Posted inUncategorized

ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ

ଗର୍ଭାବସ୍ଥାରେ ଖାଦ୍ୟପେୟରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ହୋଇଥାଏ। ଏ ସମୟରେ ସାମାନ୍ୟ ଅବହେଳା ବି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହି ସମୟରେ କେଉଁ ଖାଦ୍ୟ ସବୁ ଖାଇବା ଉଚିତ ନୁହେଁ ସେ ସମ୍ପର୍କରେ ଜାଣି ରଖନ୍ତୁ…

ସେଲ ଫିସ୍‌- ଗର୍ଭବତୀମାନେ କଦାପି ହେଲେ ସେଲ୍‌ଫିସ୍‌ ଖାଇବା ଉଚିତ ନୁହେଁ। ଏହି ମାଛ ଖାଇଲେ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆଜନିତ ସଂକ୍ରମଣ ହୋଇଥାଏ। ତେଣୁ ଗର୍ଭସ୍ଥ ଶିଶୁର ଇନଫେକ୍‌ସନ୍‌ ହେବାର ସମ୍ଭାବନା ରହିଥାଏ।
ପ୍ରୋସେସ୍‌ଡ ମିଟ୍‌- ଗର୍ଭବତୀଙ୍କ ପାଇଁ ପ୍ରୋସେସ୍‌ଡ ମିଟ୍‌ ବି ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଫଳରେ ଟେକ୍ସୋପ୍ଲାଜମା, ଲିଷ୍ଟେରିଆ ଏବଂ ସେଲ୍‌ମୋଲେନା ଭଳି ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆଲ ଇନ୍‌ଫେକସନ୍‌ ହୋଇଥାଏ। ତେଣୁ ପେଟିସ୍‌ କିମ୍ବା ବର୍ଗରରେ ଥିବା ମାଂସ କିମ୍ବା ଅଧା ସିଝା ମାଂସ ଖାଆନ୍ତୁ ନାହିଁ।
କଞ୍ଚା ଅଣ୍ଡା- ଗର୍ଭବତୀମାନେ କଞ୍ଚା ଅଣ୍ଡା ଖାଇଲେ ବିଭିନ୍ନ ପ୍ରକାରର ଇନ୍‌ଫେକସନ୍‌ ସହିତ ଜ୍ୱର, ବାନ୍ତି ଆଦି ବହୁ ସମସ୍ୟା ଦେଖାଦେଇଥାଏ। ବଜାରରେ ମିଳୁଥିବା ବିଭିନ୍ନ ଖାଦ୍ୟରେ କଞ୍ଚା ଅଣ୍ଡା ମିଶା ଯାଇଥାଏ, ସେସବୁ ଖାଆନ୍ତୁ ନାହିଁ।
କଫି- ଗର୍ଭାବସ୍ଥାରେ ଖୁବ୍‌ କମ୍‌ ମାତ୍ରାରେ କଫି ପିଇବା ଉଚିତ। କାରଣ ଏହା ଖୁବ୍‌ଶୀଘ୍ର ରକ୍ତରେ ମିଶି ପ୍ଲେସେଣ୍ଟାରେ ପହଞ୍ଚି ଯାଇଥାଏ। ତେଣୁ ଶିଶୁର ବିକାଶ ହୋଇ ନ ଥାଏ।
କଞ୍ଚା ସ୍ପ୍ରାଉଟ୍‌- ସ୍ପ୍ରାଉଟ୍‌ ଖାଇବା ଶରୀର ପାଇଁ ଭଲ କିନ୍ତୁ ଗର୍ଭବତୀଙ୍କ ପାଇଁ ଏହା ଆଦୌ ଭଲ ନୁହେଁ। ଗଜା ମୁଗ କିମ୍ବା ଅନ୍ୟ କୌଣସି କଞ୍ଚା ସ୍ପ୍ରାଉଟ୍‌ ଖାଇବା ଫଳରେ ବ୍ୟାକ୍ଟେରିଆ ସୃଷ୍ଚି ହେବାର ସମ୍ଭାବନା ରହିଥାଏ। ତେଣୁ ସେସବୁକୁ ସିଝାଇ ଖାଆନ୍ତୁ।
ଅନ୍‌ପାଶ୍ଚରାଇଜ୍‌ ମିଲ୍କ- କଞ୍ଚା କ୍ଷୀର ଏବଂ ଅନ୍‌ପାଶ୍ଚରାଇଜ୍ଡ କ୍ଷୀର କିମ୍ବା ଲହୁଣି ଖାଇବା ଫଳରେ ବହୁ ଇନ୍‌ଫେକସନ୍‌ ହୋଇଥାଏ। ତେଣୁ ଏସବୁ ଖାଆନ୍ତୁ ନାହିଁ।
ଜଙ୍କ ଫୁଡ୍‌- ଏହି ସମୟରେ ଜଙ୍କ ଫୁଡ୍‌ ମଧ୍ୟ ଖାଇବା ଉଚିତ ନୁହେଁ। ଏସବୁ ଖାଇବା ଫଳରେ ପୋଷକ ତତ୍ତ୍ୱ କମ୍‌ ହୋଇଥାଏ ଏବଂ ଫ୍ୟାଟ ଅଧିକ ହୋଇଥାଏ ତେଣୁ ଡେଲିଭରି ସମୟରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି...

ଟ୍ୟାପ୍‌ରୁ ପାଣି ପିଇବାକୁ ଚେଷ୍ଟା କରୁଥିଲା ବିଲେଇ, ଆଉ ତା’ପରେ…ଭିଡିଓ ଦେଖିଲେ କରିବେ ବାଃ ବାଃ

କୁହାଯାଏ ମାନବିକତା ହେଉଛି ମଣିଷର ସବୁଠାରୁ ବଡ ଧର୍ମ। ମଣିଷ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍‌। ଯଦିଓ ଆଜିକାଲି ଏହିପରି ଲୋକ କ୍ୱଚିତ୍‌ ଦେଖାଯାନ୍ତି,...

ଶୀତଦିନେ ଏସବୁ ଖାଇଲେ ନିୟନ୍ତ୍ରଣ ହୁଏ ମଧୁମେହ

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା...

ଭତ୍ତା ଟଙ୍କା ଆତ୍ମସାତ୍‌: ୫ଜଣଙ୍କୁ ନିଲମ୍ବନ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ,୨୩।୪: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସ କର୍ମଚାରୀ କୋଭିଡ୍‌ ମହାମାରୀ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବାକୁ ନେଇଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଘଟଣା...

ସିଟି ଅଫ୍‌ ହିଲ୍ସ

ଗୁଜରାଟ ଏହାର ଐତିହ୍ୟ ସହର ପାଇଁ ସୁପରିଚିତ। ଏହାର କଳା ଓ ଭାସ୍କର୍ଯ୍ୟର ନିଦର୍ଶନ ପ୍ରତିଟି ମନ୍ଦିର କାରୁକାର୍ଯ୍ୟରେ ଝଲସି ଉଠେ। ତେବେ ଏହାର ଏକ...

୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୪।୨: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଲୋକଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ...

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ...

ଟ୍ୟୁନିସିଆ ବାର୍ତ୍ତାବହ

ଉତ୍ତର ଆଫ୍ରିକୀୟ ଦେଶ ଟ୍ୟୁନିସିଆ ୨୦୧୧ରେ ଦେଖିଥିଲା ଜସ୍ମିନ୍‌ ରିଭୋଲ୍ୟୁଶନ ବା ମଲ୍ଲୀଫୁଲ ବିପ୍ଳବ। ତତ୍‌କାଳୀନ ରାଷ୍ଟ୍ରପତି ଜିନେ ଅଲ୍‌-ଆବିଦିନ୍‌ ବେନ୍‌ ଅଲ୍ଲୀଙ୍କ ଶାସନରେ ଲୋକଙ୍କ...

Advertisement
Archives

Model This Week