Posted inଖେଳ

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିଚ୍‌

ମେଲବୋର୍ନ,୧୭।୧: ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ସୁପରଷ୍ଟାର ନୋଭାକ ଜୋକୋଭିଚ୍‌ ରବିବାର ଫେଡେରାଲ କୋର୍ଟରେ ଭିଜା ରଦ୍ଦ ତଥା ପ୍ରତ୍ୟର୍ପଣ ନିର୍ଦ୍ଦେଶ ମାମଲାରେ ହାରିଯାଇଛନ୍ତି। ଫଳରେ ସେ ଅଷ୍ଟ୍ରେଲିଆନ ଓପନ ଆରମ୍ଭ ହେବାର ଦିନକୁ ପୂର୍ବରୁ ଏକ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସୋମବାରଠାରୁ ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଓପନ ଆରମ୍ଭ ହେବାକୁ ଯାଉଥିବାବେଳେ ସେ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ ହେବା ସହିତ ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପିତ ହୋଇଛନ୍ତି। ସର୍ବିୟା ରାଷ୍ଟ୍ରପତି ଆଲେକଜାଣ୍ଡର ଭୁକିଚ୍‌ ତାଙ୍କୁ ଘରକୁ ଫେରିଆସିବାକୁ କହିଛନ୍ତି। ସେ ମଧ୍ୟ ଇତିମଧ୍ୟରେ ଏମିରେଟ୍ସର ଏକ ବିମାନ ଯୋଗେ ଦୁବାଇ ବାଟ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ମେଲବୋର୍ନରୁ ଯାତ୍ରା ଆରମ୍ଭ କରିଛନ୍ତି। ଜୋକୋଭିଚ୍‌ କ୍ରମାଗତ ୩ଟି ସଂସ୍କରଣରେ ଓ ମୋଟ ଉପରେ ୯ଥର ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିଲେ। ସେ ମଧ୍ୟ ମୋଟ୍‌ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପିତ ହେବା ଦ୍ୱାରା ଅଷ୍ଟ୍ରେଲିଆନ୍‌ ଓପନରେ ତାଙ୍କ ସ୍ବର୍ଣ୍ଣିମ ଯାତ୍ରାରେ ବ୍ରେକ୍‌ ଲାଗିଛି।
୩୪ ବର୍ଷୀୟ ଜୋକୋଭିଚ୍‌ ଭିଜା ରଦ୍ଦ ମାମଲା ବିରୋଧରେ ଫେଡେରାଲ କୋର୍ଟରେ ଅପିଲ୍‌ କରିଥିଲେ। ହେଲେ ୩ ଜଜ୍‌ ବିଶିଷ୍ଟ ଫେଡେରାଲ କୋର୍ଟ ସର୍ବସମ୍ମତି କ୍ରମେ ତାଙ୍କ ଅପିଲକୁ ଖାରଜ କରିଛନ୍ତି। ତାଙ୍କ ଭିଜା ବାତିଲ କରିବାକୁ ଇମିଗ୍ରେଶନ ମିନିଷ୍ଟର ଅଲେକ୍ସ ହକ୍‌ ନେଇଥିବା ନିଷ୍ପତ୍ତିକୁ ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଷ୍ଟ୍ରେଲିଆ ଏଣ୍ଟ୍ରିରେ ତାଙ୍କ ଉପରେ କୋର୍ଟ ୩ ବର୍ଷ ବ୍ୟାନ୍‌ ଲାଗୁ କରିଛନ୍ତି। ଅର୍ଥାତ୍‌ ସେ ଆଗାମୀ ୩ ବର୍ଷ ଅଷ୍ଟ୍ରେଲିଆ ଆସିପାରିବେ ନାହିଁ। ଫଳରେ ସେ ଆଗାମୀ ୩ଟି ଅଷ୍ଟ୍ରେଲିଆନ ଓପନ ସଂସ୍କରଣରେ ଅଂଶଗ୍ରହଣ ନ କରିବା ଆପାତତଃ ସ୍ପଷ୍ଟ ହୋଇଯାଇଛି। ଜୋକୋଭିଚ୍‌ ଟିକା ନେଇ ନ ଥିବାରୁ ଅଷ୍ଟ୍ରେଲିଆ ଜନସାଧାରଣଙ୍କ ପାଇଁ ସେ ବିପଦ ସୃଷ୍ଟି କରିଛନ୍ତି ବୋଲି କୋର୍ଟ ତରଫରୁ ସ୍ପଷ୍ଟ କରାଯାଇଛି।
କୋର୍ଟଙ୍କ ଏହି ନିଷ୍ପତ୍ତିରେ ଜୋକୋଭିଚ୍‌ ନୈରାଶ୍ୟ ପ୍ରକାଶ କରିଛନ୍ତି। ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପଣ ହେବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବେ ଓ ଏବେ ଅଷ୍ଟ୍ରେଲିଆନ ଓପନ୍‌ ଖେଳିପାରିବେ ନାହିଁ ବୋଲି ସେ କହିଛନ୍ତି। ଗତ ଗୋଟିଏ ସପ୍ତାହ ହେବ ମୋ ଉପରେ ସମସ୍ତଙ୍କ ନଜର ରହିଥିଲା। ଏବେ କିନ୍ତୁ ଟେନିସ ଉପରେ ଫୋକସ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ଶେଷରେ ମୋ ପରିବାର, ବନ୍ଧୁ, ଟିମ୍‌, ସମର୍ଥକ, ପ୍ରଶଂସକ ଓ ସର୍ବିୟବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏମାନେ ସମସ୍ତେ ମୋତେ ସବୁ ସମୟରେ ସମର୍ଥନ ଜଣାଇ ଆସିଛନ୍ତି। ତେବେ କୋର୍ଟଙ୍କ ନିଷ୍ପତ୍ତିରେ ଅଷ୍ଟ୍ରେଲିଆନ ଓପନ ଟୁର୍ନାମେଣ୍ଟ ଆୟୋଜକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଅଷ୍ଟ୍ରେଲିଆନ ଓପନ ତଥା ଗ୍ରାଣ୍ଡସ୍ଲାମ ଟେନିସରେ ଜୋକୋଭିଚ୍‌ ଗତ କେତେବର୍ଷ ଆଧିପତ୍ୟ ବିସ୍ତାର କରି ଖେଳି ଆସିଥିଲେ। ଗତ ୭ଟି ମେଜର ଟୁର୍ନାମେଣ୍ଟରେ ସେ ୪ଟିରେ ବିଜୟ ହାସଲ କରିଥିବା ବେଳେ ଦୁଇଟିରେ ରନର୍ସଅପ ହୋଇଥିଲେ। ୨୦୨୦ ୟୁଏସ୍‌ ଓପନରେ ଏକ ବିବାଦୀୟ ଘଟଣା ପାଇଁ ସେ ଚତୁର୍ଥ ରାଉଣ୍ଡରୁ ଡିସ୍‌କ୍ୱାଲିଫାଏ ହୋଇଥିଲେ ଓ ସେହିଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିପାରି ନ ଥିଲେ।
ସୋମବାର ସେ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ନିଜ ଦେଶର ମିଓମୀର କେକମାନୋଭିକଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କେକମାନୋଭିକ ଏବେ ଜୋକୋଭିଚ୍‌ଙ୍କ ବଦଳରେ କ୍ୱାଲିଫାଇଂ ରାଉଣ୍ଡରେ ଜଣେ ହାରିଥିବା ଖେଳାଳିଙ୍କୁ ପ୍ରଥମ ରାଉଣ୍ଡରେ ଭେଟିବେ। କୋର୍ଟ ରାୟ ଦେବାର ୯୦ ମିନିଟ ପରେ ଅଷ୍ଟ୍ରେଲିଆନ ଓପନ ତରଫରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଜୋକୋଭିଚ୍‌ଙ୍କ ବଦଳରେ ଇଟାଲୀର ୧୫୦ ନମ୍ବର ଖେଳାଳି ସାଲଭାଟୋର କାରୁସୋ କେକ୍‌ମାନୋଭିକଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ଏହି ମ୍ୟାଚ୍‌କୁ ଏକ ଛୋଟିଆ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।
ଟିକା ନେଇ ନ ଥିବାରୁ ଜୋକୋଭିଚ୍‌ ଅଷ୍ଟ୍ରେଲୀୟଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଏଠାକୁ ଆସିବା ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ। ଏହା ସତ୍ତ୍ୱେ ସେ ୟୁରୋପର ବିଭିନ୍ନ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପଜିଟିଭ ହେବା ସତ୍ତ୍ୱେ ବି ସେ ଜଣେ ଖବରଦାତାଙ୍କୁ ସାକ୍ଷାତ କରିବା କଥା ସ୍ବୀକାର କରିଥିଲେ। ନିଜ ଟ୍ରାଭେଲ ହିଷ୍ଟ୍ରି ଲୁଚାଇ ଇମିଗ୍ରେଶନ ଫର୍ମରେ ଭୁଲ ତଥ୍ୟ ଦେଇଥିଲେ ଓ ସେ ଏ ନେଇ ନିଜର ଦୋଷ ସ୍ବୀକାର କରିଥିଲେ। ଏଥିପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିବା ମାତ୍ରେ ତାଙ୍କ ଭିଜା ରଦ୍ଦ କରାଯାଇଥିଲା। ଉଲ୍ଲେଖଥାଉ କି, ଜୋକୋଭିଚ୍‌ ମେଲବୋର୍ନରେ ପ୍ରଥମେ ପହଞ୍ଚିବା ପରେ ଜାନୁୟାରୀ ୫ ତାରିଖ ମଧ୍ୟରାତ୍ରରେ ତାଙ୍କ ଭିଜାକୁ ବାତିଲ କରାଯାଇଥିଲା। ଏ ନେଇ କୋର୍ଟର ପ୍ରଥମ ଶୁଣାଣି ହେବା ପର୍ଯ୍ୟନ୍ତ ତାଙ୍କୁ ଇମିଗ୍ରେଶନ ଡିଟେନସନ ସେଣ୍ଟରରେ ୪ ରାତି ବିତାଇବାକୁ ପଡିଥିଲା। ପ୍ରଥମଥର ଭିଜା ବାତିଲ ନେଇ କୋର୍ଟରେ କେସ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri