ଅପପ୍ରଚାର କରନାହିଁ: କରୀନା

ମୁମ୍ବାଇ: ଆମିର ଖାନ୍‌ ଓ କରୀନା କପୁର ଖାନ୍‌ ଅଭିନୀତ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ବିବାଦ ଥମୁ ନ ଥିବାବେଳେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇଛି। ଲାଲ ସିଂ ଚଢ଼ା ପାଇଁ ସିନେପ୍ରେମୀଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଟୁଇଟରରେ ଟ୍ରେଣ୍ଡ ପାଲଟିଥିବା ବୟକଟ୍‌ ଲାଲ୍‌ ସିଂ ଚଢ଼ାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅଭିନେତ୍ରୀ କରୀନା । ଫିଲ୍ମକୁ ବୟକଟ୍‌ ନ କରିବା ପାଇଁ ସେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଫିଲ୍ମ ବାବଦରେ ଅପପ୍ରଚାର କରାନ ଯାଉ। ଲାଲ୍‌ ସିଂ ଚଢ଼ା ଖୁବ୍‌ ସୁନ୍ଦର ଫିଲ୍ମ। ଏହାକୁ ତିଆରି କରିବା ପାଇଁ ପାଖାପାଖି ୩ ବର୍ଷ ଲାଗିଛି। ୨୫୦ରୁ ଅଧିକ ଲୋକ ଏହା ସହ ଜଡ଼ିତ। ତେଣୁ ଏହାକୁ ବଏକଟ୍‌ ନ କରି ହଲ୍‌ରେ ଫିଲ୍ମକୁ ଦେଖିବାକୁ କରୀନା ଅନୁରୋଧ କରିଛନ୍ତି। କେତେଜଣ ଲୋକ ଫିଲ୍ମ ଓ କଳାକାରଙ୍କ ବିରୋଧରେ ଅପପ୍ରଚାର କରୁଥିବା ସେ କହିଛନ୍ତି। ବିଶେଷକରି ସୋସିଆଲ ମିଡିଆ ଜରିଆରେ ଫିଲ୍ମ ସମ୍ପର୍କରେ ବହୁ ମିଛ ତଥ୍ୟ ପ୍ରଘଟ ହେଉଥିବାବେଳେ ଏହା ରୋକାଯିବା ନିହାତି ଜରୁରୀ ବୋଲି କରୀନା କହିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଫିଲ୍ମକୁ ନେଇ ପ୍ରତିବାଦ ଜାରି ରହିଛି। ପ୍ରଥମ ଦିନରେ ଏହା ୧୦ରୁ ୧୧ କୋଟିର ବ୍ୟବସାୟ କରିଥିବା ଖବର ପ୍ରକାଶ ପାଇଛି। ଗତ ଗୁରୁବାର ଲାଲ୍‌ ସିଂ ଚଢ଼ା ସାଙ୍ଗକୁ ଅକ୍ଷୟ କୁମାର ଅଭିନୀତ ରକ୍ଷା ବନ୍ଧନ ରିଲିଜ୍‌ ହୋଇଥିଲା। ବିବାଦ ଭିତରେ ମଧ୍ୟ ‘ଲାଲ୍‌ ସିଂ ଚଢ଼ା’ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକଙ୍କ ପ୍ରଥମ ଅନସ୍କ୍ରିନ କିସିଂ ସିନ ଦେଖି କାନ୍ଦି ପକାଇଥିଲେ ମାଆ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପପୁଲାରିଟି ପାଇଁ ତାଙ୍କ ରୋମାଣ୍ଟିକ ଅବତାର ବେଶ ଦାୟୀ ବୋଲି କୁହାଯାଏ । ଏବେ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ...

କଙ୍ଗନାଙ୍କ କଥା ଶୁଣି ହସ୍ପିଟାଲ୍‌ରେ ଡ୍ରାମାକୁଇନ୍‌!

ମନୋରଞ୍ଜନ ଜଗତର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଏବେ ରାଖୀ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ...

ଏମିତି ଭିଡିଓ ଶେୟାର କଲେ ଅମିତାଭ, ଚମକି ଉଠିଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ମହାକାଶକୁ ନେଇ ବେଶ ଉତ୍ସାହିତ । ସୋସିଆଲ ମିଡିଆରେ ଏହି ମେଗାଷ୍ଟାର ଆକାଶରେ ୫ ଗ୍ରହଙ୍କ ପରେଡର ଏକ...

୮୩ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମୁମ୍ବାଇ: ହଲିଉଡର ଭେଟେରାନ ଅଭିନେତା ଅଲ ପାସିନୋ ୮୩ ବର୍ଷ ବୟସରେ ଚତୁର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଅଭିନେତାଙ୍କ ପ୍ରତିନିଧୀ ଲୋକମାନଙ୍କୁ କହିଛନ୍ତି,...

୩୦ ଲକ୍ଷରେ ବିଗ୍‌ ବି ବିକୁଛନ୍ତି କୋଟିଏରୁ ଅଧିକ ମୂଲ୍ୟର ଏହି କାର୍‌? ୧୪ ବର୍ଷ ପୂର୍ବେ ସଉକରେ କିଣିଥିଲେ

ବମ୍ବେ: କାର୍‌ ବିକିବେ ବିଗ୍‌ ବି ଅମିତାଭ। ନିଜର ପୋର୍ଚେ କେମ୍ୟାନ୍‌ ଏସ୍‌ କାର୍‌କୁ ବିକ୍ରି କରିବାକୁ ଅମିତାଭ ନିଷ୍ପତ୍ତି ନେଇଛନ୍ତି। କାରଟିର ମୂଲ୍ୟ ୧.୨୦...

ନିର୍ମାଣ ହେବାକୁ ଯାଉଛି ‘ୱେଲକମ’ର ପାର୍ଟ ୩, ନଜର ଆସିବେ ନାହିଁ ଅକ୍ଷୟ!

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ସୁପରହିଟ କମେଡି ମୁଭି ‘ୱେଲକମ’ର ପାର୍ଟ ୩ ନିର୍ମାଣ ହେବାକୁ ଯାଉଥିବା ଜଣାପଡିଛି । ଏହାର ଟାଇଟଲ ଏବେ ସାମ୍ନାକୁ...

ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌...

କଙ୍ଗନାଙ୍କ ସବୁଠାରୁ ବଡ ଫ୍ଲପ ମୁଭି ହେଲା ‘ଧାକଡ’

ମୁମ୍ବାଇ: କଙ୍ଗନାଙ୍କ ରାଶି ଚକ୍ରରେ ଏବେ ଭଲ ନାହିଁ ବୋଧହୁଏ । ବଡ ଆଶା ନେଇ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ସିନେମା ହଲରେ ରିଲିଜ୍...

Advertisement
Archives

Model This Week