Posted inଜାତୀୟ

ଭୁଲି ହେବନି ଦେଶ ବିଭାଜନ ବ୍ୟଥା…

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନ ବ୍ୟଥା ସମ୍ପର୍କରେ ବଖାଣିଛନ୍ତି। ସେ କହିଛନ୍ତି, ଦେଶର ବିଭାଜନର ଦୁଃଖଦ ସ୍ଥିତି କେବେ ବି ଭୁଲିପାରିବ ନାହିଁ। ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଲା ଏବଂ ଜୀବନ ମଧ୍ୟ ହରାଇବାକୁ ପଡିଲା। ପ୍ରଧାନମନ୍ତ୍ରୀ ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି କହିଛନ୍ତି ଯେ ବିଭାଜନରେ ବିସ୍ଥାପିତ ହୋଇ ପ୍ରାଣ ହରାଇଥିବା ଆମର ଲକ୍ଷ ଲକ୍ଷ ଭଉଣୀ ଏବଂ ଭାଇଙ୍କ ସଂଗ୍ରାମ ତଥା ବଳିଦାନକୁ ସ୍ମରଣ କରି ଏହିି ଦିବସ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଣିଷ ମଣିଷ ମଧ୍ୟରେ ଭେଦଭାବର ଲୋପ କରିବାକୁ ଏହି ଦିନ ପ୍ରେରଣା ଯୋଗାଇବ।
ପ୍ରଧାନମନ୍ତ୍ରୀ କହିଛନ୍ତି, # ପାର୍ଟିସନ ହରରର୍ସ ରେମବ୍ରେନ୍ସ ଡେ’ ର ଏହି ଦିନ କେବଳ ଭେଦଭାବ, ଶତ୍ରୁତା ଏବଂ ଦୁଷ୍କର୍ମର ଜହରକୁ ଦୂର କରିବା ପାଇଁ ପ୍ରେରଣା ଯୋଗାଇବ ନାହିଁ, ବରଂ ଏହା ଏକତା, ସାମାଜିକ ସମନ୍ବୟ ଏବଂ ମାନବୀୟ ଭାବନାକୁ ମଧ୍ୟ ସୁଦୃଢ଼ କରିବ। ବିଭାଜନ ଆକାରରେ ସ୍ବାଧୀନତାର ମୂଲ୍ୟ ଦେବାକୁ ପଡିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧୀନତା ପାଇଲା। କିନ୍ତୁ ବ୍ରିଟିଶ ଶକ୍ତି ବିଭାଜନ ଭଳି ବିପୁଳ ମୂଲ୍ୟ ବାବଦରେ ଭାରତକୁ ସ୍ବାଧୀନତାର ସୁଖ ଦେଇଥିଲେ। ୧୪ ଅଗଷ୍ଟରେ ଅଖଣ୍ଡ ଭାରତକୁ ଭାରତ ଏବଂ ପାକିସ୍ତାନକୁ ଭାବେ ଦୁଇ ଭାଗ କରି ଦିଆଯାଇଥିଲା। ୧୫ ଅଗଷ୍ଟ ସକାଳେ ଲୋକେ ନିଜ ଭିଟାମାଟି ଛାଡ଼ି ଟ୍ରେନ, ଘୋଡା, ଖଚର ଏବଂ ପାଦରେ ପାକିସ୍ତାନରୁ ହିନ୍ଦୁସ୍ଥାନ ଏବଂ ଭାରତରୁ ପାକିଓ୍‌ଥାନକୁ ଆସିଥିଲେ ସେମାନଙ୍କ ମୁହଁରୁ ଖୁସି ହଜିଯାଇଥିଲା। ବିଭାଜନ ସମୟରେ ଉଭୟ ଦେଶରେ ଦଙ୍ଗା ଓ ହିଂସା ଦେଖାଦେଇଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। କେତେକ ରିପୋର୍ଟରେ ଏହି ସଂଖ୍ୟାକୁ ୧୦ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ କୁହାଯାଇଛି। ଏହି ଦୁଃଖଦ ଘଟଣା କାହାକୁ ଛାଡି ନ ଥିଲା। ମହିଳା, ଛୋଟ ପିଲା, ବୃଦ୍ଧ ସମସ୍ତ ବର୍ଗର ଲୋକେ ଏହି ହିଂସାର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆରୋଗ୍ୟ ହାର ୭୦% ଟପିଲା

ନୂଆଦିଲ୍ଲୀ, ୧୩।୮(ପି.ଟି.): ଭାରତରେ କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ଅତିକ୍ରମ କରିଛି। ବୁଧବାର ସୁଦ୍ଧା ୧୬,୩୯,୫୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ସକ୍ରିୟ...

ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ଟଏଲେଟ୍‌ ପାଣିରେ ଉଡ୍‌ଲି ଚଟ୍‌ଣି ତିଆରି କରୁଥିଲେ ଦୋକାନୀ: ଭିଡ଼ିଓ ହେଲା ଭାଇରାଲ

ମୁମ୍ବାଇ,୧।୬: ଜଣେ ଜଳଖିଆ ଦୋକାନି ଇଡ୍‌ଲି ସହିତ ଖିଆ ଯାଉଥିବା ଚଟ୍‌ଣି ଟଏଲେଟ୍‌ ପାଣିରେ ତିଆରି କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ...

ଯୋଗୀଙ୍କ ନିଷ୍ପତ୍ତି: ସୁର ସାମ୍ରାଜ୍ଞୀଙ୍କ ନାଁରେ ହେବ ସ୍ବତନ୍ତ୍ର ଛକ

ଲକ୍ଷ୍ନୌ,୧୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳ ନାନାପ୍ରକାରର ଯୋଜନାମାନ ଘୋଷଣା...

ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର...

କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ: ଆଜାଦ୍‌

ଜମ୍ମୁ,୨୭।୨: ଦେଶର ସମସ୍ତ ଲୋକଙ୍କ ହିତ ପାଇଁ କାମ କରିବାକୁ କଂଗ୍ରେସ ସର୍ବଦା ତତ୍ପର। ଦଳ ସବୁ ଧର୍ମକୁ ସମ୍ମାନ ଦେଇଥାଏ। କଂଗ୍ରେସ ସମ୍ମୁଖରେ ସଭିଏଁ...

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ଅନେକ ହେବିଓ୍ବେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ

ପାଟନା,୩।୧୧: ବିହାରରେ ମଙ୍ଗଳବାର ସକାଳୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଯୋଗେ ୨ୟ ପର୍ଯ୍ୟାୟରେ ବିହାରବାସୀଙ୍କୁ...

Advertisement
Archives

Model This Week