ବିବାହ ଉତ୍ସବକୁ ଆସନ୍ତୁ ନାହିଁ, ଏମିତି କହି ନିବେଦନ କରୁଛନ୍ତି କନ୍ୟାଙ୍କ ମାତାପିତା; କାରଣ…

ନୂଆଦିଲ୍ଲୀ,୨୦ା୧୧: ଦିଲ୍ଲୀରେ ଶାସକ ଆମ ଆଦ୍‌ମୀ ପାର୍ଟି ସରକାର ବିବାହ ସମାରୋହରେ କେବଳ ୫୦ ଅତିଥି ଯୋଗ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କନ୍ୟାଘର ପକ୍ଷରୁ କୁହାଯାଇଛି ଯେ, ସରକାର ଏହି ଆଦେଶ ଦେବା ପୂର୍ବରୁ ବିବାହ ଉତ୍ସବ ଆୟୋଜନ କରୁଥିବା ମାତାପିତାଙ୍କୁ ଅନ୍ତତଃପକ୍ଷେ ସମୟ ଦେବା ଉଚିତ୍‌। କାରଣ ସେମାନେ ନିଜସ୍ବ ବ୍ୟବସ୍ଥା କରିପାରିବେ।

ନୂଆଦିଲ୍ଲୀ ଅଞ୍ଚଳର ଓ୍ବାଜିରାବାଦରେ ରହୁଥିବା ଭୁଲେରାମ କହିଛନ୍ତି ଯେ, ଡିସେମ୍ବର ୮ରେ ତାଙ୍କ ଝିଅ ଜ୍ୟୋତିର ବିବାହ ଉତ୍ସବ ଅନୁଷ୍ଠିତ ହେବ। ବିବାହ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ, ବରଯାତ୍ରୀରେ ପ୍ରାୟ ୧୫୦ ଲୋକ ଆସିବେ। ସେ କହିଛନ୍ତି, ବରଯାତ୍ରୀରେ ୧୫୦ ଜଣ, ପରିବାରର ପ୍ରାୟ ୨୦୦ ଏବଂ ୧୦୦ ଜଣ ପରିଚିତ ଲୋକଙ୍କୁ ଝିଅ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏପରିକି ସମସ୍ତଙ୍କ ଘରକୁ ଯାଇ କାର୍ଡ ମଧ୍ୟ ବାଣ୍ଟିଥିଲେ। ମାତ୍ର ହଠାତ୍‌ ସରକାରଙ୍କ ନିଷ୍ପତ୍ତି ଆସିଲା ଯେ, ବର୍ତ୍ତମାନ ବିବାହରେ କେବଳ ୫୦ ଜଣ ଲୋକ ସାମିଲ ହେବେ। ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ ମାତ୍ର ଗତ ଏକ ମାସ ଧରି ବିବାହ ପ୍ରସ୍ତୁତି ଶେଷ କରିଥିବା ପରିବାର ପ୍ରତି ସରକାର ନିଶ୍ଚିତ ଚିନ୍ତା କରିବା ଦରକାର।

ସେ କହିଥିଲେ ଯେ, ବର୍ତ୍ତମାନ ପ୍ରତ୍ୟେକ ସମ୍ପର୍କୀୟଙ୍କୁ ବିବାହ ଉତ୍ସବରେ ନ ଆସିବା ପାଇଁ ଅନୁରୋଧ କରୁଛନ୍ତି। ଆହୁରି ମଧ୍ୟ ବରଯାତ୍ରୀରେ ମାତ୍ର ୨୦-୨୫ ଜଣ ଲୋକ ଆସିବା ପାଇଁ ବରଘର ଲୋକଙ୍କୁ ଜଣାଇଛନ୍ତି। ଏହା ଦ୍ୱାରା ତାଙ୍କର ସମ୍ମାନ ହାନି ହେବା ସହ ସମ୍ପର୍କୀୟଙ୍କ ନିକଟରେ ତାଙ୍କୁ ଖରାପ ଲାଗୁଛି। ବାଧ୍ୟରେ ସେ ଅତିଥିଙ୍କୁ ମନା କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri