ଏଥର କର ବା ମର ସ୍ଥିତି

ବାରିପଦା ଅଫିସ,୩ା୨: ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ ନିର୍ବାଚନୀ ପ୍ରଚାର ଜୋର ଧରିଛି ା ୧୬ଟି ପଞ୍ଚାୟତକୁ ନେଇ ଗଠିତ ୫୩ ଓ ୫୪ ନମ୍ବର ଜିଲାପରିଷଦ ଜୋନ ଦ୍ୱୟ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ଗତ ନିର୍ବାଚନରେ ଏହି ଦୁଇ ଆସନକୁ ଭାଜପା ହାତେଇଥିବା ବେଳେ ଚଳିତ ନିର୍ବାଚନରେ ଦଳର ମଙ୍ଗ ଧରିଥିବା ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ୫୩ନଂ. ଆସନଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୫୪ନଂ. ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଆସନ୍ତା ୧୬ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ ହାତେଇବାକୁ ବିଜେଡି ଓ ଭାଜପା ନେତାଙ୍କ ପାଇଁ କର ବା ମର ପରିସ୍ଥିତିର ସୃଷ୍ଟି ହୋଇଛି।
ଶୁଳିଆପଦା ବ୍ଲକରେ ମୋଟ ଭୋଟର ସଂଖ୍ୟା ୭୭ହଜାର ୬୦। ଏହି ବ୍ଲକର ୧୬ଟି ପଞ୍ଚାୟତରେ ସରପଞ୍ଚ ପାଇଁ ୮୪, ସମିତିସଭ୍ୟ ପାଇଁ ୭୧ ଓ ୱାର୍ଡସଭ୍ୟ ପାଇଁ ୩୧୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। କୋଭିଡ୍‌ କଟକଣାକୁ ନେଇ ଶୋଭାଯାତ୍ରା କିମ୍ବା ଦଳୀୟ ବୈଠକ ହେଉ ନ ଥିବା ବେଳେ ପ୍ରାର୍ଥୀମାନେ ସୀମିତ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ ଘରକୁ ଘର ଓ ଗଁାକୁ ଗଁା ବୁଲି ପ୍ରଚାର ଆରମ୍ଭ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରୁଥିବା ବେଳେ ଅଞ୍ଚଳ ସମସ୍ୟା ପ୍ରତି ଗୁରୁତ୍ୱ ଦିିଆଯିବ ବୋଲି ପ୍ରତିଶ୍ରୁତି ବାଣ୍ଟିି ଚାଲିଛନ୍ତି। ନୂଆଗଁା, କାଣିମହୁଲି, ଚୁହାଟ, ଅଁଳାକୁଡା, ଦେଉଳି, କୁଜିଡିହି, କୋଷ୍ଠା ଓ ଝାଲିଆମରାକୁ ମିଶାଇ ୮ଟି ପଞ୍ଚାୟତକୁ ନେଇ ୫୩ନଂ. ଜୋନ ଗଠିତ। ଏହି ଜୋନରେ ୪ଜଣ ପ୍ରାର୍ଥିନୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେଡ଼ି ପକ୍ଷରୁ ମୀରାଲତା ସିଂ, ଭାଜପାର ଭବାନୀ ହେମ୍ବ୍ରମ, ଜେଏମ୍‌ଏମ୍‌ର ସଲକା ହେମ୍ବ୍ରମ ଓ କଂଗ୍ରେସ ପକ୍ଷରୁ ଛିତା ଟୁଡୁ ପ୍ରାର୍ଥୀ ହୋଇଛନ୍ତି।
ସେହପରି ୫୪ନଂ. ଜିଲାପରିଷଦ ଜୋନଟି କଣ୍ଟିସାହି, ଉଫାଲଗଡ଼ିଆ, ବାଘଡ଼ା, ଧାତିକା, ପାନିଆ, ମହାବିଲା, ବଡ଼ଭାଲିଆ ଓ ପାକଟିଆ ଆଦି ୮ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ମଧ୍ୟ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପାନିଆ ପଞ୍ଚାୟତରୁ ୩ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ନଗେନ୍ଦ୍ର କିସ୍କୁଙ୍କୁ ବିଜେଡ଼ି ଟିକଟ ମିଳିଥିବା ବେଳେ ଭାଜପା ପକ୍ଷରୁ ଭାଗବତ ମାରାଣ୍ଡି, କଂଗ୍ରେସରୁ ସୁଫଲ ସିଂ ଓ ଜେଏମ୍‌ଏମ୍‌ରୁ ଗୋପାଲ ହାଁସଦା ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏହି ୨ଟି ଆସନରେ ବିଜେଡି ଓ ଭାଜପା ମଧ୍ୟରେ ପ୍ରମୁଖ ପ୍ରତିଦ୍ୱନ୍ଦିତା ହୋଇଥିଲାା ଅପରପକ୍ଷରେ ବିଜେଡି ଟିକଟରୁ ବଞ୍ଚିିତ ଭାଗବତ ମାରାଣ୍ଡିଙ୍କୁ ଭାଜପା ଏଠାରେ ପ୍ରାର୍ଥୀ କରିଥିବାରୁ ଅସନ୍ତୁଷ୍ଟ ଗୋଷ୍ଠୀର କର୍ମକର୍ତ୍ତାମାନେ ତାଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ଭାଜପାର ମଙ୍ଗ ଧରିଥିବା ପୂର୍ବତନ ଜିଲାସଭାପତି(ପୂର୍ବ)ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଗୋଟି ଚାଳନାରେ ୫୬ ଆସନରୁ ଭାଜପା ୪୯ ଆସନ ଅକ୍ତିଆର କରିଥିଲା ା ମାତ୍ର ଚଳିତ ନିର୍ବାଚନରେ ବିଜେଡିର ମୋରଡ଼ା ବିଧାୟକ ରାଜକିଶୋର ଦାସ ଓ ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତି ଉକ୍ତ ଜୋନଗୁଡ଼କୁ ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସେହିପରି କଂଗ୍ରେସ ଓ ଜେଏମ୍‌ଏମ୍‌ର ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରି ଭୋଟରଙ୍କ ମତ ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ କଂଗ୍ରେସ ଓ ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ପାଇଁ ଏହି ଦୁଇଟି ଜୋନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?