Posted inଖେଳ

ଅବସର ଘୋଷଣା କଲେ ଘରୋଇ କ୍ରିକେଟ୍‌ର ସଙ୍କଟମୋଚକ

ନୂଆଦିଲ୍ଲୀ,୨୯।୭(ପି.ଟି.): ଅଭିଜ୍ଞ ଘରୋଇ କ୍ରିକେଟର ରଜତ ଭାଟିଆ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କର କୌଣସି ଅବସୋସ ନାହିଁ ବୋଲି ସେ କହିଛନ୍ତି। ୨୦୦୩-୦୪ରେ ସେ ତାମିଲନାଡୁ ତରଫରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଦିଲ୍ଲୀ ପାଇଁ କ୍ୟାରିୟରର ଅଧିକାଂଶ କ୍ରିକେଟ ଖେଳିଥିଲେ। ତାଙ୍କ ଗାଇଡ୍‌ରେ ନୂଆ ଉତ୍ତରାଖଣ୍ଡ ଦଳ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।
ଦିଲ୍ଲୀ ଦଳର ସଙ୍କଟମୋଚକ ଭାବେ ଜଣାଶୁଣା ଥିବା ଭାଟିଆ ୧୧୨ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୪୯.୧୦ ରନ ହାରରେ ୬୪୮୨ ରନ ସଂଗ୍ରହ କରିଥିଲେ। ସେ ମଧ୍ୟ ୨୭.୯୭ ରନ ହାରରେ ୧୩୭ଟି ଉଇକେଟ ହାସଲ କରିଥିଲେ। ସେ ମଧ୍ୟ ୧୧୯ଟି ଲିଷ୍ଟ ଏ’ ଗେମ୍‌ ଓ ୧୪୬ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଦିଲ୍ଲୀ ଜନ୍ମିତ ଏହି କ୍ରିକେଟର ବିଦେଶୀ ଲିଗ୍‌ ଖେଳିବାକୁ ଯୋଜନା କରୁଥିବା କହିଛନ୍ତି।
୨୦୧୪ରେ ରଜତ ଭାରତ ପାଇଁ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ସେତେବେଳେ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଭାରତ ପାଇଁ ଖେଳିବାର ସୁଯୋଗ ପାଇ ନ ଥିଲେ ମଧ୍ୟ ମୋର କୌଣସି ଅବସୋସ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୦୭-୦୮ରେ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଜିତିବା ଓ ୨୦୧୨ରେ କୋଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲ୍‌ ଜିତିବା ତାଙ୍କ କ୍ୟାରିୟରର ମୁଖ୍ୟ ଘଟଣା ଥିଲା। ଆଇପିଏଲ୍‌ରେ ସଚିନ ତେନ୍ଦୁଲକରଙ୍କୁ ସେ ୩ଥର ଆଉଟ କରିଥିଲେ। ଭାଟିଆ ହାଓ୍ବାଇର ଏକ ଇନ୍‌ଷ୍ଟିଚ୍ୟୁଟ୍‌ରେ ବାଇଓ- ମୋକନିକ୍ସରେ ଏକ କୋର୍ସ କରିଥିଲେ। ଏବେ ଯୁବ ଖେଳାଳିଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri