ଭାରତକୁ ୨ଥର ଝଟକା ଦେଲେ ଟ୍ରମ୍ପ, ଘୋଷଣା କରି ଭାରତୀୟଙ୍କୁ ଚମକାଇଦେଲେ…

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ଯେକୌଣସି ଦେଶ ଆମ ଉପରେ ଯେକୌଣସି ଟାରିଫ୍‌ ଲାଗୁ କରିବ, ଆମେ ମଧ୍ୟ ସେମାନଙ୍କ ଉପରେ ସମାନ ଟାରିଫ୍‌ ଲାଗୁ କରିବୁ। ଏହି ସମୟରେ ଟ୍ରମ୍ପ ଦୁଇଥର ଭାରତର ନାମ ନେଇଥିଲେ। ସେ କହିଛନ୍ତି ଯେ ଆମେ ଭାରତ, ଚାଇନା, ମେକ୍ସିକୋ ଏବଂ କାନାଡା ସମେତ ଅନେକ ଦେଶ ଉପରେ ପାରସ୍ପରିକ ଟାରିଫ୍‌ ଲାଗୁ କରିବୁ।

ଟ୍ରମ୍ପ କହିଛନ୍ତି ଯେ ଅନେକ ଦେଶ ଆମ ଉପରେ ଆମେ ଲାଗୁ କରୁଥିବା ଟାରିଫ୍‌ ଅପେକ୍ଷା ଅଧିକ ଟାରିଫ୍‌ ଲଗାନ୍ତି। ଭାରତ ଆମ ଉପରେ ୧୦୦ ପ୍ରତିଶତରୁ ଅଧିକ ଟାରିଫ୍‌ ଲାଗୁ କରୁଛି। ଚାଇନା ଦୁଇଗୁଣ ଟାରିଫ୍‌ ଲାଗୁ କରୁଛି ଏବଂ ଦକ୍ଷିଣ କୋରିଆ ଚାରିଗୁଣ ଟାରିଫ୍‌ ଲାଗୁ କରିଛି, ଯେତେବେଳେ ଆମେ ସେମାନଙ୍କୁ ବହୁତ ସାମରିକ ସହାୟତା ଯୋଗାଇ ଦେଉଛୁ। କିନ୍ତୁ ୨ ଏପ୍ରିଲରୁ, ଯେଉଁ ଦେଶ ଆମ ଉପରେ ଯେତିକି ଟାରିଫ୍‌ ଲାଗୁ କରିବେ ଆମେ ତାହା ୁପରେ ସେତିକି କରିବୁ।

ଏହି ସମୟରେ ଟ୍ରମ୍ପ ଏକ ମଜାଦାର ମନ୍ତବ୍ୟ ମଧ୍ୟ ଦେଇ କହିଛନ୍ତି, ମୁଁ ଏହାକୁ ୧ ଏପ୍ରିଲରୁ ଆରମ୍ଭ କରିବାକୁ ଚାହୁଁଥିଲି, କିନ୍ତୁ ବିଶ୍ୱ ଏହା ଭାବିବା ଉଚିତ୍‌ ନୁହେଁ ଯେ ମୁଁ ଏପ୍ରିଲ ଫୁଲ ଦିବସ ପାଳନ କରୁଛି। ତେଣୁ, ମୁଁ ଏପ୍ରିଲ ୨ରୁ ପାରସ୍ପରିକ ଟାରିଫ୍‌ ଲାଗୁ କରିବାକୁ ଯାଉଛି।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ମୋ ଉପରେ ବିଶ୍ୱାସ କରେ ଏବଂ ଏବେ କେହି ଆମେରିକାକୁ ରୋକିପାରିବେ ନାହିଁ। ସେ ବାଇଡେନଙ୍କୁ ଦେଶର ସବୁଠାରୁ ଖରାପ ରାଷ୍ଟ୍ରପତି ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ବାଇଡେନ ପ୍ରଶାସନ ଅଧୀନରେ ଅର୍ଥନୈତିକ ବ୍ୟବସ୍ଥା ଖରାପ ହୋଇଥିଲା ଏବଂ ଆମେରିକାରେ ଅନୁପ୍ରବେଶକୁ ପ୍ରୋତ୍ସାହନ ମିଳିଥିଲା। ଆମେ ପ୍ରବାସୀମାନଙ୍କ ସମସ୍ୟାକୁ ନିୟନ୍ତ୍ରଣ କଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri