ମାସକ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ

ନାଉଗାଁ ,୨ା୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ୭ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ୬ଟି ସୋସାଇଟି ରହିଥିବା ବେଳେ ପ୍ରଥମ ଥର ନନ୍ଦମଣୀ ସ୍ବୟଂ ସହାୟିକା ଦଳକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି। ଜାନୁୟାରୀ ପ୍ରଥମ ସପ୍ତାହରେ ୭ଟି ଯାକ ମଣ୍ଡି ଖୋଲା ଯାଇଥିବାବେଳେ ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କଠାରୁ ସମସ୍ତ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଧାନ ସଂଗ୍ରହ ପାଇଁ ସରକାରଙ୍କ ପାଖରେ ମାସେ ସମୟ ରହିଛି। ଅଦ୍ୟାବଧି ଉକ୍ତ ୭ଟି ମଣ୍ଡିରୁ ମାତ୍ର ୫୧.୭୨ ପ୍ରତିଶତ ଧାନ ସଂଗ୍ରହ କରାଯାଇଛି। ଜାନୁୟାରୀରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ୨୩୧୪ ଜଣ ଚାଷୀ ୭୮, ୯୭୨.୩୫ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଛନ୍ତି। ଅନେକ ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ତାହାକୁ ଚାଷୀମାନେ ଜଗି ବସିଛନ୍ତି। ମିଲରମାନେ ଆବଶ୍ୟକ ସଂଖ୍ୟକ ଗାଡି ଆଣି ପାରୁ ନ ଥିବାରୁ ଧାନ ଯିବାରେ ସମସ୍ୟା ସୃଷ୍ଟି ହୋଇଛି। ବ୍ଲକରେ ଥିବା ଚାଷୀଙ୍କ ପାଖରେ ୧,୩୬,୯୯୦ କୁଇଣ୍ଟାଲ ଧାନ ଥିବା ବେଳେ ସେଥିରୁ ବିଭିନ୍ନ ସୋସାଇଟି ମାଧ୍ୟମରେ ୯୦.୫୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅବଶିଷ୍ଟ ୪୬,୪୯୦ କୁଇଣ୍ଟାଲ ଧାନ କେବେ ଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଫଳରେ ଧାନ ବିକ୍ରି କରିପାରି ନ ଥିବା ଚାଷୀ ଚିନ୍ତାରେ ପଡିଛନ୍ତି। ଋଣ ସମେତ ଧାର, ଉଦ୍ଧାର କରି ଚାଷୀ ବହୁ କଷ୍ଟରେ ଧାନ ଚାଷ କରିଥିଲେ। ଧାନ ବିକ୍ରି ହେଲେ ଋଣ ଶୁଝିବା ପାଇଁ ବସିଥିବା ବେଳେ ତାହା ସମ୍ଭବ ହୋଇପାରୁନାହିଁ।
ସୂଚନାଯୋଗ୍ୟ, ବ୍ଲକର ଗଜରାଜପୁର ମଣ୍ଡିରେ ୯୭୮ ଜଣ ଚାଷୀ ନାମ ପଞ୍ଜୀକୃତ ହୋଇଥିବା ବେଳେ ୩୧ ହଜାର କୁଇଣ୍ଟାଲ ଧାନ ଦେବାକୁ ଟୋକନ ଆବଶ୍ୟକ ଥିବା ବେଳେ ସରକାରଙ୍କ ପକ୍ଷରୁ ୧୯ ହଜାର ୫ଶହ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟୋକନ ପ୍ରଦାନ କରାଯାଇଛି। ସେହିପରି ଅଲଣା ମଣ୍ଡିରେ ୫୭୪ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୨୨,୩୮୩ କୁଇଣ୍ଟାଲ ଧାନ ଦେବାକୁ ଆବଶ୍ୟକ ଥିବାବେଳେ ୧୪ହଜାର କୁଇଣ୍ଟାଲ ଧାନ, ଶିଖର ମଣ୍ଡିରେ ୫୩୬ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧୬ ହଜାର ୮ ଶହ କୁଇଣ୍ଟାଲ ଆବଶ୍ୟକ ଥିବାବେଳେ ୧୨ ହଜାର କୁଇଣ୍ଟାଲ, ତିରୁଣା ମଣ୍ଡିରେ ୮୮୨ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ୨୨ ହଜାର ୫ଶହ କୁଇଣ୍ଟାଲ ଧାନ ଆବଶ୍ୟକ ଥିବାବେଳେ ୧୪ ହଜାର ୫ଶହ କୁଇଣ୍ଟାଲ, ନାଉଗାଁ ମଣ୍ଡିରେ ୬୬୨ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ୨୧ ହଜାର ୮ଶହ କୁଇଣ୍ଟାଲ ଧାନ ଆବଶ୍ୟକ ଥିବା ବେଳେ ୧୫ ହଜାର ୫ ଶହ କୁଇଣ୍ଟାଲ ଧାନ, ଡେରିକି ମଣ୍ଡିରେ ୮୪୩ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୨୧ ହଜାର ୯ ଶହ ୭ କୁଇଣ୍ଟାଲ ଧାନ ଟୋକନ ଆବଶ୍ୟକ ଥିବା ବେଳେ ସରକାରଙ୍କ ପକ୍ଷରୁ ୧୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟୋକନ ପ୍ରଦାନ କରାଯାଇଛି। ସେହିପରି ନନ୍ଦମଣୀ ସ୍ବୟଂ ସହାୟିକା ଗୋଷ୍ଠୀ ମଣ୍ଡିରେ ୯୯ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ୬ ଶହ କୁଇଣ୍ଟାଲ ଧାନ ପ୍ରଦାନର ଆବଶ୍ୟକତା ରହିଥିବା ଜଣାଯାଇଛି। ସରକାର ପ୍ରତି ସୋସାଇଟିକୁ ଦେଇଥିବା ଲକ୍ଷ୍ୟ ଧାର୍ଯ୍ୟ ପରେ ବଳକା ଧାନ କେବେ ଯିବ ସେ ବିଷୟରେ ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରେ ସରକାରଙ୍କ ପକ୍ଷରୁ ଯେଉଁ ଟାର୍ଗେଟ ଆସୁଛି ସେହି ଅନୁସାରେ ପ୍ରତି ସୋସାଇଟିକୁ ଟାର୍ଗେଟ ବଣ୍ଟନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?