ଗୁରୁତର ନ ଥିଲେ କଟକ, ଭୁବନେଶ୍ୱର ପଠାଅ ନାହିଁ

ଭୁବନେଶ୍ୱର,୧୬।୯(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି। କଟକ ଓ ଭୁବନେଶ୍ୱର ଏକ ପ୍ରକାର ହଟ୍‌ସ୍ପଟ୍‌ ପାଲଟିଛି। ଏପରି ସ୍ଥଳେ ଅନ୍ୟ ଜିଲାଗୁଡିକରୁ କମ୍‌ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଜିଲା ପ୍ରଶାସନ ଭୁବନେଶ୍ୱରକୁ ମନଇଚ୍ଛା ପଠାଇ ଦେଉଛନ୍ତି। ଗୁରୁତର ହୋଇ ନ ଥିବା ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ନ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମେଡିକାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲ ମେଡିକାଲ ଅଫିସରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ କୁହାଯାଇଛି।
ଘରୋଇ ହସ୍ପିଟାଲ ଦ୍ୱାରା ବିଭିନ୍ନ ଜିଲାରେ କୋଭିଡ୍‌ ହସ୍ପିଟାଲ ଖୋଲାଯାଇଛି। ମାତ୍ର ସେହି ସବୁ ହସ୍ପିଟାଲରେ ବେଡ୍‌ ଖାଲି ପଡୁଛି। ଏ ବାବଦରେ ସରକାରଙ୍କ ଠାରୁ ଅର୍ଥ ନେଉଥିଲେ ମଧ୍ୟ ଉକ୍ତ ହସ୍ପିଟାଲଗୁଡିକରେ ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ଥିବା ବିଭିନ୍ନ କୋଭିଡ୍‌ ହସ୍ପିଟାଲଗୁଡିକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।
ଏଥିସହିତ ଯେଉଁମାନଙ୍କର କୌଣସି ଲକ୍ଷଣ ନାହିଁ ସେମାନେ ଘରେ ଆଇସୋଲେଶନରେ ରହି ଚିକିତ୍ସିତ ହେବାକୁ କୁହାଯାଇଛି। ଏ ନେଇ ଜିଲା ମେଡିକାଲ ଅଫିସର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। କଟକ ଓ ଭୁବନେଶ୍ୱରରେ ଥିବା କୋଭିଡ୍‌ ହସ୍ପିଟାଲଗୁଡିକରେ ପ୍ରାୟ ୨୦ ପ୍ରତିଶତ ସ୍ଥାନୀୟ କରୋନା ରୋଗୀ ଥିବା ବେଳେ ଅନ୍ୟସବୁ ବେଡ୍‌ଗୁଡିକରେ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ରୋଗୀମାନେ ରହିଛନ୍ତି। ଭଲ ଚିକିତ୍ସା ପାଇବା ଆଶାରେ ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଯାଜପୁର ଭଳି ଜିଲାଗୁଡିକରୁ ଅଧିକାଂଶ ରୋଗୀ ଭୁବନେଶ୍ୱର ଓ କଟକ ସହରରେ ଥିବା ବିଭିନ୍ନ ହସ୍ପିଟାଲକୁ ଚକିତ୍ସା ପାଇଁ ଆସୁଥିବା ଜଣାପଡିଛି। ଦ୍ୱୈତ ନଗରୀରେ ଭିଡ଼ କମାଇବାକୁ ଏଭଳି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ବଡ଼ ଆଡମ୍ବରରେ ଉତ୍ସବ ପାଳନ କଲା CJP; ହେଲେ ବଡ଼ କଥା କହିଦେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କୋକ୍ରୋଚ ଜନତା ପାର୍ଟି (CJP)ର ସଦସ୍ୟମାନେ ହୋଟେଲରେ ମହା ଆଡମ୍ବରରେ ଉତ୍ସବ ପାଳନ କରୁଥିବା ଏକ…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ମଙ୍ଗଳବାର ଶେଷ ବିଦାୟ ଦିଆଯାଉଛି। ଏହି କ୍ରମରେ ସକାଳୁ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି…

ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବଡ଼ ବୟାନ, ଜାଣନ୍ତୁ ତାଙ୍କର ଉଦ୍ଦେଶ୍ୟ କ’ଣ

ଜେରୁଜେଲମ,୨୮।୭: ଇରାନ ସହିତ ଯୁଦ୍ଧ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକାରେ ପହଞ୍ଚିଛନ୍ତି। ଆମେରିକା ଯିବା ପୂର୍ବରୁ, ନେତାନ୍ୟାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri