Posted inଖେଳ

ରେକର୍ଡ ବିଷୟରେ ବେଶି ଭାବୁନାହିଁ, ବହୁତ ଦୂର ଯିବାକୁ ଅଛି: ରୋହିତ

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମୁକାବିଲାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶତକ ମାରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ୮୪ ବଲ୍‌ରେ ୧୩୧ ରନ୍‌ର ଇନିଂସ ସହ ରୋହିତ ବିଶ୍ୱକପ୍‌ରେ ସର୍ବାଧିକ ଶତକ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ମ୍ୟାଚ୍‌ରେ ନିଜର ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ରୋହିତ ସମସ୍ତ ଶ୍ରେୟ ମଇଦାନକୁ ଦେବା ସହ ରେକର୍ଡ ବିଷୟରେ ବେଶି ଭାବୁ ନ ଥିବା କହିଛନ୍ତି।

୮ ଉଇକେଟରେ ଟିମ୍‌ ଇଣ୍ଡିଆ ବିଜେତା ହେବା ପରେ ରୋହିତ କହିଛନ୍ତି, ଏହି ପିଚ୍‌ ବ୍ୟାଟିଂ ପାଇଁ ଭଲ ଥିଲା। ମୁଁ ନିଜର ସ୍ବାଭାବିକ କ୍ରିକେଟ ଖେଳିଥିଲି। ଥରେ ଦୃଷ୍ଟି ସଠିକ୍‌ ହେଲେ ମଇଦାନରେ ବ୍ୟାଟିଂ କରିବା ସହଜ ହୋଇଯିବ ବୋଲି ଜାଣିଥିଲି। ବିଶ୍ୱକପ୍‌ରେ ଶତକ ମାରିବା ବେଶ ସ୍ବତନ୍ତ୍ର। ଏହାକୁ ନେଇ ବହୁତ ଖୁସି ଅଛି। ହେଲେ ରେକର୍ଡ ବିଷୟରେ ବେଶି ଭାବିବାକୁ ଚାହୁଁନାହିଁ। କାରଣ ଏବେ ବହୁତ ଆଗକୁ ଯିବାର ରହିଛି। ନିଜର ଏକାଗ୍ରତା ହରାଇବାକୁ ଚାହୁଁନାହିଁ। ଦଳକୁ ଭଲ ଆରମ୍ଭ ଦେବା ଏବଂ ଯେତେ ଯାଏ ସମ୍ଭବ ଭଲ ସ୍ଥିତିରେ ପହଞ୍ଚାଇବା ମୋର କର୍ତ୍ତବ୍ୟ। କିଛି ସମୟ ଧରି ଏଭଳି ମୁଁ କରିଆସୁଛି ବୋଲି ସେ କହିଛନ୍ତି।

ଏହାଛଡ଼ା ୧୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ନେଇ ସେ କହିଛନ୍ତି, ଏହାକୁ ଅନ୍ୟ ମ୍ୟାଚ୍‌ ଭଳି ନେଉଛୁ। ଆଜି ଭଳି ସେହି ମ୍ୟାଚ୍‌ରେ ଖେଳିବାକୁ ଚାହିଁବୁ। ଏଣୁ ବାହାର ଜିନିଷ ବିଷୟରେ ଆମେ ମୁଣ୍ଡ ପୁରାଇବାକୁ ଚାହୁଁନାହୁଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ଦୟନୀୟ ଯୋଗାଯୋଗ ବ୍ୟବସ୍ଥା, ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ

ମାଲକାନଗିରି,୨୫।୬(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନ ସୀମାନ୍ତ ଗୋବିନ୍ଦପାଲି ପଞ୍ଚାୟତ ଅନ୍ଧାରି ଗାଁରେ ଦୟନୀୟ ଯୋଗାଯୋଗ ବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri