କିମିଆ କରୁଛି କଣ୍ଢେଇ

ଢେଙ୍କାନାଳ ଅଫିସ, ୨୦।୧୨: ରଙ୍ଗବେରଙ୍ଗ କନାରେ ଢାଙ୍କି ହୋଇ ଆକର୍ଷଣୀୟ ଦେଖାଯାଉଛି ପ୍ଲାଷ୍ଟିକ୍‌ କଣ୍ଢେଇ। ରାସ୍ତାରେ ଯାଉଥିବା ଯାତ୍ରୀମାନେ ଏଭଳି ଚମତ୍କାର କାରିଗରି ଦେଖି ଅଟକି ଯାଉଛନ୍ତି ଘଡ଼ିଏ। ଏଭଳି ଭିନ୍ନ ଧରଣର କଣ୍ଢେଇ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱରରେ ରହୁଥିବା ପଶ୍ଚିମବଙ୍ଗ ରାଜ୍ୟ ଖଣ୍ଟାଇ ଅଞ୍ଚଳର ମୂଳନିବାସୀ ରଣଜିତ୍‌ ଜେନା (୬୪)।
ରଣଜିତ୍‌ ବିଭିନ୍ନ ସ୍ଥାନ ବୁଲି ବୁଲି କନା କଣ୍ଢେଇ ବିକ୍ରି କରୁଥିବାବେଳେ କିଛିଦିନ ହେଲା ଢେଙ୍କାନାଳ ସହର ଗଣେଶ ବଜାର ରାସ୍ତାପାର୍ଶ୍ୱରେ ବସି କରୁଛନ୍ତି ବ୍ୟବସାୟ। ଏ ସମ୍ପର୍କରେ ସେ କୁହନ୍ତି, ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ ହେଁ ସେ ଦୀର୍ଘଦିନ ହେଲା ବାଲେଶ୍ୱରରେ ସପରିବାର ରହୁଛନ୍ତି। ୨ ସନ୍ତାନଙ୍କ ମଧ୍ୟରୁ ଝିଅ ବାହାଘର ସରିଥିବାବେଳେ ୩୦ବର୍ଷର ପୁଅ ବେରୋଜଗାର। ପରିବାର ପ୍ରତିପୋଷଣ ପାଇଁ ସେ ଦୀର୍ଘଦିନରୁ ଫୁଲ ବ୍ୟବସାୟ କରୁଥିଲେ। ଏଥିସହ ବଜାରରୁ ପ୍ଲାଷ୍ଟିକ୍‌ କଣ୍ଢେଇ କିଣି ଏହାକୁ କନାରେ ଆକର୍ଷଣୀୟ ଢଙ୍ଗରେ ସଜାଇ ବିକ୍ରି କରୁଛନ୍ତି। ଗୋଟିଏ କଣ୍ଢେଇ ୧୫୦ ଟଙ୍କାରେ ବିକା ହେଉଛି। ଢେଙ୍କାନାଳ ସହର ସହିତ ଭାବନାତ୍ମକ ଭାବେ ସେ ଜଡ଼ିତ। ପ୍ରତିବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ସମୟରେ ଏଠାକୁ ଆସି ସେ ଫୁଲ ବ୍ୟବସାୟ କରନ୍ତି। କରୋନା ସଂକ୍ରମଣ ସମୟରେ ଲକ୍‌ଡାଉନ ଯୋଗୁ ଜୀବନ ଜୀବିକା ଗୁରୁତ୍ୱର ଭାବେ ପ୍ରଭାବିତ ହୋଇଥିଲା। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା। ଏହାକୁ ନେଇ ସେ ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କଣ୍ଢେଇ ବ୍ୟବସାୟକୁ ରୋଜଗାରର ପନ୍ଥା ଭାବେ ବାଛିଥିଲେ। କେବଳ ଏତିକି ନୁହେଁ, ସେ ରାଖୀ ମଧ୍ୟ ତିଆରି କରନ୍ତି। ଦୃଢ଼ ମନୋଭାବ, କଠିନ ଅଧ୍ୟବସାୟ ଏବଂ ଶିଖିବାର ଇଚ୍ଛା ଥିଲେ ପେଟ ଅପୂରା ରହିବ ନାହିଁ ବୋଲି ରଣଜିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri