ପାଖରେ ଗୋଟିଏ ଘର ରଖି ଦାନ କରିଦେଲେ ୬୦୦ କୋଟିର ସମ୍ପତ୍ତି

ମୁରାଦାବାଦ,୨୦।୭: ଉତ୍ତରପ୍ରଦେଶର ମୁରାଦାବାଦରେ ରହୁଥିବା ସମାଜସେବୀ ତଥା ବ୍ୟବସାୟୀ ଡା. ଅରବିନ୍ଦ କୁମାର ଗୋୟଲ ନିଜର ସମସ୍ତ ସମ୍ପତ୍ତିକୁ ଦାନ କରିଛନ୍ତି। ସେ ତାଙ୍କ ୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ଦାନ କରିଛନ୍ତି। ଏହାକୁ ଦରିଦ୍ର ଲୋକଙ୍କ ସହାୟତା ଲାଗି ବ୍ୟବହାର କରାଯିବ। ତେବେ ସେ କେବଳ ମୋରାଡ଼ାବାଦ ସିଭିଲ ଲାଇନ୍‌ରେ ଥିବା ଘରକୁ ନିଜ ପାଖରେ ରଖିଛନ୍ତି।

ଅରବିନ୍ଦ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ ସମେତ ଅନେକ ରାଜ୍ୟରେ ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ, ବୃଦ୍ଧାଶ୍ରମ ଏବଂ ଡାକ୍ତରଖାନାରେ ଟ୍ରଷ୍ଟି ଅଟନ୍ତି। ସେ କୋଭିଡ ଲକ୍‌ଡାଉନ ସମୟରେ ମୁରାଦାବାଦର ୫୦ ଗାଁକୁ ପାଳିତ ଭାବେ ଗ୍ରହଣ କରି ସମସ୍ତଙ୍କୁ ଖାଦ୍ୟ ଖୁଆଇଥିଲେ। ଏପରିକି ସମସ୍ତଙ୍କ ଲାଗି ଔଷଧର ବନ୍ଦୋବସ୍ତ କରିଥିଲେ। ତେବେ ୨୫ ବର୍ଷ ପୂର୍ବେ କରିଥିବା ସଙ୍କଳ୍ପ ସ୍ବରୂପ ସୋମବାର ରାତିରେ ସେ ସମ୍ପତ୍ତି ଦାନ କରିବା ଲାଗି ଘୋଷଣା କରିଥିଲେ। ଏଥିରେ ତାଙ୍କର ପରିବାରର ସମର୍ଥନ ଥିବା ଜଣାପଡ଼ିଛି।

ନିଜର ଏଭଳି ଦାନକୁ ନେଇ ସେ କହିଛନ୍ତି, ଏକଦା ଡିସେମ୍ବର ମାସରେ ଟ୍ରେନ୍‌ରେ ଯାଉଥିଲି। ସାମ୍ନାରେ ଜଣେ ଗରିବ ବ୍ୟକ୍ତି ଥଣ୍ଡାରେ ଥରୁଥିବା ନଜର ଆସିଥିଲେ। ତାଙ୍କ ପାଖରେ ଚାଦର ନ ଥିଲା, ପାଦରେ ଚପଲ ନ ଥିଲା। ତାଙ୍କୁ ଦେଖି ମୁଁ ରହି ପାରିଲି ନାହିଁ। ପାଦରୁ ଚପଲ କାଢ଼ି ଦେଇ ଦେଇଥିଲି। ହେଲେ ଶୀତରେ ମୁଁ ଥରି ଯାଇଥିଲି। ସେବେଠାରୁ ଗରିବ ଏବଂ ବେସାହାରା ବ୍ୟକ୍ତିଙ୍କ ସହାୟତା କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri