‘ସାରର କୃତ୍ରିମ ଅଭାବ ହେବାକୁ ଦିଅନାହିଁ’

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। ଏଠାରେ ଉର୍ବର ମାଟି ଓ ଜଳସେଚନ ସୁବିଧା ରହିଛି। କେବଳ ଚାଷୀଙ୍କୁ ସଚେତନ ଓ ଉତ୍ସାହିତ କରିବା ଦରକାର। ଠିକ ସମୟରେ ବିହନ ଓ ସାର ଯୋଗାଯିବା ଆବଶ୍ୟକ। ସାର ଯୋଗାଣରେ ଯେପରି କୃତ୍ରିମ ଅଭାବ ନ ହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ପଡ଼ିବ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଖରିଫ ଋତୁ ପାଇଁ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକରେ ଜିଲାପାଳ ପାରୁଲ ପଟାୱରୀ ପୌରୋହିତ୍ୟ କରି ଉପସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀ ଓ ସହକାରୀ ସମବାୟ ପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ବ୍ଲକସ୍ତରରେ ତହସିଲଦାର ଓ ଜିଲାସ୍ତରରେ ଉପଜିଲାପାଳ ଏହାର ତନଖି (ଏନଫୋର୍ସମେଣ୍ଟ) ଦାୟିତ୍ୱରେ ରହିବେ। ଅନ୍ୟପଟେ ଉନ୍ନତ ବୈଜ୍ଞାନିକ କୃଷି ଯନ୍ତ୍ରପାତି ଚାଷୀ ଯେପରି ରିହାତି ଦରରେ ପାଇବେ ସେଥିପାଇଁ ବ୍ଲକ ଓ ସହକାରୀ କୃଷି ଅଧିକାରୀମାନେ ପଞ୍ଚାୟତସ୍ତରରେ ବ୍ୟାପକ ପ୍ରଚାର, ପ୍ରସାର ଓ ସଚେତନ କରାଯାଉ। ଏନେଇ ପ୍ରତି ପଞ୍ଚାୟତରେ କୃଷି ଯନ୍ତ୍ରପାତିର ଡେମୋ ଦେଖାଇ ରିହାତି ସମ୍ପର୍କରେ ଅବଗତ କରାଯାଉ। ଅଧିକରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇ ଦିଆଗଲେ ସେମାନେ ୭୫% ରିହାତି ପାଇବେ। ଜଳନିଧି ଯୋଜନାରେ ଅଗଭୀର ନଳକୂପ ପାଇଁ ୫୦% ରିହାତି ରହିଛି। ଜିଲାରେ ମାତ୍ର ୩ ଜଣ ମିଲର ଅଛନ୍ତି। ଏ ପରିସ୍ଥିତିରେ କୃଷି ଅଧିକାରୀ ଓ ମିଶନ ଶକ୍ତି ବିଭାଗ ମିନି ରାଇସ ମିଲ୍‌ ଆଡକୁ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକୁ ଆକୃଷ୍ଟ କରିବାକୁ ପଡ଼ିବ। ସେହିପରି ଜିଲାରେ ସୋରିଷ, ସୂର୍ଯ୍ୟମୁଖୀ ଓ ବାଦାମ ଚାଷ କରିବା ପାଇଁ କୃଷକ ସଚେତନତାର ଆବଶ୍ୟକତା ରହିଛି। ଏଆରସିଏସ୍‌ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ତୁରନ୍ତ ସମ୍ପାଦକ ନିଯୁକ୍ତି କରନ୍ତୁ। କୃଷି ଋଣ ପ୍ରଦାନରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ବ୍ୟାଙ୍କରମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ସମସ୍ତ ସହକାରୀ କୃଷି ଅଧିକାରୀ ପ୍ୟାକ୍ସଗୁଡିକୁ ନିୟମିତ ପରିଦର୍ଶନ କରିବା ଉଚିତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଯେପରି ପାକ୍ସ ମାଧ୍ୟମରେ ଅଧିକରୁ ଅଧିକ ପଞ୍ଜୀକରଣ କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଜୁଲାଇ ୩୦ ପୂର୍ବରୁ ପଞ୍ଜୀକରଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କର ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜିଲା ମୁଖ୍ୟ କୃଷି ଅଧିକାରୀ ରାଜ କିଶୋର ଦାଶ ୨୦୨୧-୨୨ ରବି ଋତୁରେ ଉତ୍ପାଦିତ ଶସ୍ୟର ସଫଳତା କଥା ବଖାଣିଥିଲେ। ଏହି ବର୍ଷ ଧାନ ଆଦି ଶସ୍ୟ ୧୮୧୭ ହେକ୍ଟର, ଡାଲିଜାତୀୟ ୫୯,୦୩୭, ତୈଳ ବୀଜ ୩୩୦୫, ପନିପରିବା ୨୦,୪୭୩ ଓ ମସଲାଜାତୀୟ ୨୭୭୩ ହେକ୍ଟର ଜମିରେ ଚାଷ ହୋଇଥିଲା। ଉନ୍ନତ ବୈଷୟିକ କୃଷି ଉପକରଣ, ବିହନ, ସାର, କୀଟନାଶକ ଆଦି ରିହାତୀ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଯୋଗାଇ ଦିଆଯିବ। ବୈଷୟିକ ଯନ୍ତ୍ରପାତି ଯଥା ଟ୍ରାକ୍ଟର, ପାୱାର ଟିଲର, ଟ୍ରାନ୍ସପ୍ଲାଣ୍ଟର, ରିପର୍‌, ଥ୍ରେସର, ହାର୍ବେଷ୍ଟର, ଲିଫ୍ଟଇରି ମେସିନ, ଜଳନିଧି ଯୋଜନାରେ ଅଗଭୀର ନଳକୂପ ମାଧ୍ୟମରେ ଜଳସେଚନର ସୁବିଧା ଯୋଗାଇ ଦିଆଯିବ। ତାଳଦଣ୍ଡା କେନାଲରେ ଜୁଲାଇ ୨୦ରେ ପାଣି ଛଡ଼ାଯିବ। ଏହାବାଦ୍‌ ବାସନା ପାନ ଚାଷ, ଇଣ୍ଟିଗ୍ରେଟେଡ୍‌ ମାଇକ୍ରୋନ୍ୟୁଟିଏଣ୍ଟ ପରିଚାଳନା, ସିଡ୍‌ ଭିଲେଜ କାର୍ଯ୍ୟକ୍ରମ, ଇ-ପେଷ୍ଟ ସର୍ଭେଲାନ୍ସ ମାଧ୍ୟମରେ କୀଟଦମନ, ଜୈବ ସାର, ଭର୍ମି କମ୍ପୋଷ୍ଟ ବ୍ୟବହାର ଉପରେ ପ୍ରାଧାନ୍ୟ ଦିଆଯାଉଛି। ଜିଲାରେ ଆଗାମୀ ଖରିଫରେ ୮୪,୨୬୦ ହେକ୍ଟର ଜମିରେ ଧାନ ଚାଷ, ୬୦ ହେକ୍ଟରରେ ମକା, ୧୬୦ ହେକ୍ଟରରେ ହରଡ଼, ବିରି ଓ ଅନ୍ୟାନ୍ୟ ରବି ଫସଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେହିପରି ୧୫ ହେକ୍ଟର ଜମିରେ ତୈଳବୀଜ, ୧୦୦ ହେକ୍ଟରରେ ଝୋଟ, ୧୬,୮୫୫ ହେକ୍ଟରରେ ପନିପରିବା, ୧୯୫୦ ହେକ୍ଟରରେ ଲଙ୍କା, ହଳଦୀ ଓ ଅଦା ଆଦି ମସଲାଜାତୀୟ, ୫ ହେକ୍ଟରରେ ହାଇବ୍ରିଡ୍‌ ନାପିୟର (ଫଡର) ଓ ୫୬୫ ହେକ୍ଟରରେ ଆଖୁ ଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଦାଶ କହିଥିଲେ। ବୈଠକରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ରୁଦ୍ର ନାରାୟଣ ଦାଶ, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ନାବାର୍ଡ ଡିଡିଏମ୍‌ ବିଶ୍ୱଭୂଷଣ ମହାନ୍ତି, ଏଲ୍‌ଡିଏମ୍‌ ଜି. ବି. ସୁବୁଦ୍ଧଙ୍କ ସହ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri