Posted inଖେଳ

ସେମିରେ ଜୋକୋଭିଚ୍‌,ଟମି

ମେଲବୋର୍ନ,୨୬ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବିଭାଗ ସେମିରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ଆମେରିକୀୟ ଟମି ପଲ୍‌। ସେହିପରି ମହିଳା ସିଙ୍ଗଲ୍ସରେ ବେଲାରୁଷର ଆରିନା ସାବାଲେଙ୍କା ଓ ପୋଲାଣ୍ଡର ମାଗଦା ଲିନେଟ୍‌ ସେମିରେ ପ୍ରବେଶ କରିଛନ୍ତି। ଗୋଟିଏ ବର୍ଷର ଅନ୍ତରାଳରେ ଅଷ୍ଟ୍ରେଲିଆନ ଓପନକୁ ପ୍ରତ୍ୟାବର୍ତ୍ତନ କରିଥିବା ନୋଭାକ ଜୋକୋଭିଚ୍‌ ସେମିରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ପଞ୍ଚମ ସିଡ୍‌ ଆଣ୍ଡି ରୁବଲେଭଙ୍କୁ ପରାସ୍ତ କରିବା ସହିତ ସେମିରେ ସ୍ଥାନ ସୁରକ୍ଷିତ କରିଛନ୍ତି ଜୋକୋଭିଚ୍‌।

ରଡ୍‌ ଲାଭେର ଆରେନାରେ ଖେଳା ଯାଇଥିବା ମୁକାବିଲାକୁ ଜୋକୋଭିଚ୍‌ ୬-୧, ୬-୨ ଓ ୬-୪ ସେଟ୍‌ରେ ଜିତି ନେଇଛନ୍ତି। ୧୦ମ ଅଷ୍ଟ୍ରେଲିଆନ୍‌ ଓପନ ଲକ୍ଷ୍ୟରେ ରହିଥିବା ଜୋକୋଭିଚ୍‌ ନିଜ କ୍ୟାରିୟରର ୪୪ ତମ ଗ୍ରାଣ୍ଡସ୍ଲାମ ସେମିରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହିତ ସେ ଆନ୍ଦ୍ରେ ଆଗାସୀଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଗାସୀ ଅଷ୍ଟ୍ରେଲିଆନ ଓପନରେ କ୍ରମାଗତ ୨୬ ମ୍ୟାଚ ଧରି ଅପରାଜେୟ ରହିଥିଲେ। ଫାଇନାଲରେ ପହଞ୍ଚିଲେ ଜୋକୋଭିଚ୍‌ ଏହି ରେକର୍ଡ ଭାଙ୍ଗିପାରିବେ। ରଡ୍‌ ଲାଭେର ଆରେନାକୁ ନିଜର ଲକି ଚାର୍ମ ବୋଲି ବର୍ଣ୍ଣନା କରିବା ସହିତ ଦର୍ଶକଙ୍କ ଉପସ୍ଥିତିକୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଅଣସିଡେଡ୍‌ ଟମି ପଲ୍‌ ନିଜ ଦେଶର ବେନ୍‌ ଶେଲ୍‌ଟନଙ୍କୁ ପରାସ୍ତ କରିଛନ୍ତି। ୪ ସେଟ ବିଶିଷ୍ଟ ମୁକାବିଲାକୁ ଟମି ୭-୬(୮-୬), ୬-୩, ୫-୭ ଓ ୪-୬ରେ ଜିତି ନେଇଥିଲେ।

ପ୍ରଥମ ସେଟ ମୁକାବିଲା କଡା ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଟାଇବ୍ରେକରରେ ଏହାର ଫଳାଫଳ ମିଳିଥିଲା। ପ୍ରଥମ ସେଟ ଜିତିବା ପରେ ଟମି ଦ୍ୱିତୀୟ ସେଟକୁ ମଧ୍ୟ ସହଜରେ ଜିତି ନେଇଥିଲେ। ତେବେ ତୃତୀୟ ସେଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଶେଲଟନ୍‌। ୫-୭ରେ ତୃତୀୟ ସେଟକୁ ଜିତିବା ସହିତ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ତେବେ ଚତୁର୍ଥ ସେଟକୁ ଜିତିବା ସହିତ ସେମିରେ ସ୍ଥାନ ସୁରକ୍ଷିତ କରିଥିଲେ ଟମି ପଲ୍‌।

 

ସେମିରେ ସାବାଲେଙ୍କା, ଲିନେଟ୍‌

ବୁଧବାର ମହିଳା ସିଙ୍ଗଲ୍ସ ସେମିରେ ପ୍ରବେଶ କରିଛନ୍ତି ଆରିନା ସାବାଲେଙ୍କା ଓ ଅଣସିଡେଡ ମାଗଦା ଲିନେଟ। ୫ ନମ୍ବର ସିଡ୍‌ ରହିଥିବା ସାବାଲେଙ୍କା ଅଣସିଡେଡ କ୍ରୋଏସିଆର ଡୋନ୍ନା ଭିକିକଙ୍କୁ ୬-୩, ୬-୨ରେ ପରାସ୍ତ କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଅଣସିଡେଡ ଲିନେଟ୍‌ କିନ୍ତୁ ବିପର୍ଯ୍ୟୟ ଘଟାଇଛନ୍ତି। ୩୦ନମ୍ବର ସ୍ଥାନରେ ରହିଥିବା କାରୋଲିନା ପ୍ଲିସକୋଭାଙ୍କୁ ୬-୩, ୭-୫ ସେଟରେ ପରାସ୍ତ କରିଥିଲେ। ଦ୍ୱିତୀୟ ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଉଭୟ ଖେଳାଳି ପରସ୍ପରକୁ ଭେଟିବେ।

 

ଫାଇନାଲରେ ସାନିଆ-ବୋପାନ୍ନା

ଅନ୍ତିମ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ମିକ୍ସଡ ଡବଲ୍ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୟାରିୟରର ସପ୍ତମ ମେଜର ଟାଇଟଲ ଲକ୍ଷ୍ୟରେ ରହିଥିବା ସାନିଆ ଅନ୍ୟତମ ଭାରତୀୟ ରୋହନ ବୋପାନ୍ନଙ୍କ ସହିତ ଖେଳୁଛନ୍ତି। ସେମିରେ ଏହି ଭାରତୀୟ ଯୋଡି ବିଶ୍ୱ ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ନିଲ୍‌ ସ୍କୁପସ୍କି ଓ ଡିଜେୟାର କ୍ରାଓ୍ବଜିକଙ୍କ ଯୋଡିକୁ ୭-୬(୫), ୬-୭(୫) ଓ ୧୦-୬ ସେଟରେ ପରାସ୍ତ କରିଥିଲେ। ବୁଧବାର ୩ଟି ଯାକ ସେଟ ଟାଇବ୍ରେକରକୁ ଯାଇଥିଲା। ପ୍ରଥମ ସେଟ ସାନିଆ-ବୋପାନ୍ନା ଜିତିଥିବା ବେଳେ ସ୍କୁପସ୍କି-ଡିଜେୟାର ଦ୍ୱିତୀୟ ସେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ନିର୍ଣ୍ଣାୟକ ସେଟ୍‌ ସୁପର ଟାଇବ୍ରେକରକୁ ଯାଇଥିବା ବେଳେ ସାନିଆଙ୍କ ବ୍ୟାକହ୍ୟାଣ୍ଡ ଶଟରେ ବିଜୟୀ ହୋଇଥିଲେ ଭାରତୀୟ ଯୋଡି। ନିଜ କ୍ୟାରିୟରର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିବା ମୋ ପାଇଁ ସ୍ବତନ୍ତ୍ର। ମାତ୍ର ୧୪ ବର୍ଷ ବୟସରେ ରୋହନଙ୍କ ସହିତ ପ୍ରଥମ ଥର ପାର୍ଟନର ହୋଇ ଖେଳିଥିଲି। କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ତାଙ୍କ ସହିତ ଖେଳିବା ମୋତେ ବେଶ୍‌ ଖୁସି ଦେଉଛି ବୋଲି ପ୍ରକାଶ କରିଥିଲେ ସାନିଆ।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?