Posted inଖେଳ

ସେମିରେ ଜୋକୋଭିଚ୍‌,ଟମି

ମେଲବୋର୍ନ,୨୬ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବିଭାଗ ସେମିରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ଆମେରିକୀୟ ଟମି ପଲ୍‌। ସେହିପରି ମହିଳା ସିଙ୍ଗଲ୍ସରେ ବେଲାରୁଷର ଆରିନା ସାବାଲେଙ୍କା ଓ ପୋଲାଣ୍ଡର ମାଗଦା ଲିନେଟ୍‌ ସେମିରେ ପ୍ରବେଶ କରିଛନ୍ତି। ଗୋଟିଏ ବର୍ଷର ଅନ୍ତରାଳରେ ଅଷ୍ଟ୍ରେଲିଆନ ଓପନକୁ ପ୍ରତ୍ୟାବର୍ତ୍ତନ କରିଥିବା ନୋଭାକ ଜୋକୋଭିଚ୍‌ ସେମିରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ପଞ୍ଚମ ସିଡ୍‌ ଆଣ୍ଡି ରୁବଲେଭଙ୍କୁ ପରାସ୍ତ କରିବା ସହିତ ସେମିରେ ସ୍ଥାନ ସୁରକ୍ଷିତ କରିଛନ୍ତି ଜୋକୋଭିଚ୍‌।

ରଡ୍‌ ଲାଭେର ଆରେନାରେ ଖେଳା ଯାଇଥିବା ମୁକାବିଲାକୁ ଜୋକୋଭିଚ୍‌ ୬-୧, ୬-୨ ଓ ୬-୪ ସେଟ୍‌ରେ ଜିତି ନେଇଛନ୍ତି। ୧୦ମ ଅଷ୍ଟ୍ରେଲିଆନ୍‌ ଓପନ ଲକ୍ଷ୍ୟରେ ରହିଥିବା ଜୋକୋଭିଚ୍‌ ନିଜ କ୍ୟାରିୟରର ୪୪ ତମ ଗ୍ରାଣ୍ଡସ୍ଲାମ ସେମିରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହିତ ସେ ଆନ୍ଦ୍ରେ ଆଗାସୀଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଗାସୀ ଅଷ୍ଟ୍ରେଲିଆନ ଓପନରେ କ୍ରମାଗତ ୨୬ ମ୍ୟାଚ ଧରି ଅପରାଜେୟ ରହିଥିଲେ। ଫାଇନାଲରେ ପହଞ୍ଚିଲେ ଜୋକୋଭିଚ୍‌ ଏହି ରେକର୍ଡ ଭାଙ୍ଗିପାରିବେ। ରଡ୍‌ ଲାଭେର ଆରେନାକୁ ନିଜର ଲକି ଚାର୍ମ ବୋଲି ବର୍ଣ୍ଣନା କରିବା ସହିତ ଦର୍ଶକଙ୍କ ଉପସ୍ଥିତିକୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଅଣସିଡେଡ୍‌ ଟମି ପଲ୍‌ ନିଜ ଦେଶର ବେନ୍‌ ଶେଲ୍‌ଟନଙ୍କୁ ପରାସ୍ତ କରିଛନ୍ତି। ୪ ସେଟ ବିଶିଷ୍ଟ ମୁକାବିଲାକୁ ଟମି ୭-୬(୮-୬), ୬-୩, ୫-୭ ଓ ୪-୬ରେ ଜିତି ନେଇଥିଲେ।

ପ୍ରଥମ ସେଟ ମୁକାବିଲା କଡା ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଟାଇବ୍ରେକରରେ ଏହାର ଫଳାଫଳ ମିଳିଥିଲା। ପ୍ରଥମ ସେଟ ଜିତିବା ପରେ ଟମି ଦ୍ୱିତୀୟ ସେଟକୁ ମଧ୍ୟ ସହଜରେ ଜିତି ନେଇଥିଲେ। ତେବେ ତୃତୀୟ ସେଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଶେଲଟନ୍‌। ୫-୭ରେ ତୃତୀୟ ସେଟକୁ ଜିତିବା ସହିତ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ତେବେ ଚତୁର୍ଥ ସେଟକୁ ଜିତିବା ସହିତ ସେମିରେ ସ୍ଥାନ ସୁରକ୍ଷିତ କରିଥିଲେ ଟମି ପଲ୍‌।

 

ସେମିରେ ସାବାଲେଙ୍କା, ଲିନେଟ୍‌

ବୁଧବାର ମହିଳା ସିଙ୍ଗଲ୍ସ ସେମିରେ ପ୍ରବେଶ କରିଛନ୍ତି ଆରିନା ସାବାଲେଙ୍କା ଓ ଅଣସିଡେଡ ମାଗଦା ଲିନେଟ। ୫ ନମ୍ବର ସିଡ୍‌ ରହିଥିବା ସାବାଲେଙ୍କା ଅଣସିଡେଡ କ୍ରୋଏସିଆର ଡୋନ୍ନା ଭିକିକଙ୍କୁ ୬-୩, ୬-୨ରେ ପରାସ୍ତ କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଅଣସିଡେଡ ଲିନେଟ୍‌ କିନ୍ତୁ ବିପର୍ଯ୍ୟୟ ଘଟାଇଛନ୍ତି। ୩୦ନମ୍ବର ସ୍ଥାନରେ ରହିଥିବା କାରୋଲିନା ପ୍ଲିସକୋଭାଙ୍କୁ ୬-୩, ୭-୫ ସେଟରେ ପରାସ୍ତ କରିଥିଲେ। ଦ୍ୱିତୀୟ ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଉଭୟ ଖେଳାଳି ପରସ୍ପରକୁ ଭେଟିବେ।

 

ଫାଇନାଲରେ ସାନିଆ-ବୋପାନ୍ନା

ଅନ୍ତିମ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ମିକ୍ସଡ ଡବଲ୍ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୟାରିୟରର ସପ୍ତମ ମେଜର ଟାଇଟଲ ଲକ୍ଷ୍ୟରେ ରହିଥିବା ସାନିଆ ଅନ୍ୟତମ ଭାରତୀୟ ରୋହନ ବୋପାନ୍ନଙ୍କ ସହିତ ଖେଳୁଛନ୍ତି। ସେମିରେ ଏହି ଭାରତୀୟ ଯୋଡି ବିଶ୍ୱ ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ନିଲ୍‌ ସ୍କୁପସ୍କି ଓ ଡିଜେୟାର କ୍ରାଓ୍ବଜିକଙ୍କ ଯୋଡିକୁ ୭-୬(୫), ୬-୭(୫) ଓ ୧୦-୬ ସେଟରେ ପରାସ୍ତ କରିଥିଲେ। ବୁଧବାର ୩ଟି ଯାକ ସେଟ ଟାଇବ୍ରେକରକୁ ଯାଇଥିଲା। ପ୍ରଥମ ସେଟ ସାନିଆ-ବୋପାନ୍ନା ଜିତିଥିବା ବେଳେ ସ୍କୁପସ୍କି-ଡିଜେୟାର ଦ୍ୱିତୀୟ ସେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ନିର୍ଣ୍ଣାୟକ ସେଟ୍‌ ସୁପର ଟାଇବ୍ରେକରକୁ ଯାଇଥିବା ବେଳେ ସାନିଆଙ୍କ ବ୍ୟାକହ୍ୟାଣ୍ଡ ଶଟରେ ବିଜୟୀ ହୋଇଥିଲେ ଭାରତୀୟ ଯୋଡି। ନିଜ କ୍ୟାରିୟରର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିବା ମୋ ପାଇଁ ସ୍ବତନ୍ତ୍ର। ମାତ୍ର ୧୪ ବର୍ଷ ବୟସରେ ରୋହନଙ୍କ ସହିତ ପ୍ରଥମ ଥର ପାର୍ଟନର ହୋଇ ଖେଳିଥିଲି। କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ତାଙ୍କ ସହିତ ଖେଳିବା ମୋତେ ବେଶ୍‌ ଖୁସି ଦେଉଛି ବୋଲି ପ୍ରକାଶ କରିଥିଲେ ସାନିଆ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri