ଅତାବିରାରେ ଉଠୁନି ଧାନ ଭର୍ତ୍ତି ହୋଇଗଲାଣି ମଣ୍ଡି: ୧୫ ଦିନରେ ସାଢେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଡ଼ିରହିଛି

ଅତାବିରା /ଗୋଡ଼ଭଗା, ୧୩ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ):ବରଗଡ଼ ଜିଲା ଅତାବିରା ଆର୍‌ଏମସି ଅଧୀନରେ ଥିବା ମଣ୍ଡି ଗୁଡିକରେ ଦିନକୁ ଦିନ ଧାନ ପଡିରହିବାର ପରିମାଣ ବଢିବାକୁ ଲାଗିଛି। ନଭେମ୍ବର ୨୮ରୁ ମାର୍କେଟ ଖୋଲିଥିଲେ ବି ଚଳିତ ମାସ ୨ ତାରିଖ ରାତ୍ରିରେ ପ୍ରଥମ ଥର ଖରିଫ ଧାନ ଗୋଡ଼ଭଗା ମଣ୍ଡିରୁ ଉଠିଥିଲା l ତେବେ ଧାନ ଉଠାଣରେ ମନ୍ଥରତା ଲଗାତାର ରହି ଆସୁଛି l ଯେଉଁଭଳି ମଣ୍ଡିକୁ ଧାନ ଆସୁଛି ସେହି ଅନୁପାତରେ ଧାନ ଉଠୁ ନ ଥିବାରୁ ମଣ୍ଡି ଗୁଡିକରେ ଧାନ ଭର୍ତ୍ତି ହୋଇ ଗଲାଣି l ଖରିଫ ଧାନ କିଣାବିକାର ୧୫ ଦିନରେ ୨ଲକ୍ଷ ୨୮ହଜାର ୩୮୯ ପ୍ୟାକେଟ ଧାନ ଉଠିଥିବା ବେଳେ ୩ଲକ୍ଷ ୫୫ ହଜାର ୨୭୩ରୁ ଊର୍ଦ୍ଧ୍ୱ ପ୍ୟାକେଟ ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। ଯାହାକି ଚାଷୀଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ବିଭିନ୍ନ ମଣ୍ଡିରେ ଉତ୍ତେଜନା ଲାଗି ରହିଛି। ଯାହାର ପ୍ରତିଫଳନ ସ୍ବରୂପ ଚାଷୀ ଗତ ୯ ତାରିଖ ବରଗଡ଼ ଜିଲା ଅତାବିରା ବ୍ଲକ ଅଧିନ ଗୋଡ଼ଭଗା ମଣ୍ଡି ସମ୍ମୁଖରେ ସମ୍ବଲପୁର – ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଥିଲେ l
ସରକାରୀ ସୂଚନା ମୁତାବକ, ଶୁକ୍ରବାର ଅତାବିରା ଆରଏମସି ଅଧୀନ ବିଭିନ୍ନ ମଣ୍ଡିକୁ ୮୮ ହଜାର ୬୩ ପ୍ୟାକେଟ ଧାନ ଆସିଥିବା ବେଳେ ୬୧୧ ଜଣ ଚାଷୀଙ୍କ ମାତ୍ର ୭୪ ହଜାର ୧୮୧ ପ୍ୟାକେଟ ଧାନ ଉଠିଛି। ମଣ୍ଡି ଖୋଲିବାର ୧୫ ଦିନ ମଧ୍ୟରେ ୫ ଲକ୍ଷ ୮୩ ହଜାର ୬୬୨ ପ୍ୟାକେଟ ଧାନ ଆସିଥିବା ବେଳେ ମୋଟ ୧୮୪୧ ଜଣ ଚାଷୀଙ୍କ ମାତ୍ର ୨ଲକ୍ଷ ୨୮ହଜାର ୩୮୯ ପ୍ୟାକେଟ ଧାନ ବିକ୍ରି ହୋଇଛି। ଫଳରେ ଅତାବିରା ଆର୍‌ଏମ୍‌ସି ଅଧୀନ ବିଭିନ୍ନ ମଣ୍ଡିରେ ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ୩ଲକ୍ଷ ୫୫ ହଜାର ୨୭୩ ପ୍ୟାକେଟ ଧାନ ପଡ଼ି ରହିଛି। ଦିନକୁ ଦିନ ମଣ୍ଡିରେ ବଢ଼ି ଚାଲିଥିବା ଧାନ ପରିମାଣକୁ ଦେଖି ସରକାର ଓ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ନେଇ ଶୀଘ୍ର ଧାନ କିଣିବାର ବ୍ୟବସ୍ଥା କରିବାକୁ ଦାବି ହେଉଛି l ତା’ନ ହେଲେ ପୁଣି ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri