ଶାଶୂଘରେ ରହି ପାଇଲି ଓଏଏସ୍‌

ପାଇକମାଳ,୨୦।୧୦(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳର ବୋହୁ ତଥା ନୟନ ମେହେରଙ୍କ ସ୍ତ୍ରୀ ଡଲି ମେହେର ଓପିଏସ୍‌ସି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଶନିବାର ପ୍ରକାଶ ପାଇଥିବା ଫଳାଫଳରେ ସେ ୧୩୩ ର଼୍ୟାଙ୍କରେ ରହିଛନ୍ତି।

ପାଇକମାଳ ଅଞ୍ଚଳରେ ପ୍ରଥମ କରି ଜଣେ ମହିଳା ଓପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏଥିସହ ପାଇକମାଳ ଅଞ୍ଚଳରେ ମଧ୍ୟ ଖୁସିର ମାହୋଲ ଦେଖାଯାଇଛି।

ରବିବାର ପାଇକମାଳର ଖବରଦାତାମାନେ ତାଙ୍କ ବାସଭବନକୁ ଯାଇ ଡଲି ମେହେରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡଲି ତାଙ୍କ ସଫଳତାର ଶ୍ରେୟ ସ୍ବାମୀ, ମା’ ବାପା, ଶାଶୁ ଶ୍ୱଶୁର ଓ ପରିବାର ଲୋକଙ୍କୁ ଦେଇଛନ୍ତି। ଭବିଷ୍ୟତରେ ସରକାର ଯେଉଁ ଅଞ୍ଚଳର ଦାୟିତ୍ୱ ଦେବେ ସେଠାକାର ଉନ୍ନତି ଓ ଜନସାଧାରଣଙ୍କ ସୁବିଧା ପାଇଁ କାମ କରିବେ ବୋଲି ସେ କହିଛନ୍ତି।

ଏହି ସମୟରେ ଖବରଦାତା ବଡ଼ ଶତପଥୀ, ସୁରଥ ସାହୁ, ଧୀରେନ ମହାନ୍ତି, ମାନସ ରଞ୍ଜନ ନାୟକ, କୁଞ୍ଜ ସାହୁ, ଦୁର୍ଯ୍ୟୋଧନ ପୁଟା, ସୋମେଶ ମହାନ୍ତି ଓ ଆଦର୍ଶ ନାଥ, ଡଲିଙ୍କ ପିତା ଲିଙ୍ଗରାଜ ମେହେର, ଶ୍ୱଶୁର ଉମେଶ ମେହେର ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

ଖେମୁଣ୍ଡି କଲେଜରେ ନିଶାମୁକ୍ତ ଅଭିଯାନ ସଚେତନତା ସଭା, ନିଶା ଦ୍ରବ୍ୟ ସେବନ ବିରୋଧରେ ଛାତ୍ରୀ ଛାତ୍ର କଲେ ପ୍ରତିଜ୍ଞା

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତି କରଣ ୟୁନିଟ , ଜାତୀୟ ସେବା ସଂସ୍ଥା(ଏନଏସଏସ) ଶାଖା ଏବଂ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri