Posted inଖେଳ

ଟାଇସନଙ୍କ ବିରୋଧରେ ବଳାତ୍କାର ମାମଲା

ନ୍ୟୁୟର୍କ,୨୬ା୧(ଏପି): ଜଣେ ମହିଳା ପୂର୍ବତନ ହେଭିଓ୍ବେଟ ବକ୍ସିଂ ଚାମ୍ପିୟନ ମାଇକ୍‌ ଟାଇସନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛନ୍ତି। ମହିଳା ଜଣକ କହିଛନ୍ତି, ୧୯୯୦ ଦଶକ ପ୍ରାରମ୍ଭରେ ନ୍ୟୁୟର୍କର ଆଲବାନୀଠାରେ ଏକ ନାଇଟ୍‌ କ୍ଲବରେ ଟାଇସନଙ୍କ ସହ ତାଙ୍କର ଦେଖାହୋଇଥିଲା। ହେଭିଓ୍ବେଟ ବକ୍ସର ଜଣଙ୍କ ଏକ ଲିମୋସିନ୍‌ କାର୍‌ ଭିତରେ ତାଙ୍କୁ ବଳାତ୍କାର କରିଥିଲେ। ଏହାକୁ ନେଇ ସେ ବର୍ଷ ବର୍ଷ ଧରି ଶାରୀରିକ, ମାନସିକ ଓ ଭାବନାତ୍ମକ ଆଘାତ ପାଇଛନ୍ତି। ଏଥିପାଇଁ ସେ ୫ ନିୟୁତ ଡଲାର କ୍ଷତିପୂରଣ ଦାବି କରିଛନ୍ତି। ମହିଳା ଜଣକ ତାଙ୍କ ସତ୍ୟପାଠରେ ତାଙ୍କୁ କେଉଁ ତାରିଖରେ ଆକ୍ରମଣ ହୋଇଥିଲା ତାହା ଉଲ୍ଲେଖ କରିନାହାନ୍ତି। ଏହା ୧୯୯୦ ଦଶକ ପ୍ରାରମ୍ଭରେ ହୋଇଥିଲା ବୋଲି କେବଳ ଦର୍ଶାଇଛନ୍ତି। ସେହିପରି ସୁନ୍ଦରୀ ପ୍ରତିଯୋଗିତାର ଜଣେ ପ୍ରତିଯୋଗୀ ଡେସିରି ଓ୍ବାଶିଂଟନ ଅଭିଯୋଗ କରିଥିଲେ ଯେ ଟାଇସନ ତାଙ୍କୁ ଇଣ୍ଡିଆନାପଲିସ୍‌ରେ ବଳାତ୍କାର କରିଥିଲେ। ଓ୍ବାଶିଂଟନଙ୍କୁ ୧୯୯୨ ଫେବୃୟାରୀ ୧୦ରେ ବଳାତ୍କାର କରିଥିବା ଅଭିଯୋଗରେ ଟାଇସନଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ହୋଇଥିଲା। ବ୍ରୁକ୍‌ଲିନ୍‌ରେ ଜନ୍ମଗ୍ରହଣ କରିଥିବା ୫୬ ବର୍ଷୀୟ ଟାଇସନ ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ଅପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ହେଭିଓ୍ବେଟ୍‌ ଚାମ୍ପିୟନ ଥିଲେ। କିନ୍ତୁ ରିଙ୍ଗ୍‌ ବାହାରେ ତାଙ୍କ ଜୀବନ ଅଶାନ୍ତ ରହିଥିଲା। ଅଭିନେତ୍ରୀ ସ୍ତ୍ରୀ ରବିନ ଗିଭେନ୍ସ ଟାଇସନଙ୍କ କାର୍ଯ୍ୟକଳାପରେ ବ୍ୟତିବ୍ୟସ୍ତ ହୋଇ ଶେଷରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?