Posted inଖେଳ

ବିରାଟଙ୍କୁ ବଳିର ଛେଳି କରନାହିଁ, ଶାସ୍ତ୍ରୀଙ୍କ ମନ୍ତବ୍ୟ ନେଇ ମଞ୍ଜେରକର ଦେଲେ ଜବାବ…

କୋଲକାତା,୨୩।୮ : ଏସିଆ କପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୨ରେ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳ ସମ୍ମୁଖରେ ଏକ ବଡ଼ ପ୍ରଶ୍ନ ଉଠିଛି ଏବଂ ତାହା ହେଉଛି ନମ୍ବର-୪ ସ୍ଥିତି। ବାସ୍ତବରେ, ଦୀର୍ଘ ଦିନ ଧରି ଟିମ ଇଣ୍ଡିଆ ନମ୍ବର-୪ ପାଇଁ ଉପଯୁକ୍ତ ବ୍ୟାଟ୍ସମ୍ୟାନ ଖୋଜୁଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସନ୍ଧାନ ସମାପ୍ତ ହୋଇନି। ଏଭଳି ପରିସ୍ଥିତିରେ, ଅଗଷ୍ଟ ମାସର ଶେଷ ସପ୍ତାହରେ, ଟିମ ଇଣ୍ଡିଆ ଏନସିଏରେ ଏକ କ୍ୟାମ୍ପରେ ଅଂଶଗ୍ରହଣ କରିବ, ଯେଉଁଠାରେ ସେମାନେ ମଧ୍ୟମ କ୍ରମର ଏହି ସମସ୍ୟାର ଉତ୍ତର ପାଇବେ ବୋଲି ଆଶା କରାଯାଉଛି।

ଏସିଆ କପ ୨୦୨୩ ପାଇଁ ମନୋନୀତ ଦଳରେ କେ.ଏଲ ରାହୁଲଙ୍କୁ ଚୟନ କରାଯାଇଛି, କିନ୍ତୁ ତାଙ୍କ ଫିଟନେସ ଏବେ ବି ଚିନ୍ତାର ବିଷୟ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ। ଏପରି ପରିସ୍ଥିତିରେ, ଚତୁର୍ଥ ନମ୍ବରରେ କିଏ ଖେଳିବ? ଏହା ଉପରେ ଆଲୋଚନା ହେଉଛି। ଏହା ଉପରେ ଆଲୋଚନା କରି ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଯଦି କୋହଲିଙ୍କୁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ପଡିବ ତେବେ ଏହା ଦଳ ସପକ୍ଷରେ ରହିବ। ମୁଁ ଏ ବିଷୟରେ ଅନେକ ଥର କଥାବାର୍ତ୍ତା କରିବାକୁ ଚିନ୍ତା କରିଛି ।

ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଶାସ୍ତ୍ରୀଙ୍କ ବିବୃତ୍ତିରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ବିରାଟ ଏହି ସ୍ଥିତିରେ ବ୍ୟାଟିଂ କରିବା ଉଚିତ। ମୁଁ ଭାବୁଛି ସେ ଏହି ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଆମେ ଦଳରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଅନ୍ତର୍ଭୁକ୍ତ କରିପାରିବା। କିନ୍ତୁ ଏହା ସମ୍ଭବ ଯେତେବେଳେ ରାହୁଲ ଖେଳୁ ନାହାଁନ୍ତି ଏବଂ ଦଳକୁ ଅଲଗା ୱିକେଟ କିପର ଦେବାକୁ ପଡିବ।

ରବିଚନ୍ଦ୍ରନ ଅଶ୍ୱିନ ରବି ଶାସ୍ତ୍ରୀଙ୍କ ବିରାଟ କୋହଲିଙ୍କ ନମ୍ବର-୪ରେ ବ୍ୟାଟିଂ କରିବା ବିବୃତ୍ତିକୁ ସମର୍ଥନ କରିଥିଲେ। ଅପରପକ୍ଷରେ ସଞ୍ଜୟ ମଞ୍ଜରେକର ଶାସ୍ତ୍ରୀଙ୍କ ପରାମର୍ଶକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲିଙ୍କୁ ଆଦୌ ବଳିର ଛେଳି କରାଯିବା ଉଚିତ ନୁହେଁ। ୨୦୦୭ ବିଶ୍ୱକପରେ ସଚିନ ତେନ୍ଦୁଲକରଙ୍କ ସହିତ କ’ଣ ଘଟିଥିଲା ତାହା ମନେରଖିବା ଉଚିତ। ଇଶାନ କିଶନଙ୍କ ପରି ଅନ୍ୟାନ୍ୟ ବିକଳ୍ପ ବିଷୟରେ ଯେତେ ଅଧିକ କଥାବାର୍ତ୍ତା କରିଯାଉଛି, କୋହଲିଙ୍କ ବ୍ୟାଟିଂ କ୍ରମକୁ ପଛକୁ ଠେଲି ଦିଆଯାଉଛି । ଏଭଳି ପରିସ୍ଥିତିରେ ସେ ଅନାବଶ୍ୟକ ଭାବରେ ଏକ ବଳିର ଛେଳିରେ ପରିଣତ ହୋଇଛନ୍ତି। ତାଙ୍କୁ ଅନ୍ୟ ବ୍ୟାଟିଂକ୍ରମକୁ ପଠାଇ ସମସ୍ୟାକୁ ଶେଷ କରିବାକୁ ସଭିଏଁ ଚାହୁଁଛନ୍ତି । ତେବେ ଏହାକୁ ବିରାଟ କୋହଲିଙ୍କ ଉପରେ ଛାଡି ଦେବା ଆବଶ୍ୟକ। ସେ କେଉଁ ସ୍ଥିତିରେ ଖେଳିବାକୁ ଚାହାନ୍ତି କହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

ଧରିତ୍ରୀରେ ଖବର ପ୍ରକାଶ ପରେ ଅସହାୟ ପରିବାରକୁ ଭେଟିଲେ ନୀଳମାଧବ ସିଂ ଦେଓ: ପ୍ରଦାନ କଲେ ସହାୟତା….

ରିଷିଡା, ୨୩।୬ (ସୁଶାନ୍ତ ମଲ୍ଲିକ): କିଛି ଦିନ ତଳେ ଧରିତ୍ରୀ ଖବରକାଗଜରେ ଏକ ଅସହାୟ ପରିବାରର ଦୁଃଖଦ ଅବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। କଳାହାଣ୍ଡି ଜିଲା …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri