ଅତୀତର ଭୁଲ୍‌ ଦୋହରାଅନି

ଓ୍ବାଶିଂଟନ/ବେଜିଂ,୫ା୪: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ଚଳିତ ସପ୍ତାହରେ କାଲିଫର୍ନିଆରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିବେ। ଏନେଇ ହାଉସ୍‌ ସ୍ପିକରଙ୍କ ଅଫିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରିପବ୍ଲିକାନ୍‌ ମ୍ୟାକ୍‌କାର୍ଥି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପରେ ତୃତୀୟ ବରିଷ୍ଠ ନେତା। ଅନ୍ୟପକ୍ଷେ ଅତୀତର ଭୁଲ୍‌କୁ ଆଉ ନ ଦୋହରାଇବା ପାଇଁ ଆମେରିକାକୁ ମଙ୍ଗଳବାର ଚାଇନା ଚେତାବନୀ ଦେଇଛି।

ଅଫିସ୍‌ ପକ୍ଷରୁ ସୋମବାର କୁହାଯାଇଛି ଯେ, ତାଇଓ୍ବାନ୍‌ ରାଷ୍ଟ୍ରପତି କେନ୍ଦ୍ରୀୟ ଆମେରିକାରୁ ସ୍ବଦେଶକୁ ଫେରିବା ପୂର୍ବରୁ କାଲିଫର୍ନିଆର ଲସ୍‌ଏଞ୍ଜେଲସ୍‌ରେ ତାଙ୍କ ସହ ସ୍ପିକର ଦ୍ୱିପାକ୍ଷିକ ବୈଠକ କରିବେ। ରୋନାଲ୍ଡ ରିଗାନ୍‌ ପ୍ରେସିଡେନ୍ସିଆଲ ଲିବର୍ଟିରେ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହେବ। ତେବେ ତାଇଓ୍ବାନ୍‌କୁ ନିଜ ଭୂଖଣ୍ଡ ବୋଲି ଦାବି କରୁଥିବା ବେଜିଂ ଏହାକୁ ଚାଇନା ସାର୍ବଭୌମତ୍ୱ ପ୍ରତି ବିପଦ ଦର୍ଶାଇ କଡ଼ା ବିରୋଧ କରିଛି। ଗତ ଅଗଷ୍ଟରେ ଦ୍ୱୀପରାଷ୍ଟ୍ର ତାଇଓ୍ବାନ୍‌କୁ ତତ୍କାଳୀନ ହାଉସ୍‌ ସ୍ପିକର ତଥା ଡେମୋକ୍ରାଟ୍‌ ନାନ୍ସି ପେଲୋସିଙ୍କ ଗସ୍ତ ବେଳେ ମଧ୍ୟ ଚାଇନା ବିରୋଧ କରିଥିଲା।

ଲସ୍‌ଏଞ୍ଜେଲସ୍‌ସ୍ଥିତ ଚାଇନା କନ୍‌ସୁଲେଟ୍‌ ପକ୍ଷରୁ କୁହାଯାଇଛି ଯେ, ତାଇଓ୍ବାନ୍‌ ରାଷ୍ଟ୍ରପତିଙ୍କ ସହ ଆମେରିକା ହାଉସ୍‌ ସ୍ପିକର ସାକ୍ଷାତ କରିବା କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ ଅନୁକୂଳ ନୁହେଁ। ଏହା ଆମେରିକା ଓ ଚାଇନା ଜନସାଧାରଣଙ୍କ ହିତର ପରିପନ୍ଥୀ। ମ୍ୟାକ୍‌କାର୍ଥି ତାଙ୍କ ପୂର୍ବସୂରୀଙ୍କ ଭୁଲ୍‌ରୁ ମିଳିଥିବା ଶିକ୍ଷାକୁ ଅଣଦେଖା କରୁଛନ୍ତି। ଆମେରିକା ଏହାକୁ ଏକ ସ୍ବାଭାବିକ ପ୍ରଥା ଭାବେ ଅଭିହିତ କରିବା ସହ ଚାଇନା ଅତିଶୟ ପ୍ରତିକ୍ରିୟା ପ୍ରକାଶ କରିବା ଅନୁଚିତ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ଚୁକ୍ତିକୁ ଫେରିବା ପାଇଁ ଆମେରିକା ସମ୍ମୁଖରେ ସର୍ତ୍ତ ରଖିଲା ରୁଷିଆ…

ମସ୍କୋ,୩।୬ :ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ସର୍ଗେ ଇ ରାଇବକୋଭ କହିଛନ୍ତି ରୁଷିଆ ଆମେରିକା ସହିତ ନୂତନ ଷ୍ଟାର୍ଟ ଚୁକ୍ତି ପୁନଃ...

ବିଶ୍ୱ ଅର୍ଥନୀତି ପ୍ରଭାବିତ

ମସ୍କୋ/ଓ୍ବାଶିଂଟନ/ଲଣ୍ଡନ,୭ା୩: ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ ଆକ୍ରମଣକୁ ନେଇ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଜାରି କରିବାରେ ଲାଗିଛନ୍ତି। ଆଧୁନିକ...

ଲିଫ୍ଟରେ ସନ୍ତାନ ଜନ୍ମ କରି ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ମହିଳା, ସିସିଟିଭିରେ ହେଲା କଏଦ

ବେଜିଂ,୧ା୯: ସମ୍ପ୍ରତି ଚାଇନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଯାଉଛି। ସୋସିଆଲ ମିଡିଆରେ ଜଣେ ମହିଳା...

ମାତ୍ର ଗୋଟିଏ ଦିନର ପେଟ୍ରୋଲ ବାକି

କଲମ୍ବୋ,୧୬।୫: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା...

ଚାଇନାକୁ ପ୍ରଶଂସା କଲେ ଟ୍ରମ୍ପ

ଓ୍ବାଶିଂଟନ, ୩ା୪: କରୋନା ଭାଇରସ୍‌ ସ୍ଥିତି ବିଶ୍ୱରେ ଉଦ୍‌ବେଗଜନକ ରହିଥିବା ବେଳେ ଚାଇନାରେ ଏହା କେତେକାଂଶରେ ନିୟନ୍ତ୍ରଣାଧୀନ ରହିଛି। ପୂର୍ବାପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ସେଭଳି ଆଉ...

ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ୍‌…

ଅନ୍ତିମ ସଂସ୍କାର ଯାତ୍ରାରେ ଲୋକେ ସମବେତ ହୋଇ ମୃତକଙ୍କ ସହିତ ସଂସ୍କାର ସ୍ଥଳକୁ ଯାଇଥାନ୍ତି। ତେବେ ଆମେରିକାରେ କ୍ୟାନସରରେ ମୃତ୍ୟୁ ଘଟିଥିବା ଜଣେ ୧୪ ବର୍ଷ...

ଶ୍ରୀଲଙ୍କାରେ ୩ ଉଗ୍ରପନ୍ଥୀ ଗୋଷ୍ଠୀ ନିଷିଦ୍ଧ

କଲମ୍ବୋ,୧୫।୫(ପି.ଟି): ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋହିଦ୍‌ ଜମାତ୍‌ (ଏନ୍‌ଟିଜେ) ସମେତ ଦୁଇଟି ଇସ୍‌ଲାମିକ୍‌ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏପ୍ରିଲ ୨୧ ଇଷ୍ଟର ପର୍ବରେ...

ତୁର୍କି ଭୁକମ୍ପ: ୬୫ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ବର୍ଷର ଶିଶୁ କନ୍ୟା

ଇସ୍ତାନବୁଲ,୩ ।୧୧: ତୁର୍କିିରେ ଆସିଥିବା ଭୁକମ୍ପ ଫଳରେ ଏବେ ପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହାରି ଭିତରେ ଦୀର୍ଘ ୬୫ ଘଣ୍ଟା...

Advertisement
Archives

Model This Week