ପାଖରେ ଗୋଟିଏ ଘର ରଖି ଦାନ କରିଦେଲେ ୬୦୦ କୋଟିର ସମ୍ପତ୍ତି

ମୁରାଦାବାଦ,୨୦।୭: ଉତ୍ତରପ୍ରଦେଶର ମୁରାଦାବାଦରେ ରହୁଥିବା ସମାଜସେବୀ ତଥା ବ୍ୟବସାୟୀ ଡା. ଅରବିନ୍ଦ କୁମାର ଗୋୟଲ ନିଜର ସମସ୍ତ ସମ୍ପତ୍ତିକୁ ଦାନ କରିଛନ୍ତି। ସେ ତାଙ୍କ ୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ଦାନ କରିଛନ୍ତି। ଏହାକୁ ଦରିଦ୍ର ଲୋକଙ୍କ ସହାୟତା ଲାଗି ବ୍ୟବହାର କରାଯିବ। ତେବେ ସେ କେବଳ ମୋରାଡ଼ାବାଦ ସିଭିଲ ଲାଇନ୍‌ରେ ଥିବା ଘରକୁ ନିଜ ପାଖରେ ରଖିଛନ୍ତି।

ଅରବିନ୍ଦ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ ସମେତ ଅନେକ ରାଜ୍ୟରେ ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ, ବୃଦ୍ଧାଶ୍ରମ ଏବଂ ଡାକ୍ତରଖାନାରେ ଟ୍ରଷ୍ଟି ଅଟନ୍ତି। ସେ କୋଭିଡ ଲକ୍‌ଡାଉନ ସମୟରେ ମୁରାଦାବାଦର ୫୦ ଗାଁକୁ ପାଳିତ ଭାବେ ଗ୍ରହଣ କରି ସମସ୍ତଙ୍କୁ ଖାଦ୍ୟ ଖୁଆଇଥିଲେ। ଏପରିକି ସମସ୍ତଙ୍କ ଲାଗି ଔଷଧର ବନ୍ଦୋବସ୍ତ କରିଥିଲେ। ତେବେ ୨୫ ବର୍ଷ ପୂର୍ବେ କରିଥିବା ସଙ୍କଳ୍ପ ସ୍ବରୂପ ସୋମବାର ରାତିରେ ସେ ସମ୍ପତ୍ତି ଦାନ କରିବା ଲାଗି ଘୋଷଣା କରିଥିଲେ। ଏଥିରେ ତାଙ୍କର ପରିବାରର ସମର୍ଥନ ଥିବା ଜଣାପଡ଼ିଛି।

ନିଜର ଏଭଳି ଦାନକୁ ନେଇ ସେ କହିଛନ୍ତି, ଏକଦା ଡିସେମ୍ବର ମାସରେ ଟ୍ରେନ୍‌ରେ ଯାଉଥିଲି। ସାମ୍ନାରେ ଜଣେ ଗରିବ ବ୍ୟକ୍ତି ଥଣ୍ଡାରେ ଥରୁଥିବା ନଜର ଆସିଥିଲେ। ତାଙ୍କ ପାଖରେ ଚାଦର ନ ଥିଲା, ପାଦରେ ଚପଲ ନ ଥିଲା। ତାଙ୍କୁ ଦେଖି ମୁଁ ରହି ପାରିଲି ନାହିଁ। ପାଦରୁ ଚପଲ କାଢ଼ି ଦେଇ ଦେଇଥିଲି। ହେଲେ ଶୀତରେ ମୁଁ ଥରି ଯାଇଥିଲି। ସେବେଠାରୁ ଗରିବ ଏବଂ ବେସାହାରା ବ୍ୟକ୍ତିଙ୍କ ସହାୟତା କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri