ଏଥର କର ବା ମର ସ୍ଥିତି

ବାରିପଦା ଅଫିସ,୩ା୨: ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ ନିର୍ବାଚନୀ ପ୍ରଚାର ଜୋର ଧରିଛି ା ୧୬ଟି ପଞ୍ଚାୟତକୁ ନେଇ ଗଠିତ ୫୩ ଓ ୫୪ ନମ୍ବର ଜିଲାପରିଷଦ ଜୋନ ଦ୍ୱୟ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ଗତ ନିର୍ବାଚନରେ ଏହି ଦୁଇ ଆସନକୁ ଭାଜପା ହାତେଇଥିବା ବେଳେ ଚଳିତ ନିର୍ବାଚନରେ ଦଳର ମଙ୍ଗ ଧରିଥିବା ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ୫୩ନଂ. ଆସନଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୫୪ନଂ. ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଆସନ୍ତା ୧୬ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ ହାତେଇବାକୁ ବିଜେଡି ଓ ଭାଜପା ନେତାଙ୍କ ପାଇଁ କର ବା ମର ପରିସ୍ଥିତିର ସୃଷ୍ଟି ହୋଇଛି।
ଶୁଳିଆପଦା ବ୍ଲକରେ ମୋଟ ଭୋଟର ସଂଖ୍ୟା ୭୭ହଜାର ୬୦। ଏହି ବ୍ଲକର ୧୬ଟି ପଞ୍ଚାୟତରେ ସରପଞ୍ଚ ପାଇଁ ୮୪, ସମିତିସଭ୍ୟ ପାଇଁ ୭୧ ଓ ୱାର୍ଡସଭ୍ୟ ପାଇଁ ୩୧୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। କୋଭିଡ୍‌ କଟକଣାକୁ ନେଇ ଶୋଭାଯାତ୍ରା କିମ୍ବା ଦଳୀୟ ବୈଠକ ହେଉ ନ ଥିବା ବେଳେ ପ୍ରାର୍ଥୀମାନେ ସୀମିତ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ ଘରକୁ ଘର ଓ ଗଁାକୁ ଗଁା ବୁଲି ପ୍ରଚାର ଆରମ୍ଭ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରୁଥିବା ବେଳେ ଅଞ୍ଚଳ ସମସ୍ୟା ପ୍ରତି ଗୁରୁତ୍ୱ ଦିିଆଯିବ ବୋଲି ପ୍ରତିଶ୍ରୁତି ବାଣ୍ଟିି ଚାଲିଛନ୍ତି। ନୂଆଗଁା, କାଣିମହୁଲି, ଚୁହାଟ, ଅଁଳାକୁଡା, ଦେଉଳି, କୁଜିଡିହି, କୋଷ୍ଠା ଓ ଝାଲିଆମରାକୁ ମିଶାଇ ୮ଟି ପଞ୍ଚାୟତକୁ ନେଇ ୫୩ନଂ. ଜୋନ ଗଠିତ। ଏହି ଜୋନରେ ୪ଜଣ ପ୍ରାର୍ଥିନୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେଡ଼ି ପକ୍ଷରୁ ମୀରାଲତା ସିଂ, ଭାଜପାର ଭବାନୀ ହେମ୍ବ୍ରମ, ଜେଏମ୍‌ଏମ୍‌ର ସଲକା ହେମ୍ବ୍ରମ ଓ କଂଗ୍ରେସ ପକ୍ଷରୁ ଛିତା ଟୁଡୁ ପ୍ରାର୍ଥୀ ହୋଇଛନ୍ତି।
ସେହପରି ୫୪ନଂ. ଜିଲାପରିଷଦ ଜୋନଟି କଣ୍ଟିସାହି, ଉଫାଲଗଡ଼ିଆ, ବାଘଡ଼ା, ଧାତିକା, ପାନିଆ, ମହାବିଲା, ବଡ଼ଭାଲିଆ ଓ ପାକଟିଆ ଆଦି ୮ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ମଧ୍ୟ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପାନିଆ ପଞ୍ଚାୟତରୁ ୩ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ନଗେନ୍ଦ୍ର କିସ୍କୁଙ୍କୁ ବିଜେଡ଼ି ଟିକଟ ମିଳିଥିବା ବେଳେ ଭାଜପା ପକ୍ଷରୁ ଭାଗବତ ମାରାଣ୍ଡି, କଂଗ୍ରେସରୁ ସୁଫଲ ସିଂ ଓ ଜେଏମ୍‌ଏମ୍‌ରୁ ଗୋପାଲ ହାଁସଦା ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏହି ୨ଟି ଆସନରେ ବିଜେଡି ଓ ଭାଜପା ମଧ୍ୟରେ ପ୍ରମୁଖ ପ୍ରତିଦ୍ୱନ୍ଦିତା ହୋଇଥିଲାା ଅପରପକ୍ଷରେ ବିଜେଡି ଟିକଟରୁ ବଞ୍ଚିିତ ଭାଗବତ ମାରାଣ୍ଡିଙ୍କୁ ଭାଜପା ଏଠାରେ ପ୍ରାର୍ଥୀ କରିଥିବାରୁ ଅସନ୍ତୁଷ୍ଟ ଗୋଷ୍ଠୀର କର୍ମକର୍ତ୍ତାମାନେ ତାଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ଭାଜପାର ମଙ୍ଗ ଧରିଥିବା ପୂର୍ବତନ ଜିଲାସଭାପତି(ପୂର୍ବ)ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଗୋଟି ଚାଳନାରେ ୫୬ ଆସନରୁ ଭାଜପା ୪୯ ଆସନ ଅକ୍ତିଆର କରିଥିଲା ା ମାତ୍ର ଚଳିତ ନିର୍ବାଚନରେ ବିଜେଡିର ମୋରଡ଼ା ବିଧାୟକ ରାଜକିଶୋର ଦାସ ଓ ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତି ଉକ୍ତ ଜୋନଗୁଡ଼କୁ ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସେହିପରି କଂଗ୍ରେସ ଓ ଜେଏମ୍‌ଏମ୍‌ର ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରି ଭୋଟରଙ୍କ ମତ ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ କଂଗ୍ରେସ ଓ ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ପାଇଁ ଏହି ଦୁଇଟି ଜୋନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ: ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ବାରିପଦା ଅଫିସ,୩ା୨: ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍‌ ଷ୍ଟେଶନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇଓ୍ବା ସହ ‘କଲ୍ୟାଣୀ’ ନାମକ...

ସାପ କାମୁଡ଼ାରେ ଆଶା କର୍ମୀଙ୍କ ଜୀବନ ଗଲା

ଠାକୁରମୁଣ୍ଡା,୨୭ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ରାଣୀଭୋଳ ଗ୍ରାମର ଆଶା କର୍ମୀ ଅମ୍ବିକା ମହାନ୍ତଙ୍କ ବୁଧବାର ସାପ କାମୁଡ଼ାରେ ପ୍ରାଣହାନୀ ଘଟିଛି। ମଙ୍ଗଳବାର...

କାକର ସାଙ୍ଗକୁ ଘନ କୁହୁଡ଼ି

ଉଦଳା, ୧୨।୧ (ଡି.ଏନ.ଏ.) – ଶିମିଳିପାଳ ପାଦଦେଶରେ ଅବସ୍ଥିତ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଏବେ ରାତିରେ ପ୍ରବଳ କାକର ପଡୁଥିବା ବେଳେ ସକାଳେ ଘନ...

ସହାୟତା ଦାବି କଲେ ସେବାୟତ

ବାରିପଦା ଅଫିସ,୧ା୫- ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁ ବିଜେ ମନ୍ଦିରର ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଜିଲାପାଳଙ୍କଠାରେ ଦାବି କରାଯାଇଛି। ସେବାୟତମାନେ ଗୁରୁବାର...

ମାଛ ଧରିବାକୁ ଯାଇ ବୁଢ଼ାବଳଙ୍ଗରେ ଯୁବକ ନିଖୋଜ

ବଡ଼ସାହି,୨୩ା୫(ସ୍ବ.ପ୍ର.)-ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଚନ୍ଦନପୁର ପଞ୍ଚାୟତ ଅଧୀନ...

ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ: ଗୀତ ଗାଇବା ବେଳେ ଟଳିପଡିଲେ ଗାୟକ

ଉଦଳା, ୧୪ା୨(ଡି.ଏନ.ଏ.):‘ବରଷା ରାତିକୁ ଭରସା ନାହିଁ’ ନାଟକର ଟାଇଟଲ ଗୀତ ଗାଉଥିଲେ ଗାୟକ। କିନ୍ତୁ ଏହି ଗୀତ ପାଲଟିଗଲା ତାଙ୍କ ଜୀବନର ଶେଷ ଗୀତ। ଗୀତ...

ଟ୍ରଲି ଟାଣୁଛନ୍ତି ଆସନ୍ନ ପ୍ରସବା

ବାରିପଦା ଅଫିସ, ୨୪।୨: ଗର୍ଭରେ ବଢ଼ୁଛି ଭ୍ରୂଣ। କୋଳରେ ବର୍ଷକର ଶିଶୁପୁତ୍ର। ସ୍ବାମୀ ଓ ଶାଶୁଘର ଲୋକେ ଆଡ଼ ଆଖିରେ ନ ଚାହିଁବାରୁ ଗଳିକନ୍ଦିରେ ଘୂରି...

ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର ଅଫିସ, ୩୦ା୧: ଜଗତ୍‌ସିଂହପୁର ଜିଲା ପରିଷଦର ୩ନଂ.ଜୋନ୍‌ରେ ସଭ୍ୟ ପଦ ପାଇଁ ବିଜେଡି, କଂଗ୍ରେସ, ଭାଜପା ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ସେଠାରେ...

Advertisement
Archives

Model This Week