ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ଭିତରକୁ ସାଧାରଣରେ ମୋବାଇଲ ନେବା ନିଷେଧ ରହିଛି। ଜନସାଧାରଣଙ୍କ ପାଇଁ ଏହି ନିୟମ ଲାଗୁ ଥିବାବେଳେ ସେବାୟତ, ପୋଲିସ ଓ ନିର୍ଦ୍ଦିଷ୍ଟ ଭିଆଇପି ଶ୍ରୀମନ୍ଦିରକୁ ମୋବାଇଲ ନେବାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ତେବେ ଶୁକ୍ରବାର ପୁଣି ଜଣେ ବ୍ୟକ୍ତି ବାଇଶିପାହାଚ ଉପରେ ଠିଆ ହୋଇ ସେଲ୍ଫି ନେବା ଘଟଣାରେ ପୋଲିସ ପ୍ରତିକ୍ରିୟାଶୀଳ ହେବା ପରେ ଶ୍ରଦ୍ଧାଳୁମାନେ ପ୍ରଶାସନକୁ ପାଲଟା ପ୍ରଶ୍ନ କରୁଛନ୍ତି। ସେବାୟତଙ୍କଠାରୁ ଆରମ୍ଭ କରି ଛୋଟବଡ଼ ଶ୍ରୀମନ୍ଦିର କର୍ମଚାରୀ ଓ ପୋଲିସ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନେଇ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି। ଶ୍ରଦ୍ଧାଳୁମାନେ ମୋବାଇଲ ନେଇ ଯାଉ ନ ଥିବାବେଳେ କେତେଜଣ ବର୍ଗଙ୍କୁ କାହିଁକି ମୋବାଇଲ ନେଇ ଯିବାକୁ ଅନୁମତି ଦିଆଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ସାଧାରଣ ଲୋକେ ମୋବାଇଲ ଫୋନ୍ ନେଇ ଶ୍ରୀମନ୍ଦିର ପ୍ରବେଶ କରିଥିଲେ ସେମାନଙ୍କ ଉପରେ ଜରିମାନା କରାଯାଉଛି। ଶ୍ରୀମନ୍ଦିର ଆଇନ ଧାରା ୩୦(ଏ), ସବ୍ସେକ୍ସନ୍ ୪(ସି)ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ମୋବାଇଲ ନେଇ ଧରାପଡ଼ିଲେ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ସମାନ ଆଇନ ପୋଲିସ କର୍ମଚାରୀ ଓ ସେବାୟତଙ୍କ ଠାରେ ଲାଗୁ ହେଉନାହିଁ। ଫଳରେ ଜନଅସନ୍ତୋଷ ଦେଖିବାକୁ ମିଳୁଛି।
Posted inHome Left, ଆମ ଜିଲା ଖବର, ପୁରୀ View All
ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି
କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…
୩ ମାସ ମଧ୍ୟରେ ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍ ପଡ଼ିପାରନ୍ତି ୪ ଖେଳାଳି
ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…
ୟୁପିରେ ଅଦଳବଦଳ
ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍ର ୧୮ ଜଣ ଯୁବ ଆଇଏଏସ୍ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…
ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍: ବଢିବ ଦରମା ସାଙ୍ଗକୁ…
ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…
ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ
ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…
ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…
ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…
ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ
ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…
ମୃତଦେହ ରଖିବାକୁ ସ୍ଥାନାଭାବ
କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…
Archives

