Posted inଜାତୀୟ

ଡାକ୍ତରଙ୍କୁ ହଜାରେ କୋଟିର ମାଗଣା ଉପହାର ଦେଇଛି ଡୋଲୋ କମ୍ପାନୀ

ନୂଆଦିଲ୍ଲୀ,୧୯।୮(ପି.ଟି.):ଜ୍ୱର ଓ ଯନ୍ତ୍ରଣା ଉପଶମ କରୁଥିବା ୬୫୦ ମିଲିଗ୍ରାମ ଡୋଲୋ ଟାବ୍‌ଲେଟ ଲେଖିବା ନିମନ୍ତେ ସମ୍ପୃକ୍ତ କମ୍ପାନୀ ଡାକ୍ତରମାନଙ୍କୁ ୧,୦୦୦ କୋଟି ଟଙ୍କାର ମାଗଣା ଉପହାର ଦେଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଭିଯୋଗ କ୍ରମେ ଏକ ଏନ୍‌ଜିଓ ଏହି ପ୍ରସଙ୍ଗ ଉଠାଇବା ପରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ ବୋଲି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି। ଆବେଦନକାରୀ ‘ଫେଡେରେଶନ ଅଫ୍‌ ମେଡିକାଲ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟେଟିଭ୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ’ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ପାରିଖ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ୫୦୦ ମିଲିଗ୍ରାମ ପର୍ଯ୍ୟନ୍ତ ଟାବ୍‌ଲେଟଗୁଡ଼ିକର ବଜାର ମୂଲ୍ୟ ସରକାର ନିୟନ୍ତ୍ରଣ କରୁଥିବାବେଳେ ଏହାଠାରୁ ଅଧିକ ମିଲିଗ୍ରାମର ଔଷଧ ମୂଲ୍ୟ ଫାର୍ମା କମ୍ପାନୀ ନିର୍ଦ୍ଧାରଣ କରିଥାନ୍ତି। ଅଧିକ ଲାଭ ପାଇଁ ଡୋଲୋ ଟାବ୍‌ଲେଟ ଉତ୍ପାଦନକାରୀ କମ୍ପାନୀ ମାଇକ୍ରୋ ଲାବ୍ସ ଲିଃ ଡାକ୍ତରମାନଙ୍କୁ ମାଗଣା ଉପହାର ଦେଇ ୬୫୦ ମିଲିଗ୍ରାମ୍‌ ଟାବ୍‌ଲେଟ ଲେଖିବା ପାଇଁ ପ୍ରବର୍ତ୍ତାଉଥିଲା। ଏହା ଉପରେ କେନ୍ଦ୍ର ସରକାରଙ୍କ ଜବାବ ରଖିବାକୁ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍‌. ନଟରାଜଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯କୁ ଧାର୍ଯ୍ୟ କରିଛନ୍ତି। ମାଇକ୍ରୋ ଲାବ୍ସ ଲିଃର ୯ ରାଜ୍ୟର ୩୬ଟି ସ୍ଥାନରେ ଥିବା କାର୍ଯ୍ୟାଳୟ ଓ କାରଖାନା ଉପରେ ଆୟକର ଚଢ଼ାଉ ବେଳେ ଅନୈତିକ କାର୍ଯ୍ୟ ଧରାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ପରେ ନାବାଳିକାଙ୍କୁ ଜାଳିଦେଲେ: ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ପୀଡ଼ିତା

ହାଇଦ୍ରାବାଦ,୨୯ା୨: ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲାରେ ଜଣେ ନାବାଳିକା(୧୭)ଙ୍କୁ ବଳାତ୍କାର କରାଯିବା ପରେ ନିଆଁରେ ପୋଡ଼ି ଦିଆଯାଇଛି। ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଓ୍ବାରାଙ୍ଗଲ ସରକାରୀ ହସ୍ପିଟାଲରେ...

କ୍ଷମତା ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଅଙ୍କକଷା: ୨୦୦୪ ଏବଂ ୨୦୦୯ରେ ଏକ୍‌ଜିଟ୍‌ ପୋଲ୍‌ ହୋଇଥିଲା ଭୁଲ୍‌

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ନେଇ ଆରମ୍ଭ ହୋଇଛି ନାନା କଳ୍ପନା...

ବିମ୍ସଟେକ୍‌ ପାଣିପାଗ କେନ୍ଦ୍ର ପାଇଁ ଭାରତ ଖର୍ଚ୍ଚ କରିବ ୩୦ ଲକ୍ଷ ଡଲାର…

ନୂଆଦିଲ୍ଲୀ, ୩୦।୩ : ସାତୋଟି ଦେଶ ଦ୍ୱାରା ଆୟୋଜିତ ବିମ୍ସଟେକ୍‌ (ବିଆଇଏମଏସଟିଇସି)(ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ନିମିତ୍ତ ବଙ୍ଗୋପସାଗରୀୟ ପ୍ରୟାସ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ...

ଆସାମ ବନ୍ୟାରେ ୯ ମୃତ୍ୟୁ, ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଗୁଆହାଟି,୧୯ ।୫: ଆସାମରେ ଆସିଥିବା ବନ୍ୟା ବେଳକୁ ବେଳ ଅଧିକ ସମସ୍ୟା ସୃଷ୍ଟି କରୁଛି । ଏବେ ଏହି ବନ୍ୟାରେ ପ୍ରାୟ ୨୭ ଜିଲାର ୬...

୫୫ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ମିଳିବ ବାଳ ଅପରାଧୀଙ୍କ ଦଣ୍ଡ: ଜୁଭେନାଇଲ୍‌ ବୋର୍ଡକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୮।୧୦: ଜଣେ ୫୫ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ବାଳ ଅପରାଧୀଙ୍କ ଲାଗି ଧାର୍ଯ୍ୟ ହୋଇଥିବା ଦଣ୍ଡାଦେଶ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତି ଜଣଙ୍କ...

୮୫ ପ୍ରତିଶତ ଯାତ୍ରୀ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୯ ।୯: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମି ଆସୁଥିବା ବେଳେ ଜୀବନଯାତ୍ରା ସାଧାରଣ ହେବାକୁ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି...

ଦୌଡ଼ିବାକୁ ପଡିବନି କାର୍ଯ୍ୟାଳୟ: ପୁରସ୍କାର ପାଇଁ ଅନ୍‌ଲାଇନରେ କରିବେ ଆବେଦନ

ନୂଆଦିଲ୍ଲୀ,୯ା୭: କ୍ରୀଡାବିତ୍‌ଙ୍କ ସୁବିଧା ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ପୋର୍ଟାଲ ଲଞ୍ଚ ହୋଇଛି। ଯୋଗ୍ୟ କ୍ରୀଡାବିତ୍‌ ଏହି...

୨୦୦୮ ଜୟପୁର ବୋମା ବିସ୍ଫୋରଣ: ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଜୟପୁର,୧୮।୧୨: ରାଜସ୍ଥାନ ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ବିସ୍ଫୋରଣ ମାମଲାରେ ୧୧ ବର୍ଷ ପରେ ବୁଧବାର ବିଶେଷ ଅଦାଲତ ରାୟ ଦେଇଛନ୍ତି। ୪ ଅଭିଯୁକ୍ତଙ୍କୁ...

Advertisement
Archives

Model This Week