିତି ଓ ତାହାକୁ ମିଳୁଥିବା ସହାୟତା ରାଷ୍ଟ୍ର ପ୍ରାୟୋଜିତ ସୀମାପାର ଆତଙ୍କବାଦରେ ବିନିଯୋଗ ହେଉଥିବାରୁ ଭାରତ ପୂର୍ବରୁ ବହୁବାର ଅନ୍ତର୍ଜାତୀୟ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇ ଆସିଛି। ଶୁକ୍ରବାର ଅନୁଷ୍ଠିତ ଆଇଏମ୍‌ଏଫ୍‌ ବୋର୍ଡ ବୈଠକରେ ପାକିସ୍ତାନକୁ ଏକ୍ସଟେଣ୍ଡେଡ୍‌ ଫଣ୍ଡ୍‌ ଫ୍ୟାସିଲିଟି (ଇଏଫ୍‌ଏଫ୍‌) ଜରିଆରେ ଦିଆଯିବାକୁ ଥିବା ୨.୩ ବିଲିୟନ ଆମେରିକୀୟ ଡଲାର ଋଣ ଉପରେ ସମୀକ୍ଷା କରିବା ଲାଗି କହି ଭାରତ ପ୍ରତିବାଦ କରିଥିଲା। କିନ୍ତୁ ଆଇଏମ୍‌ଏଫ୍‌ ଏକ ବିବୃତିରେ ଜଣାଇଥିଲା ଯେ ପାକିସ୍ତାନର ୩୭ ମାସର ଇଏଫ୍‌ଏଫ୍‌କୁ ୨୫ ସେପ୍ଟେମ୍ବର ୨୦୨୪ରେ ମଞ୍ଜୁରୀ ମିଳିଥିଲା। ତାହା ପାକିସ୍ତାନର ନିରନ୍ତର ବିକାଶ ଦିଗରେ ଅଭିପ୍ରେତ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନକୁ ୧ ବିଲିୟନ ଆମେରିକୀୟ ଡଲାର ମଞ୍ଜୁରୀ କରାଯାଇଛି ବୋଲି ମୁଦ୍ରାପାଣ୍ଠି ପକ୍ଷରୁ କୁହାଯାଇଛି।
ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ପାକିସ୍ତାନକୁ ଆଇଏମ୍‌ଏଫ୍‌ର ଋଣ ପ୍ରଦାନ ବିଶ୍ୱ ସମୁଦାୟକୁ ଏକ ଭୟଙ୍କର ବାର୍ତ୍ତା ଦେଇଛି ବୋଲି ଭାରତ କହିଛି। ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଆଇଏମ୍‌ଏଫ୍‌ର ଋଣ ପ୍ରଦାନରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପାକିସ୍ତାନର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସୁଥିବା ବେଳେ ଭାରତ ଷଡ଼ଯନ୍ତ୍ର କରି ଆଇଏମ୍‌ଏଫ୍‌ ଋଣ ରୋକିବା ଲାଗି କରିଥିବା ପ୍ରୟାସ ବିଫଳ ହୋଇଛି ବୋଲି ଶରିଫ୍‌ କହିଛନ୍ତି।

ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ଶନିବାର ପାକିସ୍ତାନ ଆଗେ ଉଲ୍ଲଂଘନ କରିବା ତା’ ନିଜ ଉପରେ ସଂଯମ ନାହିଁ ବୋଲି କୁହାଗଲାଣି। ଆଲୋଚନା ହେଲାଣି ଋଣ ପାଇଯିବା ପରେ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପାକିସ୍ତାନ ପୁଣି ଅଣ୍ଟା ଭିଡ଼ିଲା। ଏକ ତଥ୍ୟରୁ ଜଣାପଡ଼ିଛି ୨୦୨୪ରେ ପାକିସ୍ତାନ ତା’ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨.୬ ପ୍ରତିଶତ ବା ୧୦.୧ ବିଲିୟନ ଆମେରିକୀୟ ଡଲାର ସାମରିକ ବଜେଟ ପାଇଁ ଖର୍ଚ୍ଚ କରିଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ସାମରିକ ବଜେଟ ୨୦୨୪ରେ ୮୬.୧ ବିଲିୟନ ଡଲାର ଥିଲା। ଦେଖିବାକୁ ଗଲେ ପାକିସ୍ତାନର ବାହ୍ୟଋଣ ପରିମାଣ ୧୩୦ ବିଲିୟନ ଆମେରିକୀୟ ଡଲାର ଉପରେ ରହିଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ, ପାକିସ୍ତାନର ଋଣ ପରିମାଣ ବିରାଟ ଆକାର ଥିବା ବେଳେ ଆଇଏମ୍‌ଏଫ୍‌ ପୁଣି ତାକୁ ସହଯୋଗ କରିବାକୁ ଆଗେଇ ଆସିବା ପଛରେ ଆମେରିକାର ସମ୍ପୂର୍ଣ୍ଣ ହାତ ରହିଛି। ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ ଶିଳ୍ପ ବଡ଼ ଥିବାରୁ ସେ ସଂକ୍ରାନ୍ତ ସାମଗ୍ରୀ ଅନ୍ୟ ଦେଶକୁ ବିକି ଲାଭ ଉଠାଇବା ଲକ୍ଷ୍ୟ ରଖିଥାଏ। ଚର୍ଚ୍ଚା ହେଉଛି ପାକିସ୍ତାନକୁ ଆଇଏମ୍‌ଏଫ୍‌ ପକ୍ଷରୁ ଦିଆଯାଇଥିବା ୧ ବିଲିୟନ ଆମେରିକୀୟ ଡଲାର ଋଣର ବହୁଳ ଅଂଶ ଆମେରିକାରୁ ଯୁଦ୍ଧାସ୍ତ୍ର କିଣିବାରେ ବିନିଯୋଗ ହୋଇପାରେ। ପାକିସ୍ତାନର ବିଶିଷ୍ଟ ଅର୍ଥନୀତିଜ୍ଞ କେଇସର ବେଙ୍ଗଲି କହିଛନ୍ତି ଯେ ତାଙ୍କ ଦେଶ ଋଣ ପରିଶୋଧ କରିବା ଲାଗି ଋଣ ନେଇ ଏବେ ଗରିବ। ଯେତେବେଳେ ନିଜ ଦେଶର ଅର୍ଥନୀତିଜ୍ଞ ଏଭଳି ମତ ଦେଉଛନ୍ତି ସେତେବେଳେ ପାକିସ୍ତାନର ଅର୍ଥନୀତି ନୀତି କେତେ ସୁଦୃଢ଼ ଅଛି ସହଜରେ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?