Posted inଫୁରସତ

ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ପାକସ୍ଥଳୀ କାଢ଼ିଦେଲେ ଡାକ୍ତର

ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦଠାରେ ଥିବା ଘରୋଇ ଡାକ୍ତରଖାନାରେ ଏକ ବିଶେଷଜ୍ଞ ଦଳ ମଞ୍ଜୁଳା ନାମକ ଜଣେ ୩୯ ବର୍ଷୀୟା ମହିଳାଙ୍କୁ ନୂଆ ଜୀବନ ଦେଇଛନ୍ତି। ଯିଏ କି ବର୍ଷେରୁ ଅଧିକ ହେବ ଟଏ୍‌ଲେଟ କ୍ଲିନର୍‌ ଖାଇ ଦେଇଥିଲେ। ଫଳରେ ତାଙ୍କ ପାକସ୍ଥଳୀ ନଷ୍ଟ ହୋଇଯାଇଥିଲା।

ମଞ୍ଜୁଳା ଚିକିତ୍ସା ପାଇଁ ଅନେକ ଡାକ୍ତରଖାନା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ସେ ଆଓ୍ବାର ଗ୍ଲୋବାଲ ହସ୍ପିଟାଲକୁ ଯାଇଥିଲେ, ଯେଉଁଠାରେ ପରାମର୍ଶଦାତା ଗ୍ୟାଷ୍ଟ୍ରୋ-ସର୍ଜନ ଡାକ୍ତର ଭୂପତି ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ୬ ମାସରୁ ଅଧିକ ସମୟ ଚିକିତ୍ସା କରିଥିଲେ। ଯାହା ଦ୍ୱାରା ତାଙ୍କ ଅବସ୍ଥା ସର୍ଜିକାଲ ପଦ୍ଧତିରେ ହିଁ ଠିକ୍‌ ହେବ ବୋଲି ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ। ତେଣୁ ମଞ୍ଜୁଳାଙ୍କୁ ପେଟର ଅଂଶ ତଳେ ଏକ ବାହ୍ୟ ପାଇପ ମାଧ୍ୟମରେ ତାଙ୍କ ହଜମ ପ୍ରକ୍ରିୟା ସହିତ ସଂଯୁକ୍ତ ଆଭ୍ୟନ୍ତରୀଣ ଅଙ୍ଗକୁ ଖାଇବାକୁ ଦିଆଯାଉଥିଲା।

ଦିନକୁ ଦିନ ତାଙ୍କ ପାକସ୍ଥଳୀ ଦୁର୍ବଳ ହୋଇଗଲା। ଡାକ୍ତରମାନେ ମଞ୍ଜୁଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପାକସ୍ଥଳୀ କାଟି ଦେଲେ। ଡାକ୍ତର ରାଜେନ୍ଦ୍ର ପ୍ରସାଦ କହିଛନ୍ତି, ବର୍ତ୍ତମାନ ମଞ୍ଜୁଳା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଏବେ ସେ ସାଧାରଣ ଖାଦ୍ୟ ଖାଇବାରେ ସକ୍ଷମ ହୋଇଛନ୍ତି।

ଆନାସ୍ଥେସିଓଲୋଜିଷ୍ଟ ଡକ୍ଟର ମୋହନଙ୍କ ସହାୟତାରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନଙ୍କ ଚିତ୍ର ଦୁନିଆ

ଶିଳ୍ପୀ କେବଳ ବିଭିନ୍ନ କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ ଏହା ମାଧ୍ୟମରେ ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଶିଳ୍ପୀ ଯେ କି...

ହୋୟା ବସୁ ସବୁଠୁ ଭୟଙ୍କର ଜଙ୍ଗଲ

ବୁଚାରେଷ୍ଟ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସିଲଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ...

ଖୁସିରେ କୀଟ ଖାଇବାକୁ ଗଛରୁ ଉଡ଼ିଆସିଥିଲା ପକ୍ଷୀ: ତଳେ ଜଗି ରହିଥିଲା ବଡ଼ ବିପଦ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ପ୍ରେମରେ ପଡ଼ିଲେ ବଢେ ଶରୀରର ଓଜନ

ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍‌ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି...

ବସିବା ଢଙ୍ଗ କହିବ ବ୍ୟକ୍ତିତ୍ୱ

ଚେୟାରରେ ତ ସମସ୍ତେ ବସନ୍ତି। ହେଲେ ସମସ୍ତଙ୍କ ବସିବା ଢଙ୍ଗ ସମାନ ନ ଥାଏ। କିଏ ଗୋଡ଼ ଉପରେ ଗୋଡ଼ ରଖି ତ କିଏ ଦୁଇ...

କୃତ୍ରିମ ସୂର୍ଯ୍ୟାଲୋକରେ ଆଲୋକିତ ହେବ ଦୁନିଆ, ଜାଣନ୍ତୁ କେବେ ମିଳିବ ଏହି ଶକ୍ତି

କିଛି ବର୍ଷ ପୂର୍ବରୁ ଯଦି କେହି ଆକାଶରେ ଉଜ୍ଜ୍ୱଳ ଦୁଇଟି ସୂର୍ଯ୍ୟ ବିଷୟରେ କହିଥାନ୍ତେ, ତେବେ ଏହାକୁ ଏକ ଫଟୋ ବୋଲି କହି ଲୋକେ ହସରେ...

ଯକୃତ ଓଜନ ୧୨ କେଜି

ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କଠାରୁ ୧୨ କିଲୋଗ୍ରାମ ଓଜନର ଯକୃତକୁ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି। ଏଥିସହିତ ଉକ୍ତ ୫୦...

ଶ୍ରୋତାଙ୍କୁ ମତୁଆଲା କରେ ସତ୍ୟବ୍ରତଙ୍କ ସଙ୍ଗୀତ

ବାଲେଶ୍ୱର ଜିଲା ବସ୍ତା ବ୍ଲକ କୁଡିଆ ଗ୍ରାମର ମା’ କାଞ୍ଚନ ଓ ବାପା ଗଣେଶ୍ୱର ଜେନାଙ୍କ ପୁଅ ସତ୍ୟବ୍ରତ। ନିଜର ସୁମଧୁର କଣ୍ଠରେ ଜଗନ୍ନାଥଙ୍କ ଏକ...

Advertisement
Archives

Model This Week