ଖରାପ ସମୟ ଚାଲିଛି କି ନିଶ୍ଚୟ ଜାଣନ୍ତୁ ?

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା ଏବଂ ଅନୁଭବକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଏଥିରେ ବର୍ଣ୍ଣିତ ନୀତିଗୁଡ଼ିକ ମନୁଷ୍ୟ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ କିଭଳି ଖରାପ ସମୟ ଏବଂ ବିପଦର ସମ୍ମୁଖୀନ ହୋଇପାରି ବିଜେତା ହେବ ସେ ନେଇ ପ୍ରକାଶ କରିଛନ୍ତି। ଯେପରିକି:

ଧୌର୍ଯ୍ୟ ହାରନ୍ତୁ ନାହିଁ:
ଚାଣକ୍ୟ କୁହନ୍ତି, ବିପଦ କିମ୍ବା ଖରାପ ସମୟ ଆସିଲେ ବିଚଳିତ ହୁଅନ୍ତୁ ନାହିଁ। ନିଜର ଶୁଭଚିନ୍ତକ ଏବଂ ପରିବାରଲୋକଙ୍କ ସହ ରୁହନ୍ତୁ। ଧୌର୍ଯ୍ୟ ହାରନ୍ତୁ ନାହିଁ। ନିଜର ଉପସ୍ଥିତ ବୁଦ୍ଧି ଏବଂ ଶୁଭଚିନ୍ତକଙ୍କ ସହ ରହିଲେ କୌଣସି ସଙ୍କଟମୟ ପରିସ୍ଥିତିର ମୁକାବିଲା କରିହେବ। ଏହାଛଡ଼ା ଧୌର୍ଯ୍ୟର ସହ କାର୍ଯ୍ୟ କଲେ ଖରାପରୁ ଖରାପ ସମୟରୁ ମୁକୁଳିହେବ ବୋଲି ସେ କହିଛନ୍ତି।

ସକରାତ୍ମକ ଚିନ୍ତାକୁ ଆପଣାନ୍ତୁ:
ଚାଣକ୍ୟ କୁହନ୍ତି, ଖରାପ ସମୟରେ ନିଜର ଚିନ୍ତାଧାରାକୁ ସକରାତ୍ମକ ରଖନ୍ତୁ। ସେତେବେଳେ ଭାବନ୍ତୁ ନାହିଁ ଯେ ଜଣେ ଏକୁଟିଆ ବ୍ୟକ୍ତି ବିପଦ ବେଳେ କ’ଣ କରିପାରିବ। ଯଥାସମ୍ଭବ ସମସ୍ତ ଶକ୍ତି ଲଗାଇ ପରିସ୍ଥିତିର ସାମ୍ନା କରନ୍ତୁ। କାରଣ ନଡରି ସାହସ ବାନ୍ଧି ଲଢ଼ିଥିବା ବ୍ୟକ୍ତିର ହିଁ ଜିତାପଟ ହୋଇଥାଏ।

ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରନ୍ତୁ:
ଚାଣକ୍ୟ କୁହନ୍ତି, ବିପଦ ବେଳେ ତାର କାରଣ ଏବଂ ନିବାରଣ ବିଷୟରେ ଆତ୍ମସମୀକ୍ଷା କରନ୍ତୁ। ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରନ୍ତୁ। ରଣନୀତି ସ୍ଥିର କରିବା ପରେ ପ୍ରହାର କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

Valentine week: ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ..

ଫେବଆରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧...

ଏହି ୪ ମାମଲାରେ ପୁରୁଷଙ୍କୁ ପଛରେ ପକାଇ ଦିଅନ୍ତି ମହିଳା

ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ...

AIIMS ଗବେଷଣାରୁ ଖୁଲାସା: ପ୍ରତି ଦ୍ୱିତୀୟ ବୟସ୍କ ଲିଭର ରୋଗୀ ମଦ୍ୟପାନରେ ଆକ୍ରାନ୍ତ, ୨୦ ବର୍ଷରେ ଦୁଇଗୁଣା ହୋଇଛି ସଂଖ୍ୟା

ନୂଆଦିଲ୍ଲୀ,୭ା୨: ପ୍ରତ୍ୟେକ ଦ୍ୱିତୀୟ ବୟସ୍କ ଯକୃତ ରୋଗୀ ମଦ୍ୟପାନରେ ନିଶାଗ୍ରସ୍ତ। ଏମ୍ସ ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ଏହା ପ୍ରକାଶ ପାଇଛି। ଗବେଷଣାରୁ ଜଣାପଡିଛି ଯେ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ସାରାଦିନ ଏସି ଚଲେଇ ବି କମ୍‌ ଆସିବ ବିଜୁଳି ବିଲ୍‌, ଜାଣନ୍ତୁ କେମିତି…

ଖରାଦିନେ ପ୍ରାୟତଃ ବିଜୁଳି ବିଲ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ ଦୁଇଗୁୁଣା...

ସକାଳ ବାଦ୍‌ ରାତି ଭୋଜନରେ ଖାଉଛନ୍ତି କି oats, ଜାଣିନିଅନ୍ତୁ…

ସାଧାରଣତଃ ଲୋକମାନେ ସକାଳ ସମୟରେ ଓଟସ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣିଛନ୍ତି କି ରାତିରେ ଖାଇଲେ କଣ ହେବ? ଓଜନ ହ୍ରାସ କରିବା...

କଞ୍ଚାକ୍ଷୀରରେ କେମିତି କରିବେ ରୂପଚର୍ଯ୍ୟା: ଆପଣାନ୍ତୁ ଟିପ୍ସ

ମୁହଁରେ ଆମେ କେତେକ ଘରୋଇ ଉପଚାର କରିଥାଉ। ଏସବୁ ମଧ୍ୟରେ ରହିଛି କଞ୍ଚାକ୍ଷୀର। କଞ୍ଚାକ୍ଷୀର ପ୍ରାକୃତିକ ଏବଂ ଶସ୍ତା ବିଉଟି ଟ୍ରିଟ୍‌ମେଣ୍ଟ। ସେ ସମ୍ପର୍କରେ କିଛି...

ଫ୍ୟାଶନ ଦୁନିଆରେ ନୂଆ ଟ୍ରେଣ୍ଡ୍‌; ପାଇପିଂ ଡିଜାଇନ ବ୍ଲାଉଜ୍‌

ସମୟ ବଦଳୁଛି। ତା’ସହ ପାଦମିଳାଇ ଫ୍ୟାଶନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯୁବତୀ ହୁଅନ୍ତୁ ଅବା ଗୃହିଣୀ ଦିନକୁ ଦିନ ନୂଆ ଟ୍ରେଣ୍ଡକୁ ଆପଣଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri