‘ସାରର କୃତ୍ରିମ ଅଭାବ ହେବାକୁ ଦିଅନାହିଁ’

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। ଏଠାରେ ଉର୍ବର ମାଟି ଓ ଜଳସେଚନ ସୁବିଧା ରହିଛି। କେବଳ ଚାଷୀଙ୍କୁ ସଚେତନ ଓ ଉତ୍ସାହିତ କରିବା ଦରକାର। ଠିକ ସମୟରେ ବିହନ ଓ ସାର ଯୋଗାଯିବା ଆବଶ୍ୟକ। ସାର ଯୋଗାଣରେ ଯେପରି କୃତ୍ରିମ ଅଭାବ ନ ହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ପଡ଼ିବ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଖରିଫ ଋତୁ ପାଇଁ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକରେ ଜିଲାପାଳ ପାରୁଲ ପଟାୱରୀ ପୌରୋହିତ୍ୟ କରି ଉପସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀ ଓ ସହକାରୀ ସମବାୟ ପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ବ୍ଲକସ୍ତରରେ ତହସିଲଦାର ଓ ଜିଲାସ୍ତରରେ ଉପଜିଲାପାଳ ଏହାର ତନଖି (ଏନଫୋର୍ସମେଣ୍ଟ) ଦାୟିତ୍ୱରେ ରହିବେ। ଅନ୍ୟପଟେ ଉନ୍ନତ ବୈଜ୍ଞାନିକ କୃଷି ଯନ୍ତ୍ରପାତି ଚାଷୀ ଯେପରି ରିହାତି ଦରରେ ପାଇବେ ସେଥିପାଇଁ ବ୍ଲକ ଓ ସହକାରୀ କୃଷି ଅଧିକାରୀମାନେ ପଞ୍ଚାୟତସ୍ତରରେ ବ୍ୟାପକ ପ୍ରଚାର, ପ୍ରସାର ଓ ସଚେତନ କରାଯାଉ। ଏନେଇ ପ୍ରତି ପଞ୍ଚାୟତରେ କୃଷି ଯନ୍ତ୍ରପାତିର ଡେମୋ ଦେଖାଇ ରିହାତି ସମ୍ପର୍କରେ ଅବଗତ କରାଯାଉ। ଅଧିକରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇ ଦିଆଗଲେ ସେମାନେ ୭୫% ରିହାତି ପାଇବେ। ଜଳନିଧି ଯୋଜନାରେ ଅଗଭୀର ନଳକୂପ ପାଇଁ ୫୦% ରିହାତି ରହିଛି। ଜିଲାରେ ମାତ୍ର ୩ ଜଣ ମିଲର ଅଛନ୍ତି। ଏ ପରିସ୍ଥିତିରେ କୃଷି ଅଧିକାରୀ ଓ ମିଶନ ଶକ୍ତି ବିଭାଗ ମିନି ରାଇସ ମିଲ୍‌ ଆଡକୁ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକୁ ଆକୃଷ୍ଟ କରିବାକୁ ପଡ଼ିବ। ସେହିପରି ଜିଲାରେ ସୋରିଷ, ସୂର୍ଯ୍ୟମୁଖୀ ଓ ବାଦାମ ଚାଷ କରିବା ପାଇଁ କୃଷକ ସଚେତନତାର ଆବଶ୍ୟକତା ରହିଛି। ଏଆରସିଏସ୍‌ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ତୁରନ୍ତ ସମ୍ପାଦକ ନିଯୁକ୍ତି କରନ୍ତୁ। କୃଷି ଋଣ ପ୍ରଦାନରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ବ୍ୟାଙ୍କରମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ସମସ୍ତ ସହକାରୀ କୃଷି ଅଧିକାରୀ ପ୍ୟାକ୍ସଗୁଡିକୁ ନିୟମିତ ପରିଦର୍ଶନ କରିବା ଉଚିତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଯେପରି ପାକ୍ସ ମାଧ୍ୟମରେ ଅଧିକରୁ ଅଧିକ ପଞ୍ଜୀକରଣ କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଜୁଲାଇ ୩୦ ପୂର୍ବରୁ ପଞ୍ଜୀକରଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କର ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜିଲା ମୁଖ୍ୟ କୃଷି ଅଧିକାରୀ ରାଜ କିଶୋର ଦାଶ ୨୦୨୧-୨୨ ରବି ଋତୁରେ ଉତ୍ପାଦିତ ଶସ୍ୟର ସଫଳତା କଥା ବଖାଣିଥିଲେ। ଏହି ବର୍ଷ ଧାନ ଆଦି ଶସ୍ୟ ୧୮୧୭ ହେକ୍ଟର, ଡାଲିଜାତୀୟ ୫୯,୦୩୭, ତୈଳ ବୀଜ ୩୩୦୫, ପନିପରିବା ୨୦,୪୭୩ ଓ ମସଲାଜାତୀୟ ୨୭୭୩ ହେକ୍ଟର ଜମିରେ ଚାଷ ହୋଇଥିଲା। ଉନ୍ନତ ବୈଷୟିକ କୃଷି ଉପକରଣ, ବିହନ, ସାର, କୀଟନାଶକ ଆଦି ରିହାତୀ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଯୋଗାଇ ଦିଆଯିବ। ବୈଷୟିକ ଯନ୍ତ୍ରପାତି ଯଥା ଟ୍ରାକ୍ଟର, ପାୱାର ଟିଲର, ଟ୍ରାନ୍ସପ୍ଲାଣ୍ଟର, ରିପର୍‌, ଥ୍ରେସର, ହାର୍ବେଷ୍ଟର, ଲିଫ୍ଟଇରି ମେସିନ, ଜଳନିଧି ଯୋଜନାରେ ଅଗଭୀର ନଳକୂପ ମାଧ୍ୟମରେ ଜଳସେଚନର ସୁବିଧା ଯୋଗାଇ ଦିଆଯିବ। ତାଳଦଣ୍ଡା କେନାଲରେ ଜୁଲାଇ ୨୦ରେ ପାଣି ଛଡ଼ାଯିବ। ଏହାବାଦ୍‌ ବାସନା ପାନ ଚାଷ, ଇଣ୍ଟିଗ୍ରେଟେଡ୍‌ ମାଇକ୍ରୋନ୍ୟୁଟିଏଣ୍ଟ ପରିଚାଳନା, ସିଡ୍‌ ଭିଲେଜ କାର୍ଯ୍ୟକ୍ରମ, ଇ-ପେଷ୍ଟ ସର୍ଭେଲାନ୍ସ ମାଧ୍ୟମରେ କୀଟଦମନ, ଜୈବ ସାର, ଭର୍ମି କମ୍ପୋଷ୍ଟ ବ୍ୟବହାର ଉପରେ ପ୍ରାଧାନ୍ୟ ଦିଆଯାଉଛି। ଜିଲାରେ ଆଗାମୀ ଖରିଫରେ ୮୪,୨୬୦ ହେକ୍ଟର ଜମିରେ ଧାନ ଚାଷ, ୬୦ ହେକ୍ଟରରେ ମକା, ୧୬୦ ହେକ୍ଟରରେ ହରଡ଼, ବିରି ଓ ଅନ୍ୟାନ୍ୟ ରବି ଫସଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେହିପରି ୧୫ ହେକ୍ଟର ଜମିରେ ତୈଳବୀଜ, ୧୦୦ ହେକ୍ଟରରେ ଝୋଟ, ୧୬,୮୫୫ ହେକ୍ଟରରେ ପନିପରିବା, ୧୯୫୦ ହେକ୍ଟରରେ ଲଙ୍କା, ହଳଦୀ ଓ ଅଦା ଆଦି ମସଲାଜାତୀୟ, ୫ ହେକ୍ଟରରେ ହାଇବ୍ରିଡ୍‌ ନାପିୟର (ଫଡର) ଓ ୫୬୫ ହେକ୍ଟରରେ ଆଖୁ ଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଦାଶ କହିଥିଲେ। ବୈଠକରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ରୁଦ୍ର ନାରାୟଣ ଦାଶ, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ନାବାର୍ଡ ଡିଡିଏମ୍‌ ବିଶ୍ୱଭୂଷଣ ମହାନ୍ତି, ଏଲ୍‌ଡିଏମ୍‌ ଜି. ବି. ସୁବୁଦ୍ଧଙ୍କ ସହ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଜଣଙ୍କ ଜୀବନ ଗଲା

ବଡ଼ବିଲ, ୧୨।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଏନ୍‌ଏଚ ୫୨୦ର ରୋଇଡା ଛକ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି...

ଧାମନଗର ଏନ୍‌ଏସି ୩ ଦିନ ଶଟ୍‌ଡାଉନ୍‌, ଜାଣନ୍ତୁ ଏସବୁ ସେବା ଚାଲୁ ରହିବ

ଧାମନଗର,୧୬ା୭(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବାକୁ ଧାମନଗର ଏନ୍‌ଏସିକୁ ୩ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ। କରୋନା ସଂକ୍ରମଣ ବୃଦ୍ଧି...

କେନ୍ଦୁଝର ଜିଲାପାଳ ଆଶ୍ୱସ୍ତ

କଟକ ଅଫିସ/କେନ୍ଦୁଝର,୧୯ା୪(ସ୍ବ.ପ୍ର.):ବିଭିନ୍ନ ଜନଜାତିଙ୍କ ବ୍ୟକ୍ତିଗତ ତଥା ସାମୂହିକ କେସ୍‌ର ୮ଟି ମାମଲାରେ ଜାତୀୟ ଅନୁସୂଚିତ ଜନଜାତି (ଏସ୍‌ଟି) କମିଶନଙ୍କ ନିକଟରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ...

ସିଲ୍‌ ମଦ ଦୋକାନ ଖୋଲି ସନ୍ଦେହରେ ଅବକାରୀ ବିଭାଗ

ଲଖନପୁର,୧୭।୪(ଡି.ଏନ୍‌.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍‌ଡାଉନ୍‌ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ...

ବାଲିଯାତ୍ରା: ଦିନ ବିତୁଛି, ଭିଡ଼ ଜମୁଛି

କଟକ ଅଫିସ,୧୭।୧୧: ଐତିହାସିକ କଟକ ବାଲିଯାତ୍ରା ଶନିବାର ପଞ୍ଚମ ଦିନରେ ପହଞ୍ଚିଛି। ଦିନ ଯେତିକି ବିତିବାରେ ଲାଗିଛି ସେହି ଅନୁସାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି।...

ଭିଜିଲାନ୍ସ ଜାଲରେ ସର୍ବଶିକ୍ଷା ଅଭିଯାନ ଟେକ୍ନିକାଲ କନସଲଟାଣ୍ଟ

କେନ୍ଦୁଝର,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସର୍ବଶିକ୍ଷା ଅଭିଯାନ ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବର୍ହିଭୂତ...

ବାର୍‌ହା ଫାଶରେ ବାଘ

ତିଗିରିଆ,୪।୧(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆ ବନାଞ୍ଚଳର ଭିରୁଡ଼ା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ଏକ କଲରାପତରିଆ ବାଘ ଫାଶରେ ପଡ଼ି ମୃତ୍ୟୁ ଘଟିଛି। ବାରହା...

ବ୍ରାହ୍ମଣ ସାହିରେ ମା’ଙ୍କୁ ଆବାହନ

ରାୟଗଡା ଅଫିସ, ୮।୧୦: ରାୟଗଡା ସହରରେ ବିଜୟା ଦଶମୀ ପୂଜା ପାରମ୍ପରିକ ରୀତିନୀତିରେ ଚାଲିଛି। ରାୟଗଡା ବ୍ରାହ୍ମଣ ସାହିରେ ଅତି ଆଡ଼ମ୍ବରରେ ଦଶହରା ପୂଜା ଚାଲିଛି।...

Advertisement
Archives

Model This Week