ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ ଅଫିସରେ ହେଉଥାଏ। କିଛି ସମୟ ମଧ୍ୟରେ ସେଠାରେ ପହଞ୍ଚି ଦେଖେ ତ ସ୍ଥିରୀକୃତ କାର୍ଯ୍ୟ ପାଇଁ ଏକ ଲମ୍ବା ଧାଡ଼ି ଲୋକମାନେ କରିଚାଲିଛନ୍ତି। ମୁଁ ନିଜେ ଲାଇନରେ ଠିଆ ହୋଇଗଲି। ଲାଇନରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ବରିଷ୍ଠ ନାଗରିକ ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଲି। ଖରାରେ ଧାଡ଼ିରେ ସେମାନେ ଅପେକ୍ଷା କରିଥିବାର ଦେଖି ମୋତେ ଖୁବ୍‌ କଷ୍ଟ ଲାଗିଲା। ବରିଷ୍ଠ ନାଗରିକ ମଧ୍ୟରୁ ଜଣେ ହୃଦ୍‌ରୋଗୀ ଥିଲେ, ଧାଡ଼ିରେ ଠିଆ ହୋଇଥିବା ସମୟରେ ଭଦ୍ରବ୍ୟକ୍ତି ଜଣକ କିଛି ସମୟ ତଳେ ପଡ଼ି ବେହୋସ ହେବାର ଦୃଶ୍ୟମାନ ହେଲା। ସଙ୍ଗେ ସଙ୍ଗେ ତାଙ୍କ ମୁହଁରେ ପାଣି ଛାଟିଲା ଫଳରେ ଚେତା ଫେରିଆସିଲା। ତା’ପରେ ବରିଷ୍ଠ ନାଗରିକ ଜଣଙ୍କୁ ଏକ ଖାଲି ପଡ଼ିଥିବା ଚେୟାରରେ ବସେଇ ଦେଲି। ଜଣେ, ଦୁଇଜଣ ମହିଳା ବରିଷ୍ଠ ନାଗରିକ ମଧ୍ୟ ଲାଇନରେ ଥା’ନ୍ତି। ମଝିରେ ମଝିରେ କିଛି ଯୁବା ଓ ପ୍ରୌଢ଼ ଶ୍ରେଣୀର ଲୋକ ପାଟିତୁଣ୍ଡ କରିବାରେ ଏବଂ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଗାଳି କରିବାରେ ମଜ୍ଜି ଯାଉଥିଲେ। କାରଣ ଦରକାରଠାରୁ କମ୍‌ ଷ୍ଟାଫ୍‌ମାନଙ୍କୁ ନେଇ କାମ ଚାଲିଥାଏ। ଇତିମଧ୍ୟରେ ମୁଁ ବରିଷ୍ଠ ନାଗରିକ ମହିଳା ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କୁ ଆଗ ଛାଡ଼ି ଦେବା ପାଇଁ ନିୟୋଜିତ ଅଧିକାରୀଙ୍କୁ ଅନୁରୋଧ କିଲି। ମାତ୍ର କିଛି ଫଳ ମିଳିଲା ନାହିଁ। କିଛି ସମୟ ପରେ ଜଣେ ଅଧିକାରୀ ଆସି ଖୁବ୍‌ ଜୋରରେ ପାଟିକରି କହିଲେ, ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି। ‘ବହୁତ ଶୀଘ୍ର ଆପଣମାନଙ୍କ କାମ ହୋଇଯିବ।’ ଅଧିକାରୀ ମହାଶୟଙ୍କ ଏପରି କଡ଼ା କଥା ଶୁଣି ଲୋକେ ପୂରା ନୀରବ ହୋଇଗଲେ। ତା’ପରେ ଅଧିକାରୀ ଜଣକ ନିଜେ ବାହାରକୁ ଆସି ତିନୋଟି ପୃଥକ୍‌ ଧାଡ଼ି କରିବା ପାଇଁ ଆହ୍ବାନ କଲେ। ପ୍ରଥମ ଧାଡ଼ି ବରିଷ୍ଠ ନାଗରିକ ଓ ଶାରୀରିକ ଅକ୍ଷମଙ୍କ ପାଇଁ, ଦ୍ୱିତୀୟଟି ମହିଳା ଏବଂ ତୃତୀୟଟି ଅନ୍ୟମାନଙ୍କ ପାଇଁ। ତା’ପରେ ସୁରୁଖୁରୁରେ କାମ ଆରମ୍ଭ ହେଲା। ପାଠକେ, ପ୍ରକୃତରେ ‘ବ୍ୟସ୍ତ ହୁଅନ୍ତୁନି ମୁଁ ଅଛି’ ଉଚ୍ଚସ୍ବରରେ ଉଚ୍ଚାରଣଟି ଲୋକଙ୍କ ମନରେ ଆଚରଣର ପରିବର୍ତ୍ତନ ନେଇଆସିଲା।
ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏ ପ୍ରକାର ଆଶ୍ୱାସନାର ବାଣୀ ସାଧାରଣ ଲୋକଙ୍କ ମନରେ ଆନନ୍ଦ, ଖୁସି ଓ ଶାନ୍ତି ଆଣି ଦେଇଥାଏ। ବିଶେଷତଃ ବରିଷ୍ଠ ନାଗରିକ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପ୍ରତି ଆମେମାନେ ସହାନୁଭୂତି ସହିତ ସମ୍ବେଦନଶୀଳ ହେବା ଦରକାର। ଯନତ୍ ସହକାରେ ସେମାନଙ୍କର କାର୍ଯ୍ୟ ସମ୍ପନ୍ନ କରିଦେବା ଉଚିତ। ସେମାନଙ୍କୁ ମାନସିକ ଆଘାତ ଦେଲାଭଳି କଥା କହିବା ଉଚିତ ନୁହେଁ ଏବଂ ତତ୍‌ସଙ୍ଗେ ସେମାନଙ୍କର ସମ୍ମାନ ଉପରେ ଆମେମାନେ ଧ୍ୟାନ ଦେବା ଉଚିତ। କାରଣ ବରିଷ୍ଠ ନାଗରିକମାନେ ଦେଶରେ ହିତ ପାଇଁ ନିଜର ଜ୍ଞାନ, ଅଭିଜ୍ଞତା ଏବଂ କଠିନ ପରିଶ୍ରମର ଅବଦାନ ଚିରସ୍ମରଣୀୟ। ବରିଷ୍ଠ ନାଗରିକମାନଙ୍କର ଶାରୀରିକ ସ୍ବାସ୍ଥ୍ୟ, ମାନସିକ ଅବସ୍ଥା ଏବଂ ବୟସାନୁଭିତ୍ତିକ ଭାବପ୍ରବଣତାକୁ ସହାନୁଭୂତି ନ ଦେଖାଇ ସମାନୁଭୂତି ପ୍ରଦର୍ଶନ କରିବା ଉଚିତ, ଯାହାଦ୍ୱାରା ସେମାନେ ସମ୍ଭବ୍ୟ ବ୍ୟକ୍ତିତ୍ୱ, ବୁଦ୍ଧିଗତ ଅକ୍ଷମତା ଓ ଶାରୀରିକ ଅସୁସ୍ଥତା ଇତ୍ୟାଦିର ଶିକାର ହୋଇପାରିବେ ନାହିଁ। ସେମାନଙ୍କ ସହିତ କିଛି ସମୟ ବିତେଇବା ଦରକାର, ଯାହାଫଳରେ ବରିଷ୍ଠମାନେ ବୁଝିପାରିବେ ଯେ ଲୋକେ ସେମାନଙ୍କୁ ଭଲ ପାଆନ୍ତି ଏବଂ ପରିଣତ ଜୀବନର ମୂଲ୍ୟ ଦେଇପାରୁଛନ୍ତି। ସଦାବେଳେ ବରିଷ୍ଠମାନଙ୍କୁ ଖାଇବା, ବୁଲିବା, ଖେଳିବାରେ ସ୍ବାଧୀନତା ଦେବା ସଙ୍ଗେ ସଙ୍ଗେ ପ୍ରଥମେ ସେମାନଙ୍କର ପସନ୍ଦକୁ ସମ୍ମାନ ଦେବା ଉଚିତ। ସଂଘ ମାଧ୍ୟମରେ ସେମାନଙ୍କୁ ବହି ପଢ଼ିବା ପାଇଁ ଦେବା, ସୁନ୍ଦର ଭ୍ରମଣ ସ୍ଥାନମାନ ବୁଲେଇନେବା ଇତ୍ୟାଦିରେ ପ୍ରୋତ୍ସାହନ ଦିଆଯିବା ଉଚିତ।
ଠିକ୍‌ ସେହିପରି ଶାରୀରିକ ଅକ୍ଷମ ବ୍ୟକ୍ତି, ବିକଳାଙ୍ଗ ଲୋକମାନଙ୍କୁ ମଧ୍ୟ ସହାନୁଭୂତି ପ୍ରଦର୍ଶନ ଅନିବାର୍ଯ୍ୟ। ସେମାନଙ୍କ ମାନସିକ ସ୍ଥିତି ଓ ଭାବପ୍ରବଣତାକୁ ଆଘାତ ଦେବା ଉଚିତ ନୁହେଁ। ସେମାନଙ୍କର କୌଣସି କାର୍ଯ୍ୟାଳୟରେ କିଛି କାମ ଥିଲେ, ତାହା ତୁରନ୍ତ ପ୍ରାଥମିକତା ଦେଇ ସମ୍ପାଦନ କରିଦେବା ଆବଶ୍ୟକ। ତୃତୀୟତଃ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟକ୍ତିବିଶେଷ ହେଉ ବା କୌଣସି ସଂଗଠନ ହେଉ, ଉଭୟେ ଆଗଭର ହୋଇ ବାହାରି ଆସିବା ଉଚିତ। ଫଳରେ ଅସହାୟ ଲୋକଟିର ମନରେ ବଞ୍ଚିବାର ପ୍ରୟାସ ଓ ଉତ୍ସାହ ଜନ୍ମିବାକୁ ଲାଗିବ। ଶେଷରେ ‘ବ୍ୟସ୍ତ ହୁଅନ୍ତନି, ମୁଁ ଅଛି’ର ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିପାରିବା ଯଦି ଆମେ ଉପରୋକ୍ତ ଧାରା ଅନୁସାରେ ବରିଷ୍ଠ ନାଗରିକ, ଅସହାୟ ବୃଦ୍ଧଲୋକ, ଦିବ୍ୟାଙ୍ଗଙ୍କ ହୃଦୟ ଓ ମନକୁ ଜିଣି ସେମାନଙ୍କ ଉନ୍ନତି ପାଇଁ କିଛି କରିପାରିବା।

ଯଚିଦାନନ୍ଦ ଦାଶ
ସିଡିଏ, କଟକ
ମୋ: ୭୦୦୮୬୫୦୬୯୩

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri