ସରିଲା ଭୋଟ, ଫଳାଫଳକୁ ଅପେକ୍ଷା

ଢେଙ୍କାନାଳ ଅଫିସ,୪ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସୋମବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ମୋଟ୍‌ ମତଦାନ ହାର ୮୮ ପ୍ରତିଶତ ହୋଇଥିବାବେଳେ ସେଥିରୁ ୯୦ ପ୍ରତିଶତ ମହିଳା ଓ ୮୬ ପ୍ରତିଶତ ପୁରୁଷ ଭୋଟର ଭୋଟ୍‌ ଦେଇଛନ୍ତି। ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ସମସ୍ତ ବୁଥରୁ ପୋଲିଂ ପାର୍ଟି ଇଭିଏମ୍‌ ନେଇ ଏନ୍‌ଏସି କାର୍ଯ୍ୟାଳୟକୁ ଫେରିଥିବା ଜଣାପଡିଛି। ଏନ୍‌ଏସି କାର୍ଯ୍ୟାଳୟଠାରେ ଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ଗୁଡିକ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ଆସନ୍ତା ୫ ତାରିଖ ସକାଳ ୮ଟାରୁ ଏନ୍‌ଏସି କାର୍ଯ୍ୟାଳୟରେ ଭୋଟ ଗଣତି ହେବ ବୋଲି ହିନ୍ଦୋଳ ଉପଜିଲାପାଳ ସୂଚନା ଦେଇଛନ୍ତି।
୧୬ ୱାର୍ଡ ବିଶିଷ୍ଟ ହିନ୍ଦୋଳ ଏନ୍‌ଏସିରେ ମୋଟ୍‌ ୧୬ଟି ବୁଥ୍‌ କରାଯାଇଥିଲା। ସକାଳ ୮ଟାରୁ ଭୋଟ୍‌ଗ୍ରହଣ ଆରମ୍ଭ ହୋଇଥିବା ବେଳେ ପ୍ରତି ବୁଥ୍‌ରେ ନଗରପାଳ ପ୍ରାର୍ଥୀଙ୍କ ପାଇଁ ଗୋଟିଏ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ଗୋଟିଏ କରି ମୋଟ ୨ଟି ଇଭିଏମ୍‌ ରହିଥିଲା। ସକାଳେ ଅଧିକାଂଶ ବୁଥ୍‌ରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଥିଲା। ମହିଳା ଭୋଟରଙ୍କ ପାଇଁ ୨ଟି ପିଙ୍କ୍‌ବୁଥ୍‌ ବ୍ୟବସ୍ଥା କରାଯାଇଥିଲା। ସେଠାରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ପୋଲିଂ କର୍ମଚାରୀଙ୍କ ସମେତ ସୁରକ୍ଷା ଦାୟିତ୍ୱରେ ମହିଳା ପୋଲିସ ରହିଥିଲେ। ୫ନଂ. ଓ ୯ନଂ. ୱାର୍ଡ ଉତ୍ତେଜନା ପ୍ରବଣ ହୋଇଥିବାରୁ ସେଠାରେ ଭିଡିଓଗ୍ରାଫି କରାଯିବା ସହିତ ଅଧିକ ପୋଲିସ ଓ ମାଜିଷ୍ଟ୍ରେଟ୍‌ ମୁତୟନ କରାଯାଇଥିଲା। ସମୁଦାୟ ୯୮୬୩ ଭୋଟରଙ୍କ ମଧ୍ୟରୁ ୮୮ ପ୍ରତିଶତ ଅର୍ଥାତ୍‌ ୮୬୪୧ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ। ୪୮୧୭ ମହିଳା ଭୋଟରଙ୍କ ମଧ୍ୟରୁ ୪୩୧୨ ଜଣ (୯୦%) ଓ ୫୦୪୬ ପୁରୁଷ ଭୋଟରଙ୍କ ମଧ୍ୟରୁ ୪୩୨୯ ଜଣ (୮୬%) ଭୋଟ୍‌ ଦେଇଥିଲେ। ୫ନଂ. ୱାର୍ଡରେ ସର୍ବାଧିକ ମତଦାନ ହାର ୯୩ ପ୍ରତିଶତ ହୋଇଥିବା ବେଳେ ୪ନଂ. ଓ ୧୨ନଂ. ୱାର୍ଡରେ ୯୨ ପ୍ରତିଶତ ହୋଇଥିଲା। ୧ନଂ. ୱାର୍ଡରେ ୯୦ ପ୍ରତିଶତ, ୧୪ନଂ ୱାର୍ଡରେ ସର୍ବନିମ୍ନ ୭୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା। ପ୍ରତି ବୁଥ୍‌ରେ ଭୋଟରମାନଙ୍କ ପାଇଁ ପାନୀୟଜଳ ଓ ଖରାରୁ ରକ୍ଷା ପାଇଁ ଛାମୁଣ୍ଡିଆ କରାଯାଇଥିଲା। ଭିନ୍ନକ୍ଷମ, ବରିଷ୍ଠ ନାଗରିକମାନଙ୍କ ପାଇଁ ହ୍ବିଇଲ ଚେୟାର ବନ୍ଦୋବସ୍ତ କରାଯାଇଥିବା ବେଳେ ଭୋଟ ଗ୍ରହଣ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ମଧ୍ୟ କେତେଜଣ ବରିଷ୍ଠ ନାଗରିକଙ୍କ ହାତଧରି ଭୋଟ ଗ୍ରହଣ କେନ୍ଦ୍ରକୁ ନେଉଥିବା ଦେଖାଯାଇଥିଲା। ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର, ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri