ଅସ୍ତିତ୍ୱ ହରାଇବାକୁ ବସିଛି ଦୋବଲ ହାଟ

ଧାମନଗର,୧୩।୧୧(ଡି.ଏନ.ଏ.): ଦିନକୁ ଦିନ ହାଟ ପରମ୍ପରା ଓ ସଂସ୍କୃତି ହଜିବାକୁ ବସିଲାଣି। ଯେଉଁଠି ଗୋଟେ ଗୋଟେ ହାଟ ରହିଛି, ତା’ର ରକ୍ଷଣାବେକ୍ଷଣ ପ୍ରତି ସରକାର ନଜର ଦେଉନାହାନ୍ତି। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ। ଦୀର୍ଘଦଶନ୍ଧି ଧରି ନିଜର ସ୍ଥିତିକୁ ଜାହିର କରିଆସିଥିବା ଦୋବଲ ହାଟ ଅସ୍ତିତ୍ୱ ହରାଇବାକୁ ବସିଛି। ଦୋବଲ ବଜାରଠାରେ କେଉଁ କାଳରୁ ପଣ୍ୟ ବିନିମୟର ମାଧ୍ୟମ ପାଲଟିଥିବା ଏହି ହାଟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ଆବଶ୍ୟକ ଭିତ୍ତିଭୂମି ନାହିଁ। ଏଠାରେ ଥିବା କେତେକ ଅସ୍ଥାୟୀ କୁଡ଼ିଆ ବର୍ଷା, ଝଡ଼ ବାତ୍ୟାରେ ଭାଙ୍ଗି ନଷ୍ଟ ହୋଇଗଲାଣି। ଫଳରେ ବ୍ୟବସାୟୀମାନେ ଖୋଲା ଆକାଶ ତଳେ ପାଲ ପକାଇ ବେପାର କରୁଛନ୍ତି।
ମୁସ୍ତାଫାପୁର ପଞ୍ଚାୟତରେ ରହିଛି ଏହି ସାପ୍ତାହିକ ହାଟ। ସପ୍ତାହର ସୋମବାର ଓ ଗୁରୁବାର ହାଟ ବସିଥାଏ। ଏହି ହାଟ ଉପରେ ପ୍ରାୟ ୧୦ ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବେପାରୀମାନେ ଆସି ନିଜର ଦ୍ରବ୍ୟ ସମାଗ୍ରୀ ବିକି ଗୁଜୁରାଣ ମେଣ୍ଟାଇଥାନ୍ତି। ଲୋକଙ୍କ ଅବଶ୍ୟକତା ଓ ସମ୍ପର୍କକୁ ଦୃଢ଼ୀଭୂତ ପାଇଁ ଦୋବଲ ବଜାରଠାରେ ଜମିଦାର ସମୟରେ ହବିବୁର ରହେମାନ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହି ହାଟ ସ୍ଥାପନ ହୋଇଥିଲା। ହାଟ ପାଇଁ ସେତେବେଳେ ୩୨୦ ଟଙ୍କା ମହାସୁଲ ଦିଆଯାଉଥିଲା। ସମୟକ୍ରମେ ଭଲ ବେପାର ହେଲା ଏବଂ ଜମିଦାରୀ ଉଚ୍ଛେଦ ପରେ ହାଟ ପଞ୍ଚାୟତ ଅଧୀନକୁ ଯାଇଥିଲା। ପଞ୍ଚାୟତ ମାଧ୍ୟମରେ ସ୍ଥାନୀୟ ବ୍ଲକ ପ୍ରଶାସନ ହାଟକୁ ନିଲାମ କରି ରାଜସ୍ବ ଆଦାୟ କରିଥିଲା। ଭଦ୍ରକ ଷେଣ୍ଢପୁର ମୁଖ୍ୟରାସ୍ତାର ବାମପାର୍ଶ୍ୱରେ ୪୨ ଡିସିମିଲ ଜମିରେ ଏହି ହାଟ ରହିଛି। ସେଥିମଧ୍ୟରୁ କେତକ ମୁଷ୍ଟିମେୟ ବ୍ୟକ୍ତି ଚତୁପାର୍ଶ୍ୱ ଜବରଦଖଲ କରି ରଖିଛନ୍ତି। ୨୦୧୭ରେ ୨ ଲକ୍ଷ ୧୭ ହଜାର ଟଙ୍କାରେ ହାଟ ନିଲାମ କରଯାଇଥିଲା। ନିଲାମ ଅର୍ଥରାଶି ଅଧିକ ହୋଇଥିବାରୁ କେହି ଏଥିରେ ଭାଗ ନେଇ ନ ଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱରେ ରଖି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହାଟ ଦାୟିତ୍ୱ ଦିଆଯାଇଥିଲା। ହେଲେ ବିନା ରେକର୍ଡରେ ସଲାସୁତୁରା ହୋଇ ହାଟ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହେଉଥିଲା। ହାଟଦାଣ୍ଡିଆ ସପ୍ତାହକୁ ପଞ୍ଚାୟତ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଟଙ୍କା ଦେଉଥିବା ବେଳେ ସରକାରୀ ଖାତାକୁ କେତେ ଯାଉଥିଲା ତାହା ତଦନ୍ତ ସାପେକ୍ଷ। ଦ୍ୱିତୀୟ ଥର ୨୦୨୧ ଅକ୍ଟୋବରରେ ୬ମାସ ପାଇଁ ୧ ଲକ୍ଷ ୧୯ ହଜାରରେ ନିଲାମ ଡକାଯାଇଥିବା ବେଳେ କେହି ନିଲାମ ନେଇ ନ ଥିଲେ। ପୂର୍ବପରି ହାଟ ଦାଣ୍ଡିଆ ପଞ୍ଚାୟତକୁ ଟଙ୍କା ଦେଇ ଚାଲିଲେ। ଏହି ପଞ୍ଚାୟତ ପୁନର୍ଗଠନ ପରେ ନୂତନ ସରପଞ୍ଚ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ହାଟ ନିଲାମ କରିପାରୁ ନ ଥିଲେ। ପଞ୍ଚାୟତ ପିଅନ ହାତରେ ହାଟ ଦାୟିତ୍ୱ ରହିଥିଲା। ପଞ୍ଚାୟତ ପକ୍ଷରୁ ମେଣ୍ଟେନାନ୍ସ ପାଇଁ ହାଟ ପାଳିକେ ୧୪ ଶହ ଟଙ୍କା ଆଦାୟ କରାଯାଉଛି। ବରଡ଼ାପତ୍ର କୁଡ଼ିଆରେ ଆରମ୍ଭ ହୋଇଥିବା ହାଟର ପରିବର୍ତ୍ତନ ଦୀର୍ଘବର୍ଷ ପରେ ବି ହୋଇପାରିନି। ସେହି ଚିରାଚରିତ ଢଙ୍ଗରେ ବେପାରୀମାନେ ଆସି ଖୋଲା ଆକାଶ ତଳେ ବସି ବେପାର କରୁଛନ୍ତି। କୋଭିଡ୍‌ ପରେ କେତେଜଣ ଯୁବକ ବାହାରୁ ପଳାଇ ଆସି ନିଜର ଜୀବନ ଜୀବିକା ପାଇଁ ବେପାର ବଣିଜକୁ ମାଧ୍ୟମ ଭାବେ ଗ୍ରହଣ କରିଥିବା ଦେଖାଯାଉଛି।
ପରିବା ଚାଷୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହନ୍ତି, ମୁଁ ୪୦ ବର୍ଷ ହେଲା ଏ ହାଟରେ ପରିବା ବିକ୍ରି କରି ଆସୁଛି। ହାଟ ଯେମିତି ଥିଲା ସେମିତି ରହିଛି। ହାଟ ବାରିରେ ପଞ୍ଚାୟତକୁ ୨୦ ଟଙ୍କା ଓ ପରିବା ତୋଳା ଦେଉଛୁ ହେଲେ ହାଟ ଯଥା ପୁର୍ବଂ ତଥା ପରଂ। ପ୍ରାୟ ୮୦ ବର୍ଷ ହେଲା ଆମ ବାପା ଓ ପରେ ଆମେ ଏଠାରେ ବେପାର କରୁଛୁ। ହାଟୁଆଙ୍କ ପାଇଁ ବ୍ୟବସ୍ଥା କିଛି ନାହିଁ। ହାଟ ପରିସର କଂକ୍ରିଟ ସହ ସିମେଣ୍ଟ ପିଣ୍ଡି ବ୍ୟବସ୍ଥା କରାଯାଉ ବୋଲି ମତପ୍ରକାଶ କରିଛନ୍ତି ଫଳ ଦୋକାନୀ ଦାମୋଦର ସାହୁ। ଏ ସମ୍ପର୍କରେ ମୁସ୍ତାଫାପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଜେନା କହିଛନ୍ତି, ଦୋବଲ ହାଟ ଦୁଇଥର ନିଲାମ ଡକାଗଲାଣି। ହେଲେ କେହି ନିଲାମ ଧରୁ ନାହାନ୍ତି। ଫଳରେ ପଞ୍ଚାୟତ ହାଟ ବୁଝୁଛି। ଏହାର ଚତୁପାର୍ଶ୍ୱ ଜବରଦଖଲରେ ରହିଛି। ପୂର୍ବତନ ଓ ବର୍ତ୍ତମାନ ସରପଞ୍ଚ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ହାଟ କାଦୁଅ ନ ହେବା ପାଇଁ ପ୍ରତିବର୍ଷ ଡଷ୍ଟ ପଡୁଛି। ହାଟର ବିକାଶରେ ଜବରଦଖଲ ଦାଉ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri