କୁକୁର ବନ୍ଧ୍ୟାକରଣ ନେଇ ଫିଟିପାରେ ବାଟ

ଭୁବନେଶ୍ୱର, ୭।୧ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି। କଲୋନୀ, ଗଳିକନ୍ଦି ସମେତ ରାଜରାସ୍ତାରାରେ ଉତ୍ପାତ କରୁଛନ୍ତି। ଗୋଡ଼ାଇ କାମୁଡୁଛନ୍ତି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, କାହାକୁ ଛାଡୁନାହାନ୍ତି। ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) ବନ୍ଦ ଥିବାରୁ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଥିବାବେଳେ ଖୁବ୍‌ଶୀଘ୍ର ଏହାର ସମାଧାନ ହେବା ନେଇ ଆଶା ଦେଖାଦେଇଛି। ଆସନ୍ତା ସୋମବାର ୮ ତାରିଖରେ ହାଇକୋର୍ଟରେ କୁକୁର ବନ୍ଧ୍ୟାକରଣ ମାମଲାର ଶୁଣାଣି ହେବ। ହାଇକୋର୍ଟ ବିଏମ୍‌ସି ସପକ୍ଷରେ ଅର୍ଥାତ୍‌ ବନ୍ଧ୍ୟାକରଣ ଉପରେ ଲାଗିଥିବା ଷ୍ଟେ’ ଅର୍ଡର ହଟାଇବାର ଯଥେଷ୍ଟ ସମ୍ଭାବନା ଥିବା ବିଏମ୍‌ସି ଅଧିକାରୀ କହିଛନ୍ତି। ତେଣୁ ଅନୁମତି ମିଳିବା ପରେ ତୁରନ୍ତ କୁକୁରଙ୍କ ଅସ୍ତ୍ରୋପଚାର କରାଯିବ ଓ କୁକୁରଜନିତ ସମସ୍ୟାରେ କିଛିଟା ସୁଧାର ଆସିବ ବୋଲି ସେ କହିଛନ୍ତି। ସମସ୍ୟା ବଢୁଥିବାରୁ ବିଏମ୍‌ସି ନିଜ ପକ୍ଷରୁ ଏହି ମାମଲାରେ ହସ୍ତକ୍ଷେପ କରିଥିବାବେଳେ ଅନ୍ୟ କୌଣସି ସହରାଞ୍ଚଳ ବା ମ୍ୟୁନିସିପାଲିଟି ପକ୍ଷରୁ ଏଥିରେ ହସ୍ତକ୍ଷେପ କରାଯାଇଛି କି ନାହିଁ ସେ ନେଇ ସୂଚନା ମିଳିନାହିଁ। ତେଣୁ ଏହି ଶୁଣାଣି ସମଗ୍ର ରାଜ୍ୟରେ ବନ୍ଦ ଥିବା ଏବିସି କାର୍ଯ୍ୟକ୍ରମ ପାଇଁ ଲାଭଦାୟକ ହେବ ନା କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପାଇଁ ହେବ ତାହା ଶୁଣାଣି ଦିନ ଜଣାପଡ଼ିବ।
ଏବିସି କାର୍ଯ୍ୟକ୍ରମ ଠିକ୍‌ ତଥା ସୁରକ୍ଷିତ ଭାବେ ହେଉ ନ ଥିବା ଅଭିଯୋଗ କରି ହାଇକୋର୍ଟରେ କେସ୍‌ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ୨୦୨୨ ଜୁଲାଇ ୧୦ରୁ ସମଗ୍ର ରାଜ୍ୟରେ ଏବିସି କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଥିଲେ। ପ୍ରଥମେ ଅଗଷ୍ଟ ୩୧ ଯାଏ ରୋକ୍‌ ଲଗାଇବା ସହ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶ ଦେଇଥିଲେ। ମାତ୍ର କୌଣସି କାରଣରୁ ଏହାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା। ଇତି ମଧ୍ୟରେ ୪ମାସରୁ ଅଧିକ ସମୟ ବିତିଯାଇଥିଲେ ବି କେସ୍‌ଟି ସେପରି ପଡି ରହିଥିବାରୁ କିଛିଦିନ ତଳେ ବିଏମ୍‌ସି ନିଜ ଆଡୁ ହସ୍ତକ୍ଷେପ କରି ତୁରନ୍ତ ଏହାର ଫଇସଲା କରିବାକୁ ନିବେଦନ କରିଥିଲା। ଫଳସ୍ବରୁପ ସୋମବାର କେସ୍‌ର ଶୁଣାଣି ହେବା ନେଇ ସୂଚନା ଦିଆଯାଇଛି। ଅପରପକ୍ଷେ ୬ମାସରୁ ଅଧିକ ସମୟ ଧରି କୁକୁରଙ୍କ ବନ୍ଧ୍ୟାକରଣ ବନ୍ଦ ରହିଥିବାରୁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ଏକ ଆକଳନ ଅନୁଯାୟୀ ୬ମାସ ତଳେ କୁକୁରଙ୍କ ସଂଖ୍ୟା ୫୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୬୦ ହଜାର ଡେଇଁଛି। ହେଲେ ବିଏମ୍‌ସି ଏଯାବତ୍‌ କୁକୁର ଗଣନା କରିପାରି ନ ଥିବାରୁ ଠିକ୍‌ ତଥ୍ୟ ଦିଆଯାଇନାହିଁ। ପ୍ରତି ଓ୍ବାର୍ଡ ବୁଲି କେଉଁଠି କେତେ କୁକୁର ଅଛନ୍ତି ତାହାର ଗଣନା କରି ରିପୋର୍ଟ ପ୍ରସ୍ତୁତ କରିବାକୁ ବିଏମ୍‌ସି ଏକ ସଂସ୍ଥାକୁ ନିଯୁକ୍ତ କରିବା ନେଇ ଯୋଜନା କରିଥିଲା। ମାତ୍ର ସମୟକ୍ରମେ ଏହା ମଧ୍ୟ ନାଲିଫିତା ତଳେ ରହିଯାଇଛି। ସେହିପରି କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ବିଏମ୍‌ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବାବେଳେ ମଞ୍ଚେଶ୍ୱରଠାରେ ନିର୍ମାଣ ହେଉଥିବା ହସ୍ପିଟାଲ ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ୨୦୨୨ ମେ’ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ତେଣୁ ବିଏମ୍‌ସି କିଭଳି ନିଜ ଲକ୍ଷ୍ୟ ପୂରଣ କରି ପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ପ୍ରଜନନ ଋତୁ ସମୟରେ କୁକୁରମାନେ ଅଧିକ ହିଂସ୍ର ହେଉଥିବାବେଳେ ଏବେ ଛୁଆଙ୍କ ସୁରକ୍ଷା ନେଇ ଆକ୍ରମଣାତ୍ମକ ହେଉଥିବା ପଶୁପ୍ରେମୀମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?