ଦିଲ୍ଲୀ-ପଞ୍ଜାବ-କେରଳରେ କରୋନାର ଦୋହରା ମାଡ଼: ପାର୍ବଣଋତୁରେ ଅଧିକ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ ଦିଲ୍ଲୀ, ପଞ୍ଜାବ ଏବଂ କେରଳରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୯୮ ହଜାର ୬୭୮ ଛୁଇଁଛି। ୫୨ ଲକ୍ଷ ୭୩ ହଜାର ୨୦୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୯ ଲକ୍ଷ ୪୦ ହଜାର ୭୦୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଆଗକୁ ପାର୍ବଣଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି ବୋଲି ହେଲଥ୍‌ ଫାଉଣ୍ଡେଶନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀନାଥ ରେଡ୍ଡୀ କହିଛନ୍ତି। ଦୁର୍ଗା ପୂଜା,ଛଠ୍‌ ଏବଂ ଦୀପାବଳି ଆଦି ପର୍ବ ସମୟରେ ଲୋକେ ସଚେତନତା ମାର୍ଗଦର୍ଶିକା ପାଳନ କରିବା ନେଇ ସନ୍ଦେହ ସୃଷ୍ଟି ହେଉଥିବା ସେ କହିଛନ୍ତି। ଏପରି ହେଲେ ଦୀପାବଳି ବେଳକୁ ଦେଶରେ କରୋନା ସଂକ୍ରମଣ ଅଣାୟତ ହେବ। ଏହି ସମୟରେ କରୋନା ବୋମା ପୁଣି ଫୁଟିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଜୁନ୍‌ରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଜୁଲାଇରେ ଏଠାରେ ସଂକ୍ରମଣ କମିଥିଲା। ତେବେ ସେପ୍ଟେମ୍ବରରେ ପୁଣି ଏଠାରେ କରୋନା ସଂକ୍ରମଣ ବଢ଼ିଛି। ସେହିପରି ପଞ୍ଜାବରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। କେରଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସଂକ୍ରମଣ ଥମିଥିଲା। ତେବେ ଏବେ ଏଠାରେ ସଂକ୍ରମଣ ବଢ଼ିବାରେ ଲାଗିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌....

ରାଜ୍ୟପାଳଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୨୪।୩: ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ ନେତୃତ୍ୱରେ ଭାଜପା ନେତା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଦାବିପତ୍ର...

ମିଳିଲା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ: ଶିବନ

ନୂଆଦିଲ୍ଲୀ,୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ମୁଖ୍ୟ କେ. ଶିବନ ଭାରତ ପାଇଁ ଏକ ଖୁସି ଖବର ଦେଇଛନ୍ତି। ରବିବାର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ...

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି।...

କର୍ନାଟକରେ ବନ୍ୟା ରାଜନୀତି: ୟେଦୁରପ୍ପାଙ୍କ ଉପରେ ଦୋଷ ଲଦିଲା କଂଗ୍ରେସ

ବେଙ୍ଗାଲୁରୁ,୭।୮: କର୍ନାଟକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ଅଣଦେଖା କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି।...

ଲକ୍ଷେ ଟପିବ ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ...

କଏଦୀଙ୍କୁ ୯୦ ଦିନିଆ ପାରୋଲ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ଜେଲ୍‌ରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବହୁ କଏଦୀ ଆକ୍ରାନ୍ତ ହେବା ସହିତ କେତେକଙ୍କର ଜୀବନ...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମୋଦି

ଲକ୍ଷ୍ନୌ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଲୋକ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ...

Advertisement
Archives

Model This Week