ପାଣି ବଦଳିଲେ ଅଧିକ କେଶ ଝଡେ? ଜାଣନ୍ତୁ କାରଣ

ଆଜିର ଦିନରେ କେଶ ଝଡ଼ିବା ସମସ୍ୟା ସାଧାରଣ ହୋଇଗଲାଣି। ପିଲାଠୁ ବୃଦ୍ଧକିମ୍ବା ଯୁବପିଢିଙ୍କ ଠାରେ ଏହିସମସ୍ୟା ଅଧିକ ଦେଶଯାଉଛ। ଏହି ସମସ୍ୟା କେବଳ ଆତ୍ମବିଶ୍ୱାସକୁ ପ୍ରଭାବିତ କରେ ନାହିଁ ବରଂ ମାନସିକ ଚାପ ମଧ୍ୟ ସୃଷ୍ଟି କରିପାରେ। କେଶ ଝଡ଼ିବାର ଅନେକ କାରଣ ଥାଇପାରେ, ସେଥିମଧ୍ୟରୁ ଲୋକମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘର ପରିବର୍ତ୍ତନ କରନ୍ତି, ସେଠାରେ ବ୍ୟବହାର ପାଣିରେ କେଶ ଝଡିଯାଏ। ଏହା କ’ଣ ସତ? ଜାଣନ୍ତୁ ପ୍ରକୃତ ସତ।

ଯଦି ଆପଣ ଏକ ନୂଆ ସହରକୁ ଯାଇଛନ୍ତି ଏବଂ କେଶ ଝଡ଼ିବା ସମସ୍ୟା ଆରମ୍ଭ ହୋଇଛି, ତେବେ ଏହା ପାଣି ପରିବର୍ତ୍ତନ ହେତୁ ହୋଇପାରେ। ଶ୍ରୀବାଲାଜୀ ଆକ୍ସନ ମେଡିକାଲ ଇନଷ୍ଟିଚ୍ୟୁଟର ସିନିୟର କନସଲଟାଣ୍ଟ, ଚର୍ମରୋଗ ବିଶେଷଜ୍ଞ ଡକ୍ଟର ବିଜୟ ସିଙ୍ଗଲ କହିଛନ୍ତି ଯେ କେଶ ଦୁର୍ବଳ ହେବା ଏବଂ ଝଡିବାର କାରଣ ପାଣି ପରିବର୍ତ୍ତନ ନୁହେଁ ପାଣିର ଗୁଣବତ୍ତା ଖରାପ ଯୋଗୁ ହୋଇପାରେ। ଖରାପ ଗୁଣାତ୍ମକ ପାଣି କେଶ ଝଡ଼ିବା କିମ୍ବା ଦୁର୍ବଳ ହେବାର ଏକ ପ୍ରମୁଖ କାରଣ ହୋଇପାରେ। ଯଦି ପାଣିରେ ଅଧିକ ପରିମାଣର କ୍ଲୋରିନ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ, କିମ୍ବା କଠିନ ଧାତୁ ଥାଏ, ତେବେ ଏହା କେଶ ଏବଂ ତ୍ୱଚାକୁ ନଷ୍ଟ କରିପାରେ। ଯେତେବେଳେ ଆପଣ ଏହିପରି ପାଣିରେ କେଶ ଧୋଇବେ, ଏହା ତ୍ୱଚାରୁ ଆର୍ଦ୍ରତା ବାହାର କରି କେଶକୁ ଶୁଷ୍କ କରିପାରେ। ଏହି କାରଣରୁ କେଶ ଦୁର୍ବଳ ହୋଇଯାଏ ଏବଂ ଭାଙ୍ଗିବା ଆରମ୍ଭ କରେ। ଏଥିସହ, ଏହା କେଶର ପ୍ରାକୃତିକ ତେଲକୁ ମଧ୍ୟ ବାହାର କରିଦେଇପାରେ। ତେବେ ଜାଣନ୍ତୁ ଏହାକୁ କିପରି ରୋକାଯାଇପାରିବ।

ପାଣିକୁ ଶୁଦ୍ଧ କରିବା ପାଇଁ ଏକ ଫିଲ୍ଟର ବ୍ୟବହାର କରନ୍ତୁ। ଏହା ପାଣିର ଗୁଣବତ୍ତା ଉନ୍ନତି କରିବା ସହ କେଶକୁ କ୍ଷତି କରାଏନାହିଁ। କେଶର ଆର୍ଦ୍ରତା ବଜାୟ ରଖିବା ପାଇଁ ସାମ୍ପୁ ଏବଂ ମଶ୍ଚରାଇଜର କଣ୍ଡିସନର ବ୍ୟବହାର କରନ୍ତୁ। ଏହା କେଶକୁ ଶୁଷ୍କ ହେବାରୁ ରକ୍ଷା କରିବ। ସପ୍ତାହରେ ଥରେ ନଡ଼ିଆ, ଅଁଳା କିମ୍ବା ବାଦାମ ତେଲ ମୁଣ୍ଡରେ ମାଲିସ କରନ୍ତୁ। ଏହା କରିବା ଦ୍ୱାରା କେଶ ମୂଳ ଦୃଢ ହୋଇଥାଏ ଏବଂ ତ୍ୱଚା ଆର୍ଦ୍ର ହୋଇଯାଏ। ଉତ୍ତମ କେଶ ସ୍ବାସ୍ଥ୍ୟ ପାଇଁ, ଆପଣଙ୍କ ଖାଦ୍ୟରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ଭରପୂର ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସୁବ୍ରମଣିଙ୍କୁ ନୂତନ CDS ନିଯୁକ୍ତ, ସ୍ବାମୀନାଥନ୍‌ ନୌସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୯।୫: ଭାରତ ସରକାର ସଶସ୍ତ୍ର ବାହିନୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ନୂତନ ପ୍ରତିରକ୍ଷା ମୁଖ୍ୟ(CDS) ଭାବେ…

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri