ମାସକ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ

ନାଉଗାଁ ,୨ା୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ୭ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ୬ଟି ସୋସାଇଟି ରହିଥିବା ବେଳେ ପ୍ରଥମ ଥର ନନ୍ଦମଣୀ ସ୍ବୟଂ ସହାୟିକା ଦଳକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି। ଜାନୁୟାରୀ ପ୍ରଥମ ସପ୍ତାହରେ ୭ଟି ଯାକ ମଣ୍ଡି ଖୋଲା ଯାଇଥିବାବେଳେ ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କଠାରୁ ସମସ୍ତ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଧାନ ସଂଗ୍ରହ ପାଇଁ ସରକାରଙ୍କ ପାଖରେ ମାସେ ସମୟ ରହିଛି। ଅଦ୍ୟାବଧି ଉକ୍ତ ୭ଟି ମଣ୍ଡିରୁ ମାତ୍ର ୫୧.୭୨ ପ୍ରତିଶତ ଧାନ ସଂଗ୍ରହ କରାଯାଇଛି। ଜାନୁୟାରୀରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ୨୩୧୪ ଜଣ ଚାଷୀ ୭୮, ୯୭୨.୩୫ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଛନ୍ତି। ଅନେକ ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ତାହାକୁ ଚାଷୀମାନେ ଜଗି ବସିଛନ୍ତି। ମିଲରମାନେ ଆବଶ୍ୟକ ସଂଖ୍ୟକ ଗାଡି ଆଣି ପାରୁ ନ ଥିବାରୁ ଧାନ ଯିବାରେ ସମସ୍ୟା ସୃଷ୍ଟି ହୋଇଛି। ବ୍ଲକରେ ଥିବା ଚାଷୀଙ୍କ ପାଖରେ ୧,୩୬,୯୯୦ କୁଇଣ୍ଟାଲ ଧାନ ଥିବା ବେଳେ ସେଥିରୁ ବିଭିନ୍ନ ସୋସାଇଟି ମାଧ୍ୟମରେ ୯୦.୫୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅବଶିଷ୍ଟ ୪୬,୪୯୦ କୁଇଣ୍ଟାଲ ଧାନ କେବେ ଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଫଳରେ ଧାନ ବିକ୍ରି କରିପାରି ନ ଥିବା ଚାଷୀ ଚିନ୍ତାରେ ପଡିଛନ୍ତି। ଋଣ ସମେତ ଧାର, ଉଦ୍ଧାର କରି ଚାଷୀ ବହୁ କଷ୍ଟରେ ଧାନ ଚାଷ କରିଥିଲେ। ଧାନ ବିକ୍ରି ହେଲେ ଋଣ ଶୁଝିବା ପାଇଁ ବସିଥିବା ବେଳେ ତାହା ସମ୍ଭବ ହୋଇପାରୁନାହିଁ।
ସୂଚନାଯୋଗ୍ୟ, ବ୍ଲକର ଗଜରାଜପୁର ମଣ୍ଡିରେ ୯୭୮ ଜଣ ଚାଷୀ ନାମ ପଞ୍ଜୀକୃତ ହୋଇଥିବା ବେଳେ ୩୧ ହଜାର କୁଇଣ୍ଟାଲ ଧାନ ଦେବାକୁ ଟୋକନ ଆବଶ୍ୟକ ଥିବା ବେଳେ ସରକାରଙ୍କ ପକ୍ଷରୁ ୧୯ ହଜାର ୫ଶହ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟୋକନ ପ୍ରଦାନ କରାଯାଇଛି। ସେହିପରି ଅଲଣା ମଣ୍ଡିରେ ୫୭୪ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୨୨,୩୮୩ କୁଇଣ୍ଟାଲ ଧାନ ଦେବାକୁ ଆବଶ୍ୟକ ଥିବାବେଳେ ୧୪ହଜାର କୁଇଣ୍ଟାଲ ଧାନ, ଶିଖର ମଣ୍ଡିରେ ୫୩୬ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧୬ ହଜାର ୮ ଶହ କୁଇଣ୍ଟାଲ ଆବଶ୍ୟକ ଥିବାବେଳେ ୧୨ ହଜାର କୁଇଣ୍ଟାଲ, ତିରୁଣା ମଣ୍ଡିରେ ୮୮୨ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ୨୨ ହଜାର ୫ଶହ କୁଇଣ୍ଟାଲ ଧାନ ଆବଶ୍ୟକ ଥିବାବେଳେ ୧୪ ହଜାର ୫ଶହ କୁଇଣ୍ଟାଲ, ନାଉଗାଁ ମଣ୍ଡିରେ ୬୬୨ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ୨୧ ହଜାର ୮ଶହ କୁଇଣ୍ଟାଲ ଧାନ ଆବଶ୍ୟକ ଥିବା ବେଳେ ୧୫ ହଜାର ୫ ଶହ କୁଇଣ୍ଟାଲ ଧାନ, ଡେରିକି ମଣ୍ଡିରେ ୮୪୩ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୨୧ ହଜାର ୯ ଶହ ୭ କୁଇଣ୍ଟାଲ ଧାନ ଟୋକନ ଆବଶ୍ୟକ ଥିବା ବେଳେ ସରକାରଙ୍କ ପକ୍ଷରୁ ୧୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟୋକନ ପ୍ରଦାନ କରାଯାଇଛି। ସେହିପରି ନନ୍ଦମଣୀ ସ୍ବୟଂ ସହାୟିକା ଗୋଷ୍ଠୀ ମଣ୍ଡିରେ ୯୯ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ୬ ଶହ କୁଇଣ୍ଟାଲ ଧାନ ପ୍ରଦାନର ଆବଶ୍ୟକତା ରହିଥିବା ଜଣାଯାଇଛି। ସରକାର ପ୍ରତି ସୋସାଇଟିକୁ ଦେଇଥିବା ଲକ୍ଷ୍ୟ ଧାର୍ଯ୍ୟ ପରେ ବଳକା ଧାନ କେବେ ଯିବ ସେ ବିଷୟରେ ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରେ ସରକାରଙ୍କ ପକ୍ଷରୁ ଯେଉଁ ଟାର୍ଗେଟ ଆସୁଛି ସେହି ଅନୁସାରେ ପ୍ରତି ସୋସାଇଟିକୁ ଟାର୍ଗେଟ ବଣ୍ଟନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri