ଦ୍ୱିତୀୟ ନ ଯାଉଣୁ ତୃତୀୟ ଭୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୧୪ା୭:ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଗତ ଏପ୍ରିଲ ୧୩ରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମେ ୧୩ରେ ୧୯, ଜୁନ ୧୩ରେ ୪୫ ଏବଂ ଜୁଲାଇ ୧୩ରେ ୬୮ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍‌ ରାଜ୍ୟରୁ କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବାବେଳେ ବିଶ୍ୱର ବିଭିନ୍ନ ଦେଶରେ ଏହି ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଗଲାଣି। ଅନ୍ତର୍ଜାତୀୟ ଛବିକୁ ଦେଖିଲେ ବ୍ରିଟେନ, ସ୍ପେନ, ରୁଷିଆ, ଇରାନ, ଇଣ୍ଡୋନେସିଆ, ବାଂଲାଦେଶ, ଥାଇଲାଣ୍ଡ, ଆର୍ଜେଣ୍ଟିନା,ଦକ୍ଷିଣ ଆଫ୍ରିକା ଭଳି କେତେକ ଦେଶରେ ସଂକ୍ରମଣ ପୁଣିଥରେ ଉପରମୁହାଁ ହୋଇଛି। ଭାରତରେ ମଧ୍ୟ କୌଣସି ସମୟରେ ତୃତୀୟ ଲହରର ପ୍ରକୋପ ଆରମ୍ଭ ହୋଇପାରେ। ତେଣୁ ଏସମ୍ପର୍କିତ ଭବିଷ୍ୟବାଣୀକୁ ପାଣିପାଗ ଅପ୍‌ଡେଟ୍‌ ଭଳି ଗ୍ରହଣ ନ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ଦେଶବାସୀଙ୍କୁ ଚେତାଇଦେଇଛନ୍ତି। ଦେଶର ୫ ରାଜ୍ୟରେ ୭୩.୪% ନୂଆ ସଂକ୍ରମଣ ମାମଲା ରହିଛି। ସର୍ବାଧିକ ସଂକ୍ରମିତ ଥିବା ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ରହିଥିବାରୁ ଏଠାରେ ମଧ୍ୟ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଜୁଲାଇରେ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ୫ ରାଜ୍ୟରେ ନୂଆ କୋଭିଡ୍‌ ସଂକ୍ରମିତଙ୍କ ମାମଲା ଦେଶର ପ୍ରାୟ ୭୩.୪% ରହିଛି। ଦେଶର ୫୫ ଜିଲାରେ ସଂକ୍ରମଣ ହାର ୧୦%ରୁ ଊର୍ଦ୍ଧ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ମହାରାଷ୍ଟ୍ର, ଛତିଶଗଡ଼, ଆସାମ, ମେଘାଳୟ, ମିଜୋରାମ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ ଓ ତ୍ରିପୁରାକୁ କୋଭିଡ୍‌ ପରିଚାଳନାରେ ସହାୟତା ଲାଗି କେନ୍ଦ୍ରୀୟ ଟିମ୍‌ ପଠାଯାଇଛି। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ନିୟମ ମାନନ୍ତୁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ଏକ ଖବରଦାତା ସମ୍ମିଳନୀରେ ଚେତାଇ ଦେଇଛନ୍ତି।
୩ୟ ଲହର ଭୟ ଘାରୁଥିବାବେଳେ ଓଡ଼ିଶାରେ ଆଉ ଦିନକ ପରେ ଅର୍ଥାତ୍‌ ୧୬ ତାରିଖ ସକାଳ ୬ଟାରେ ଆଂଶିକ ଲକ୍‌ଡାଉନ୍‌ ବା ଅନ୍‌ଲକ୍‌ ପର୍ଯ୍ୟାୟ ସରୁଛି। ଏବେ ବି କିଛି ଜିଲାରେ ସଂକ୍ରମଣ ହାର ଅଧିକ ରହିଛି। ପୁରୀରେ ବିନା ଭକ୍ତରେ ରଥଯାତ୍ରା ଚାଲିଥିବାବେଳେ ସଂକ୍ରମଣ ହାର ୧୨.୪ ପ୍ରତିଶତ ରହିଛି। ଲୋକଙ୍କ ବେପରୁଆ ମନୋଭାବ ଯୋଗୁ ସେସବୁ ଜିଲାରେ ସ୍ଥିତି ଜଟିଳ ରହୁଥିବା କୁହାଯାଉଛି। ଏପରିସ୍ଥିତିରେ ଆଗକୁ ରାଜ୍ୟ ସରକାର କ’ଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଆଲୋଚନା ଓ ପର୍ଯ୍ୟାଲୋଚନା। ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟବାସୀ ଚାହିଁ ରହିଥିବାବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କେତେକ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର କହିଛନ୍ତି, ଅଧିକ ସଂକ୍ରମଣ ଜିଲାରେ ଶଟ୍‌ଡାଉନ ଜାରି କରିବା ସହିତ ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି କରାଯାଉ। ଭୁବନେଶ୍ୱର, କଟକ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଇବା ଉଚିତ। ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ଗତ କିଛିଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମିକମି ଆସୁଛି। ବର୍ତ୍ତମାନ କଟକ, ଖୋର୍ଦ୍ଧା, ପୁରୀ ସମେତ ଆଉ କିଛି ଜିଲାକୁ ଅଧିକ ଫୋକସ୍‌ କରାଯାଉଛି। ତେବେ ଦୈନିକ ସଂକ୍ରମଣ ହାର ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ସରକାର ଅନ୍‌ଲକ୍‌ ସମ୍ପର୍କରେ ନିଷ୍ପତ୍ତି ନେବେ। ତେବେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକେ ପୁଣିଥରେ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ଏମାନଙ୍କ ଉପରେ କଟକଣା ରହିବା ଦରକାର। କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ଡିଏମ୍‌ଇଟି କହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମିଛି। କେସ୍‌ ଲୋଡ୍‌, ଟେଷ୍ଟ ପଜିଟିଭ୍‌ ରେଟ୍‌ ଓ ଲୋକଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍‌ଲକ୍‌ ସମ୍ପର୍କରେ ନିଷ୍ପତ୍ତି ନେବେ। ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ। ନ ହେଲେ ପୁଣି ସଂକ୍ରମଣ ବଢ଼ିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରାଇଦେଇଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି, କୋଭିଡ୍‌-୧୯ର ତୃତୀୟ ଲହର ନେଇ କରାଯାଉଥିବା ଭବିଷ୍ୟବାଣୀକୁ ଗମ୍ଭୀର ଭାବେ ନେବା ଉଚିତ। ଲୋକେ ଗାଇଡ୍‌ଲାଇନ୍‌କୁ ଅବଜ୍ଞା କରିଚାଲିଲେ ସଂକ୍ରମଣର ମୁକାବିଲାରେ ଯାହା ବି ସଫଳତା ମିଳିଛି ସବୁ ପାଣିରେ ପଡ଼ିବ। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ କହିଛନ୍ତି, ମହାମାରୀର ତୃତୀୟ ଲହର ବିଶ୍ୱର କେତେକ ଦେଶରେ ଆରମ୍ଭ ହୋଇଯାଇଛି। ଭାରତରେ ଯେଭଳି ତାହା ବିସ୍ତାର ନ ହେବ ସେଦିଗରେ ଲୋକେ ସତର୍କ ହୋଇ ଚଳିବା ଜରୁରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଚେତାବନୀ ଏଭଳି ସମୟରେ ଆସିଛି ଯେତେବେଳେ ହଜାର ହଜାର ଲୋକ ପାର୍ବତ୍ୟାଞ୍ଚଳର ହିଲ୍‌ ଷ୍ଟେଶନଗୁଡ଼ିକରେ କୋଭିଡ୍‌ ନିୟମକୁ ଫୁ କରି ଭିଡ଼ ଜମାଉଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲି ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି। ମୋଦି କହିଛନ୍ତି, ଲୋକେ ସାମାଜିକ ଦୂରତ୍ୱକୁ ନ ମାନି ହିଲ୍‌ ଷ୍ଟେଶନଗୁଡ଼ିକରେ ବିନା ମାସ୍କରେ ଯେପରି ବୁଲୁଛନ୍ତି ତାହା ଚିନ୍ତାଜନକ। ଏକଥା ସତ ଯେ, କରୋନା ଯୋଗୁ ପର୍ଯ୍ୟଟନ ଓ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। କିନ୍ତୁ ବିନା ମାସ୍କରେ ହିଲ୍‌ ଷ୍ଟେଶନଗୁଡ଼ିକରେ ଭିଡ଼ ଜମାଇବା ଅନୁଚିତ। ତୃତୀୟ ଲହରକୁ ଅଟକାଇବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ଜାରି ପ୍ରୋଟୋକଲ ସହ ଲୋକେ କୌଣସି ପ୍ରକାର ସାଲିସ କରିବା ଅନୁଚିତ। କୋଭିଡ୍‌-୧୯ ଭୂତାଣୁ ରୂପ ବଦଳାଇ ଆସିପାରେ ବୋଲି ବିଶେଷଜ୍ଞମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏଭଳି ସ୍ଥିତିରେ ଉଭୟ ନିରାକରଣ ଓ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କରୋନା ସ୍ଥିତିକୁ ତର୍ଜମା କଲେ ସରକାର ଓ ବିଶେଷଜ୍ଞଙ୍କ ପରାମର୍ଶ ରାଜ୍ୟରେ ବେଶ୍‌ ଗୁରୁତ୍ୱ ବହନ କରୁଛି। ସଂକ୍ରମଣ କମିବାରୁ ଗତ ୧ ତାରିଖରୁ ରାଜ୍ୟରେ ୧୫ଦିନିଆ ଅନ୍‌ଲକ୍‌ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ୩୦ ଜିଲାକୁ ଦୁଇ ଭାଗ ଅର୍ଥାତ୍‌ ବର୍ଗ-୧ ଓ ୨ରେ ବିଭକ୍ତ କରାଯାଇ କଟକଣା କୋହଳ କରାଯାଇଥିଲା। ବର୍ଗ-୨ରେ ଥିବା ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଯାଜପୁର ଜିଲାରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ୫%ରୁ ଅଧିକ ଥିବାରୁ ଏଠାରେ ଅଧିକ କଟକଣା ଜାରି ରହିଥିଲା। ଏସବୁ ଜିଲା ମଧ୍ୟରୁ ଏବେ ୪ ଜିଲାରେ ସଂକ୍ରମଣ ହାର ୫% ଉପରେ ରହିଛି। ପୁରୀ ଜିଲାରେ ସର୍ବାଧିକ ସଂକ୍ରମଣ ହାର ୧୨.୪% ଥିବାବେଳେ ଖୋର୍ଦ୍ଧା ୭.୬, କଟକରେ ୬.୮ ଓ ନୟାଗଡ଼ରେ ୫.୫% ରହିଛି। ସେହିପରି ବାଲେଶ୍ୱରରେ ୪.୬%, ଭଦ୍ରକ ୪.୧ ଓ ମୟୂରଭଞ୍ଜରେ ଏହି ହାର ୪.୦% ରହିଛି। ସେହିଭଳି ଏବେବି ଦୈନିକ କରୋନା ମୃତ୍ୟୁ ୬୦ ଉପରେ ରହୁଛି। ତେଣୁ ସରକାରଙ୍କ ଆଗାମୀ ନିଷ୍ପତ୍ତି ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ରାଜ୍ୟର କରୋନା ସ୍ଥିତିକୁ ନିର୍ଣ୍ଣାୟକ ମୋଡ଼ ଦେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ହୋଇପାରେ ଜୋରଦାର ଟକ୍କର! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri