ହସିବା ମନା

ଦ୍ୱିତୀ ଚନ୍ଦ୍ର ସାହୁ

ଘେରାଏ ପାର୍କର ଚାରିପାଖ ବୁଲି ଆସିବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ବସେ। ବସି ଟିକିଏ ଥକା ମାରିବା ପରେ ଆରମ୍ଭ କରେ ସୂକ୍ଷ୍ମ ବ୍ୟାୟାମ। ଟିଭି ପରଦାରୁ ଦେଖି ଜାଣିଥିବା କିଛି ଯୋଗାଭ୍ୟାସ କଲା ପରେ ଘରକୁ ଫେରେ। ନିତିଦିନିଆ ସକାଳୁଆ ବୁଲା ଅଭ୍ୟାସ ଏମିତିରେ ଚାଲେ। ଦିନେ ହଠାତ୍‌ ଜଣେ ବୟସ୍କ ମଣିଷ ଆସି କହିଲେ ବାବୁ! ‘ଆମ କ୍ଲବକୁ ଆସୁନ! ବୁଲୁଛ। ଯୋଗ କରୁଛ। ଟିକେ ହସିକି ଯିବ!’ ପାର୍କର ଗୋଟେ ସ୍ଥାନରେ କିଛି ଲୋକ ଏକତ୍ର କୃତ୍ରିମ ହସ ହସୁଥିବାର ପ୍ରାୟତଃ ଦେଖେ। ବୟସ୍କ ମଣିଷଙ୍କ ମାର୍ଜିତ ବ୍ୟବହାର ମୋତେ ପ୍ରଲୁବ୍ଧ କଲା। ଜଣାପଡୁଥିଲା ଚାକିରି ଜୀବନରୁ ଅବସର ନେଇଛନ୍ତି ।
ଆଉ ସମଧର୍ମାଙ୍କୁ ନେଇ ଏମିତି ହସ କ୍ଲବ କରିଥିବା ତାଙ୍କ ସୂଚନାରୁ ଜାଣିପାରିଲି। ଅବସର ନେଉଥିବା ବୟସ୍କ ମଣିଷମାନେ ଏମିତି ବିଭିନ୍ନ କ୍ଲବ ଓ ସଂଗଠନ କରି ସାମାଜିକ ସେବା କରୁଛନ୍ତି। ତା’ ସହିତ ନିଜର କୋହ, ଯନ୍ତ୍ରଣା ଓ ଦୁଃଖକୁ ବ୍ୟକ୍ତ କରି ଅନେକାଂଶରେ ମନକୁ ଶାନ୍ତ କରାନ୍ତି। ଅବସର ପରର ସମୟ ବିତେଇବା ବହୁତ କଷ୍ଟ । ଗୋଟେ ପଟେ ପାରିବାରିକ ତାଡ଼ନା, ଆରପଟ ହାତରେ ପ୍ରଚୁର ସମୟ। ଆଦର ନ ଥିବା ଘରେ ସମୟ ବିତେଇବା ଯନ୍ତ୍ରଣାଦାୟକ। ଖରାବେଳତକ ଭିଡ଼ି ମୋଡ଼ି କେମିତି ଚଳେଇବାକୁ ହୁଏ। ନ ହେଲେ ଅପରାହ୍ନ ଓ ସକାଳେ ଘରୁ ପଦାକୁ ଆସି ସମୟ ବିତେଇବାକୁ ଭାରି ଇଚ୍ଛା ହୁଏ। ଏବେ ଆଉ ଏକ ପରିସ୍ଥିତି ହେଲା ଏକଲାପଣ। ବାହାରେ ସବୁ ପିଲା। ଏକାକୀ ଘରେ ଅବସର ପରବର୍ତ୍ତୀ ଜୀବନ। ବୁଢ଼ୀବୁଢ଼ା ମଣିଷ ଅସହାୟତାକୁ ନେଇ ଚଳିବା କି କଷ୍ଟ ! ଅର୍ଥ ପ୍ରତିପତ୍ତି ଥିଲେ ବି ଏମିତି ଏକ ସମୟ ଆସେ କଥା ହେବା ଲାଗି କିଏ ଜଣେ ଆବଶ୍ୟକ ପଡ଼େ! ଏଇକ୍ରମରେ ସାଂପ୍ରତିକି ସମୟ ବି ଦାରୁଣ। କିଏ କାହାର ନାହିଁ। ସହାୟତା ଦେବାକୁ ଇଚ୍ଛା ଥିଲେ ବି ଭିତରେ କୁନ୍ଥୁକୁନ୍ଥୁ। କିଏ କାହାକୁ ମିଶିବା ମନା। ବସି ଗପସପ ହେବା ମନା। ଖଟି କରିବା ମନା। ଏମିତିରେ ହସ ଗମାତ କେମିତି ସମ୍ଭବ! ଘରୁ ନ ବାହାରିଲେ ସୁରକ୍ଷିତ। ଘରେ ଥାଉ ଥାଉ ବି କେମିତି କୁଆଡୁ ସେ ଆସି ଆସ୍ଥାନ ଜମେଇ ଦିଏ ଯେ ତମାମ ଲୋକଙ୍କ ନିଦ ହଜେଇ ଦିଏ। ସବୁଆଡ଼େ ହାହାକାର। ରୋଗ ନ ହେବା ଲାଗି ଶତ ଚେଷ୍ଟା। ହୋଇଗଲେ ତ ନର୍କ ଯନ୍ତ୍ରଣା ଓ ମାନସିକ ଚାପ। ନ ହେଉଣୁ ବି ଜବର ହୀନସ୍ତା। ଆଗୁଆ ପଦକ୍ଷେପ ଲାଗି ଲୋକଙ୍କ ଉଦ୍ୟମ। ଘରର ସବୁ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ, ଯନ୍ତ୍ରପାତି, ଅମ୍ଳଜାନ ଏମିତି କେତେ କେତେ ଜୀବନ ସୁରକ୍ଷା ସାମଗ୍ରୀ ତରବର ହୋଇ ଖୋଜି ଲୋଡ଼ି ରଖନ୍ତି ଲୋକେ। ଏଇ ମାନସିକତା ଭିତରେ ଘରେ ବାହାରେ ବିପଦର ପଦଧ୍ୱନି। କୋଉଥିରେ ମନ ଲାଗୁନି।
ସମୟ କଟେଇବା ଲାଗି ଯୋଉ ଯନ୍ତ୍ରଟା ଏଯାବତ୍‌ ଆମକୁ ସହାୟତା କରୁଥିଲା ତାକୁ ନେଇ ବି ମନ ବିସ୍ତାପ ହୋଇଗଲାଣି। ମୋବାଇଲ ଖଣ୍ଡକ ଯାହା ହେଉ ସମୟତକ ସାରି ଦେଉଥିଲା। କାହା ସହ ଗପି ଗପି ହେଉ ଅବା ସାମାଜିକ ଗଣମାଧ୍ୟମ ଭିତରେ ବୁଡ଼ି ରହି ସମୟ ବିତି ଯାଉଥିଲା। ଏବେ ମୋବାଇଲ ଖୋଲିଲେ ସାମାଜିକ ଗଣମାଧ୍ୟମରେ ବିୟୋଗ ବାର୍ତ୍ତା ଓ ମଲା ଲୋକର ହସ ହସ ପ୍ରୋଫାଇଲ ଫଟୋକୁ ଦେଖିଲେ ମନ ସାଙ୍କୁଡ଼ି ଯାଉଛି। କାଲି ଯାହା ସହ କଥା ହୋଇଥିବେ ଆଜି ତା’ର ନିଧନର ଖବର। ନିଜ ଭିତରେ ଛାନିଆ ଘର କରି ରହୁଛି। ମନ ଭିତରକୁ ଆପେ ଆପେ ପାପ ଛୁଇଁଯାଉଛି। ନିଜ ଭିତରେ ଅସହ୍ୟ ଚାପ ଓ ଉତ୍ତେଜନାବଶତଃ ଦେହର ସାମାନ୍ୟ ତାତି ବି ନିଜକୁ ଡରଉଛି। ବଞ୍ଚିବା ପାଇଁ ଯିଏ ଯାହା କହୁଛି ସେସବୁ ଆଖିବୁଜା କରି ଚାଲିଛି ନିଜ ନିଜ ଘରେ ମଣିଷ। ଟିଭି ଖୋଲିଲେ ଦେଶବ୍ୟାପୀ ହାହାକାର ଚିତ୍ର। ଅସହାୟ ପ୍ରଶାସନ। ଚିକିତ୍ସା ଜଗତ ସହ ଜଡ଼ିତ କର୍ମଚାରୀଙ୍କ କିଛି ନ କରିପାରିବାର ବିବଶପଣର ବାର୍ତ୍ତା। ଏଭଳି ସ୍ଥିତିରେ ମନରେ ସରସତା ନାହିଁ। କଥା କହିବାକୁ ଭାଷା ମିଳୁନି। ବ୍ୟକ୍ତ କରିବାକୁ ଦୁଃଖ ନିଅଣ୍ଟ ପଡୁଛି। ନିଜ ନିଜ ଭିତରର ଅସହାୟତା, କୋହ, ଯନ୍ତ୍ରଣାରେ ମଣିଷ ଛଟପଟ ହେଉଛି।
ନିଜକୁ ସର୍ବବ୍ୟାପୀ, ସର୍ବଜ୍ଞାନୀ କହୁଥିବା ମଣିଷ ପରିସ୍ଥିତି ନିକଟରେ କେତେ ଅସହାୟ ତା’ର ଚିତ୍ର ଦେଖି ଦେଖି ଜୀବନ ପ୍ରତି ବିତୃଷ୍ଣା ଆସି ଯାଉଛି। ଏମିତି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି ଅନେକ ଆକ୍ରାନ୍ତ ମଣିଷ। କିନ୍ତୁ ଚିକିତ୍ସାବିଜ୍ଞାନୀଙ୍କ ଏକ ପରିସଂଖ୍ୟାନ ଅନୁସାରେ ମୋଟ କରୋନାର ୮୫ ପ୍ରତିଶତ ରୋଗୀ ମାମୁଲି ଅବା ମଧ୍ୟମ ଧରଣର ଆକ୍ରାନ୍ତ ହେଉଛନ୍ତି। ବାକି ୧୫ ପ୍ରତିଶତ ମାତ୍ରାଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେଥିରୁ ଅଧିକାଂଶ ଅମ୍ଳଜାନ ପାଇ ଭଲ ହେଉଛନ୍ତି ତ କିଛି ଆଇସିୟୁରୁ ସଫଳତାର ସହ ଘରକୁ ଫେରୁଛନ୍ତି। ଆଉ କିଛି ସଂଗ୍ରାମରେ ହାରି ଯାଉଛନ୍ତି। ସେସବୁ ମଣିଷ ଭିତରୁ ଆମ ଜଣାଶୁଣା ତାଲିକା ଭିତରେ ଥିଲେ ଆମକୁ ବିଚଳିତ କରୁଛି ତାଙ୍କ ମୃତ୍ୟୁ। ଏଇ କଠିନ ସମୟରେ ନିଜକୁ ନିଜେ ଯୁଝିବାକୁ ହେବ। ମନକୁ ଶାନ୍ତ ରଖି ସାହସ ଭରିବାକୁ ହେବ। ନକାରାତ୍ମକ ଚିନ୍ତନଠାରୁ ଦୂରରେ ରହିବାକୁ ହେବ। ବିଚଳିତ କରୁଥିବା ଦୃଶ୍ୟଠାରୁ ଦୂରେଇ ରହିବାର ଇଏ ସମୟ। ହସରସରେ ଭରା ପୁସ୍ତକ ହେଉ କି ଚଳଚ୍ଚିତ୍ର ଦେଖି ସୁସ୍ଥ ମଣିଷମାନେ ନିଜକୁ ମାନସିକସ୍ତରରେ ଫିଟ୍‌ ରଖିବାକୁ ହେବ।
ବିଶେଷଜ୍ଞଙ୍କ ମତରେ କରୋନା ଲଢ଼େଇ ପାଇଁ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ନିହାତି ଆବଶ୍ୟକ । ଏଇକ୍ରମରେ ବୟସ୍କ ବ୍ୟକ୍ତିଙ୍କ ଆଗ୍ରହକ୍ରମେ ତାଙ୍କ ହସ କ୍ଲବରେ ଯୋଗଦେବାକୁ ଇଚ୍ଛା ହେଲା। ସମୟ ଅଭାବରୁ ସେଦିନ ଘରକୁ ଫେରିଯାଇଥିଲି। ସପ୍ତାହ ବ୍ୟାପୀ ଲକ୍‌ଡାଉନ ଓ ଶଟ୍‌ଡାଉନ ଅବଧି ପରେ ସକାଳୁଆ ବୁଲା ସାରି ସେଇ ସ୍ଥାନରେ ବସି ନିରୀକ୍ଷଣ କଲି ସମଦୂରତା ସହ ଠିଆ ହୋଇଥିବା କିଛି ଲୋକେ ହସୁ ନ ଥିଲେ। ପାଖକୁ ଯାଇ ଦେଖିଲି ଚେୟାରରେ ଫୁଲମାଳ ଲଗା ଫଟୋଟେ ଅଛି। ତଥାକଥିତ ବୟସ୍କ ଲୋକଟି ହସୁଛନ୍ତି।
କିନ୍ତୁ ସ୍ଥିର ହସ। ସେଥିରେ ଧ୍ୱନି ନାହିଁ କି ଉଚ୍ଚାଟ ନାହିଁ। ଅଛି ଖାଲି ଦୁଃଖ ଓ ଶୋକ । ଚାରିଆଡ଼େ ଦେଖିଲି ସମସ୍ତଙ୍କ ମୁହଁରେ ମାସ୍କ। ମାସ୍କ ତଳେ ଥିବା ମୁହଁର ଭାବକୁ ବି ପଢ଼ିହେଉନି। ଭୂତାଣୁ ଭୟରେ ମଣିଷ ପିନ୍ଧୁଥିବା ମାସ୍କ ବୋଧେ ଏମିତି ହୁଇପ ଜାରି କରିଛି ସବୁଠି – ସ୍‌ ସ୍‌ ସ୍‌ … ହସିବା ମନା ଏଠି!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?