ଅପପ୍ରଚାର କରନାହିଁ: କରୀନା

ମୁମ୍ବାଇ: ଆମିର ଖାନ୍‌ ଓ କରୀନା କପୁର ଖାନ୍‌ ଅଭିନୀତ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ବିବାଦ ଥମୁ ନ ଥିବାବେଳେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇଛି। ଲାଲ ସିଂ ଚଢ଼ା ପାଇଁ ସିନେପ୍ରେମୀଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଟୁଇଟରରେ ଟ୍ରେଣ୍ଡ ପାଲଟିଥିବା ବୟକଟ୍‌ ଲାଲ୍‌ ସିଂ ଚଢ଼ାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅଭିନେତ୍ରୀ କରୀନା । ଫିଲ୍ମକୁ ବୟକଟ୍‌ ନ କରିବା ପାଇଁ ସେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଫିଲ୍ମ ବାବଦରେ ଅପପ୍ରଚାର କରାନ ଯାଉ। ଲାଲ୍‌ ସିଂ ଚଢ଼ା ଖୁବ୍‌ ସୁନ୍ଦର ଫିଲ୍ମ। ଏହାକୁ ତିଆରି କରିବା ପାଇଁ ପାଖାପାଖି ୩ ବର୍ଷ ଲାଗିଛି। ୨୫୦ରୁ ଅଧିକ ଲୋକ ଏହା ସହ ଜଡ଼ିତ। ତେଣୁ ଏହାକୁ ବଏକଟ୍‌ ନ କରି ହଲ୍‌ରେ ଫିଲ୍ମକୁ ଦେଖିବାକୁ କରୀନା ଅନୁରୋଧ କରିଛନ୍ତି। କେତେଜଣ ଲୋକ ଫିଲ୍ମ ଓ କଳାକାରଙ୍କ ବିରୋଧରେ ଅପପ୍ରଚାର କରୁଥିବା ସେ କହିଛନ୍ତି। ବିଶେଷକରି ସୋସିଆଲ ମିଡିଆ ଜରିଆରେ ଫିଲ୍ମ ସମ୍ପର୍କରେ ବହୁ ମିଛ ତଥ୍ୟ ପ୍ରଘଟ ହେଉଥିବାବେଳେ ଏହା ରୋକାଯିବା ନିହାତି ଜରୁରୀ ବୋଲି କରୀନା କହିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଫିଲ୍ମକୁ ନେଇ ପ୍ରତିବାଦ ଜାରି ରହିଛି। ପ୍ରଥମ ଦିନରେ ଏହା ୧୦ରୁ ୧୧ କୋଟିର ବ୍ୟବସାୟ କରିଥିବା ଖବର ପ୍ରକାଶ ପାଇଛି। ଗତ ଗୁରୁବାର ଲାଲ୍‌ ସିଂ ଚଢ଼ା ସାଙ୍ଗକୁ ଅକ୍ଷୟ କୁମାର ଅଭିନୀତ ରକ୍ଷା ବନ୍ଧନ ରିଲିଜ୍‌ ହୋଇଥିଲା। ବିବାଦ ଭିତରେ ମଧ୍ୟ ‘ଲାଲ୍‌ ସିଂ ଚଢ଼ା’ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?