ସାମାଜିକ ଦୂରତା ମାନୁନାହାନ୍ତି ପରିବା ଦୋକାନୀ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୨୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ଓ ପ୍ରଶାସନ ସାମାଜିକ ଦୂରତା, ମାସ୍କ ବ୍ୟବହାର ନିମନ୍ତେ ବାରମ୍ବାର ସଚେତନ କରି ଆସୁଛନ୍ତି l କିନ୍ତୁ କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବିଶେଷକରି ଗଞ୍ଜାମ ସହରକୁ ପରିବା ବିକ୍ରି ପାଇଁ ଆସୁଥିବା ଉଠା ପରିବା ଦୋକାନୀମାନେ ସାମାଜିକ ଦୂରତା ଭୁଲି ବ୍ୟବସାୟ କରୁଛନ୍ତି। ଫଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ଗଞ୍ଜାମ ଏନ୍‌ଏସି ଓ୍ବାର୍ଡର ପଣ୍ଡା ସାହିରେ ଗୋଟିଏ ଦିନରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚି଼ହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଛି l ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଅଟୋରିକ୍ସା ଚାଳକଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୧୯।୪-ଲକ୍‌ଡାଉନ ଯୋଗୁ ଦୈନନ୍ଦିନ ରୋଜଗାର କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସହରର ବିଭିନ୍ନ ଛକ...

ଅସୁସ୍ଥ ଶାବକକୁ ଛାଡ଼ି ପଳାଇଲା ମା’ ହାତୀ: ଉଦ୍ଧାର ପରେ ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ପରଜଙ୍ଗ,୧୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାଇଗିଣିଆ ଗ୍ରାମ ଦଳିତ ବସ୍ତି ପାଖ ପଡିଆରୁ ଶନିବାର ଗ୍ରାମବାସୀ ଏକ ଅଣ୍ଡିରା...

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଲା, ସୁସ୍ଥ ହେଲେ ୫୬

ଭୁବନେଶ୍ୱର,୨ା୫(ବ୍ୟୁରୋ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଶନିବାର ଅପରାହ୍ନରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ପଜିଟିଭ୍‌...

ଲୁଟି ନେଲେ ସୁନାଗହଣା, ନଗଦ ୧.୧ଲକ୍ଷ

ଭୋଗରାଇ, ୨୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ନୁଟୁରା ଗ୍ରାମର ସୁଦାମ ଦଣ୍ଡପାଟଙ୍କ ଘରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।...

ବଜ୍ରପାତରେ ଜଳିଗଲା ବୃଦ୍ଧାଙ୍କ ଘର: ୯ ଛେଳି, ୧୨ କୁକୁଡା ଜୀବନ୍ତ ଦଗ୍ଧ

ହାଟଡ଼ିହୀ,୧/୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ବାଲିବରେଇ ପଞ୍ଚାୟତ ବଧଗଡ଼ିଆ ଗ୍ରାମ ମହାକୁଡ଼ ସାହିରେ ବଜ୍ରପାତରେ ବିଧବା ବୃଦ୍ଧା ଯମୁନା ହୋତାଙ୍କ ୩ ବଖରା ଘର...

୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ

ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର...

କୋଭାକ୍ସିନ୍‌ ସମ୍ପର୍କିତ ୯୦ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଡବ୍ଲ୍ୟୁଏଚ୍‌ଓରେ ଦାଖଲ ହୋଇଛି: ଭାରତ ବାୟୋଟେକ୍‌…

ନୂଆଦିଲ୍ଲୀ,୨୫।୫: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଦେଶରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ...

ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର

ବୌଦ୍ଧ/ବଘିଅପଡା, ୨୯।୩: ବୌଦ୍ଧ ଜିଲା ବଘିଅପଡା ଫାଣ୍ଡି ନିକଟ ଖାଲିଆପଲି ଛକଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର ହୋଇଥିବା ଜଣାପଡିଛି।...

Advertisement
Archives

Model This Week