ହ୍ବାଇଟ୍ ‌ହାଉସ୍‌ ଛାଡିବା ନେଇ ଟ୍ରମ୍ପଙ୍କ ମତ

ନ୍ୟୁୟର୍କ,୨୭।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିଯାଇଛନ୍ତି। ଜୋ ବାଇଡେନ୍‌ ଆମେରିକାର ଆଗାମୀ ରାଷ୍ଟ୍ରପତି ହେବା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେ ଟ୍ରମ୍ପ ହ୍ବାଇଟ ହାଉସ୍‌ ଛାଡିନାହାନ୍ତି। ଥ୍ୟାଙ୍କ୍ସଗିଭିଙ୍ଗ୍‌ ଡେ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଟ୍ରମ୍ପ ପୁଣି ନିର୍ବାଚନରେ ଜାଲିଆତି ଅଭିଯୋଗ ଆଣିଛନ୍ତି। ଯେଉଁ ପର୍ଯ୍ୟନ୍ତ ଇଲେକ୍ଟୋରାଲ କଲେଜ ବାଇଡେନଙ୍କୁ ବିଜେତା ଘୋଷଣା ନ କରିଛି ସେପର୍ଯ୍ୟନ୍ତ ସେ ହ୍ବାଇଟ୍ ‌ହାଉସ୍‌ରେ ରହିବେ ବୋଲି ସେ କହିଛନ୍ତି। ଇଲେକ୍ଟୋରାଲ କଲେଜ ବାଇଡେନଙ୍କୁ ବିଜେତା ଘୋଷଣା କଲେ ଆପଣ କଣ କରିବେ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, ନିଶ୍ଚିତ ଭାବରେ ଏହା ସ୍ବୀକାର କରିବାକୁ କଠିନ ହେବ। ମୁଁ ହ୍ବାଇଟ୍‌ ହାଉସ୍‌ ଛାଡିବି ଏହା ସମସ୍ତେ ଜାଣିଛନ୍ତି। କିନ୍ତୁ ଜାଲିଆତି କରି ନିର୍ବାଚନ ଜିତିଥିବା ବାଇଡେନ୍‌ଙ୍କୁ ରାଷ୍ଟ୍ରପତି କରାଯିବା ଭୁଲ୍‌ ନିଷ୍ପତ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ହାରିଯାଇଥିଲେ ମଧ୍ୟ ସେ ଏହାକୁ ସ୍ବୀକାର କରିବାକୁ ରାଜି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଫାଲ ଅଫିସରେ ଚୋରି

ପ୍ୟାରିସ୍‌/ନୂଆଦିଲ୍ଲୀ,୨୩ା୫: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫାଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଛି। ସେଠାରୁ କେତେକ ଦସ୍ତାବିଜ ଓ...

ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା

ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର...

ବସ୍‌କୁ ଅଧ କିଲୋମିଟର ଘୋଷାଡି ନେଲା ଟ୍ରେନ :୧୨ ମୃତ , ୬ ଗୁରୁତର

ଢାକା,୧୯।୧୨-ବାଂଲାଦେଶରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେନ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି।...

ଜନମତ ସର୍ଭେରେ ବାଇଡେନ୍‌ ଆଗରେ

ଓ୍ବାଶିଂଟନ,୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଚାର ଜୋର୍‌ଦାର ହୋଇଛି। ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଚାର ଶେଷ...

ଶେଷ ହେବାକୁ ଯାଉଛି କରୋନା !

ଲଣ୍ଡନ,୨୪।୫: କରୋନା ସଂକ୍ରମଣରେ ଏବେ ସାରା ବିଶ୍ୱର ଜୀବନଯାତ୍ରା ବଦଳି ଯାଇଛି। ଏବେ ସମସ୍ତଙ୍କ ନଜର କରୋନା ଭ୍ୟାକ୍ସିନ ଉପରେ। ଅନ୍ୟପଟେ କେବେ କରୋନା ବିଶ୍ୱରୁ...

ଏକଦା ପ୍ରେମିକାଙ୍କୁ ଚେନ୍‌ରେ ବାନ୍ଧି ବୁଲାଉଥିଲେ ଏହି ବ୍ୟକ୍ତି: ଏବେ ୬ ପ୍ରେମିକା ଏକା ସାଙ୍ଗରେ ଗର୍ଭବତୀକୁ ନେଇ ଚର୍ଚ୍ଚାରେ

ନାଇଜେରିଆର ଜଣେ ବ୍ୟକ୍ତିଙ୍କୁ ଏକ ପାର୍ଟିରେ ୬ ଗର୍ଭବତୀଙ୍କ ସହ ଏକତ୍ର ଦେଖିବାକୁ ମିଳିଥିଲା। ସମସ୍ତ ଗର୍ଭବତୀ ମହିଳା ଏକାପରି ପୋଷାକ ପିନ୍ଧିଥିଲେ। ହେଲେ ଆଶ୍ଚର୍ଯ୍ୟର...

ଉତ୍ତର କୋରିଆରୁ ମିଳିଲା ବହୁ ପୁରୁଣା ବୋମା

ପ୍ୟୋଙ୍ଗୟାଙ୍ଗ,୧୦ା୩: ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟ ସାଇଟ୍‌ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୧୧୦ରୁ ଅଧିକ ବୋମା, ସେଲ୍‌, ଲ୍ୟାଣ୍ଡମାଇନ୍‌, ଗ୍ରେନେଡ୍‌ ଏବଂ ଅନ୍ୟାନ୍ୟ...

୪ ଅପହୃତ ଭାରତୀୟଙ୍କ ମୃତ ଦେହ ମିଳିଲା, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୬।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଅପହୃତ ହୋଇଥିବା ଚାରିଜଣ ଭାରତୀୟ ମୂଳ ଲୋକଙ୍କର ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ଦମ୍ପତି...

Advertisement
Archives

Model This Week