ପାଣି ବଦଳିଲେ ଅଧିକ କେଶ ଝଡେ? ଜାଣନ୍ତୁ କାରଣ

ଆଜିର ଦିନରେ କେଶ ଝଡ଼ିବା ସମସ୍ୟା ସାଧାରଣ ହୋଇଗଲାଣି। ପିଲାଠୁ ବୃଦ୍ଧକିମ୍ବା ଯୁବପିଢିଙ୍କ ଠାରେ ଏହିସମସ୍ୟା ଅଧିକ ଦେଶଯାଉଛ। ଏହି ସମସ୍ୟା କେବଳ ଆତ୍ମବିଶ୍ୱାସକୁ ପ୍ରଭାବିତ କରେ ନାହିଁ ବରଂ ମାନସିକ ଚାପ ମଧ୍ୟ ସୃଷ୍ଟି କରିପାରେ। କେଶ ଝଡ଼ିବାର ଅନେକ କାରଣ ଥାଇପାରେ, ସେଥିମଧ୍ୟରୁ ଲୋକମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘର ପରିବର୍ତ୍ତନ କରନ୍ତି, ସେଠାରେ ବ୍ୟବହାର ପାଣିରେ କେଶ ଝଡିଯାଏ। ଏହା କ’ଣ ସତ? ଜାଣନ୍ତୁ ପ୍ରକୃତ ସତ।

ଯଦି ଆପଣ ଏକ ନୂଆ ସହରକୁ ଯାଇଛନ୍ତି ଏବଂ କେଶ ଝଡ଼ିବା ସମସ୍ୟା ଆରମ୍ଭ ହୋଇଛି, ତେବେ ଏହା ପାଣି ପରିବର୍ତ୍ତନ ହେତୁ ହୋଇପାରେ। ଶ୍ରୀବାଲାଜୀ ଆକ୍ସନ ମେଡିକାଲ ଇନଷ୍ଟିଚ୍ୟୁଟର ସିନିୟର କନସଲଟାଣ୍ଟ, ଚର୍ମରୋଗ ବିଶେଷଜ୍ଞ ଡକ୍ଟର ବିଜୟ ସିଙ୍ଗଲ କହିଛନ୍ତି ଯେ କେଶ ଦୁର୍ବଳ ହେବା ଏବଂ ଝଡିବାର କାରଣ ପାଣି ପରିବର୍ତ୍ତନ ନୁହେଁ ପାଣିର ଗୁଣବତ୍ତା ଖରାପ ଯୋଗୁ ହୋଇପାରେ। ଖରାପ ଗୁଣାତ୍ମକ ପାଣି କେଶ ଝଡ଼ିବା କିମ୍ବା ଦୁର୍ବଳ ହେବାର ଏକ ପ୍ରମୁଖ କାରଣ ହୋଇପାରେ। ଯଦି ପାଣିରେ ଅଧିକ ପରିମାଣର କ୍ଲୋରିନ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ, କିମ୍ବା କଠିନ ଧାତୁ ଥାଏ, ତେବେ ଏହା କେଶ ଏବଂ ତ୍ୱଚାକୁ ନଷ୍ଟ କରିପାରେ। ଯେତେବେଳେ ଆପଣ ଏହିପରି ପାଣିରେ କେଶ ଧୋଇବେ, ଏହା ତ୍ୱଚାରୁ ଆର୍ଦ୍ରତା ବାହାର କରି କେଶକୁ ଶୁଷ୍କ କରିପାରେ। ଏହି କାରଣରୁ କେଶ ଦୁର୍ବଳ ହୋଇଯାଏ ଏବଂ ଭାଙ୍ଗିବା ଆରମ୍ଭ କରେ। ଏଥିସହ, ଏହା କେଶର ପ୍ରାକୃତିକ ତେଲକୁ ମଧ୍ୟ ବାହାର କରିଦେଇପାରେ। ତେବେ ଜାଣନ୍ତୁ ଏହାକୁ କିପରି ରୋକାଯାଇପାରିବ।

ପାଣିକୁ ଶୁଦ୍ଧ କରିବା ପାଇଁ ଏକ ଫିଲ୍ଟର ବ୍ୟବହାର କରନ୍ତୁ। ଏହା ପାଣିର ଗୁଣବତ୍ତା ଉନ୍ନତି କରିବା ସହ କେଶକୁ କ୍ଷତି କରାଏନାହିଁ। କେଶର ଆର୍ଦ୍ରତା ବଜାୟ ରଖିବା ପାଇଁ ସାମ୍ପୁ ଏବଂ ମଶ୍ଚରାଇଜର କଣ୍ଡିସନର ବ୍ୟବହାର କରନ୍ତୁ। ଏହା କେଶକୁ ଶୁଷ୍କ ହେବାରୁ ରକ୍ଷା କରିବ। ସପ୍ତାହରେ ଥରେ ନଡ଼ିଆ, ଅଁଳା କିମ୍ବା ବାଦାମ ତେଲ ମୁଣ୍ଡରେ ମାଲିସ କରନ୍ତୁ। ଏହା କରିବା ଦ୍ୱାରା କେଶ ମୂଳ ଦୃଢ ହୋଇଥାଏ ଏବଂ ତ୍ୱଚା ଆର୍ଦ୍ର ହୋଇଯାଏ। ଉତ୍ତମ କେଶ ସ୍ବାସ୍ଥ୍ୟ ପାଇଁ, ଆପଣଙ୍କ ଖାଦ୍ୟରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ଭରପୂର ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେବ ବଡ଼ ଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର...

ଆତ୍ମା ଶରୀର ଛାଡିବା ସମୟରେ କେଉଁବାଟେ ଦେଇ ଯାଏ? ପୂଣ୍ୟ କରିଥିବା ବ୍ୟକ୍ତିଙ୍କ ଏହି ଅଙ୍ଗରୁ ଛାଡେ ପ୍ରାଣ!

ଗରୁଣ ପୁରାଣ ମୃତ୍ୟୁ ଏବଂ ଆତ୍ମା ସହିତ ଜଡିତ ଗୁପ୍ତ କଥା ପ୍ରକାଶ କରେ। ଗରୁଡ଼ ପୁରାଣ ଅନୁସାରେ, ଶରୀରର ନଅଟି ଦ୍ୱାର ଅଛି ।...

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

ଜୋରରେ ହସୁଛନ୍ତି କି? ହୋଇପାରେ ମୃତ୍ୟୁର କାରଣ, ଜାଣନ୍ତୁ କ’ଣ କହୁଛି ସାଇନ୍ସ

ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଆପଣ ଅଧିକାଂଶ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁହଁରୁ ଏହି ଧାଡିଟି ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣନ୍ତି...

ମେଦ ସମସ୍ୟା ଦୂର କରେ ଗ୍ରୀନ୍‌ ମଟର

ଶୀତଦିନେ ବେଶି ମିଳୁଥିବା ପରିବା ମଧ୍ୟରେ ଗ୍ରୀନ୍‌ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି।...

ଖରାପ ସମୟ ଚାଲିଛି କି ନିଶ୍ଚୟ ଜାଣନ୍ତୁ ?

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ପାଣି କେଉଁଠି ମଧୁର ତ କେଉଁଠି ଲୁଣିଆ କାହିଁକି

ଜଳ ବିନା ଜୀବନ ଅସମ୍ଭବ। ହେଲେ କେବେ ଭାବିଛନ୍ତି କି ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ପାଣିର ସ୍ବାଦ ଅଲଗା ଅଲଗା କାହିଁକି ହୋଇଥାଏ? ଗୋଟିଏ...

ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ; ଏଭଳି କଲେ ପିତୃଦୋଷରୁ ମିଳେ ମୁକ୍ତି, କରିବେ ଶତ୍ରୁକୁ ଜୟ…

ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍‌ମାନେ ମଧ୍ୟ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri