Posted inଖେଳ

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିଚ୍‌

ମେଲବୋର୍ନ,୧୭।୧: ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ସୁପରଷ୍ଟାର ନୋଭାକ ଜୋକୋଭିଚ୍‌ ରବିବାର ଫେଡେରାଲ କୋର୍ଟରେ ଭିଜା ରଦ୍ଦ ତଥା ପ୍ରତ୍ୟର୍ପଣ ନିର୍ଦ୍ଦେଶ ମାମଲାରେ ହାରିଯାଇଛନ୍ତି। ଫଳରେ ସେ ଅଷ୍ଟ୍ରେଲିଆନ ଓପନ ଆରମ୍ଭ ହେବାର ଦିନକୁ ପୂର୍ବରୁ ଏକ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସୋମବାରଠାରୁ ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଓପନ ଆରମ୍ଭ ହେବାକୁ ଯାଉଥିବାବେଳେ ସେ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ ହେବା ସହିତ ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପିତ ହୋଇଛନ୍ତି। ସର୍ବିୟା ରାଷ୍ଟ୍ରପତି ଆଲେକଜାଣ୍ଡର ଭୁକିଚ୍‌ ତାଙ୍କୁ ଘରକୁ ଫେରିଆସିବାକୁ କହିଛନ୍ତି। ସେ ମଧ୍ୟ ଇତିମଧ୍ୟରେ ଏମିରେଟ୍ସର ଏକ ବିମାନ ଯୋଗେ ଦୁବାଇ ବାଟ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ମେଲବୋର୍ନରୁ ଯାତ୍ରା ଆରମ୍ଭ କରିଛନ୍ତି। ଜୋକୋଭିଚ୍‌ କ୍ରମାଗତ ୩ଟି ସଂସ୍କରଣରେ ଓ ମୋଟ ଉପରେ ୯ଥର ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିଲେ। ସେ ମଧ୍ୟ ମୋଟ୍‌ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପିତ ହେବା ଦ୍ୱାରା ଅଷ୍ଟ୍ରେଲିଆନ୍‌ ଓପନରେ ତାଙ୍କ ସ୍ବର୍ଣ୍ଣିମ ଯାତ୍ରାରେ ବ୍ରେକ୍‌ ଲାଗିଛି।
୩୪ ବର୍ଷୀୟ ଜୋକୋଭିଚ୍‌ ଭିଜା ରଦ୍ଦ ମାମଲା ବିରୋଧରେ ଫେଡେରାଲ କୋର୍ଟରେ ଅପିଲ୍‌ କରିଥିଲେ। ହେଲେ ୩ ଜଜ୍‌ ବିଶିଷ୍ଟ ଫେଡେରାଲ କୋର୍ଟ ସର୍ବସମ୍ମତି କ୍ରମେ ତାଙ୍କ ଅପିଲକୁ ଖାରଜ କରିଛନ୍ତି। ତାଙ୍କ ଭିଜା ବାତିଲ କରିବାକୁ ଇମିଗ୍ରେଶନ ମିନିଷ୍ଟର ଅଲେକ୍ସ ହକ୍‌ ନେଇଥିବା ନିଷ୍ପତ୍ତିକୁ ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଷ୍ଟ୍ରେଲିଆ ଏଣ୍ଟ୍ରିରେ ତାଙ୍କ ଉପରେ କୋର୍ଟ ୩ ବର୍ଷ ବ୍ୟାନ୍‌ ଲାଗୁ କରିଛନ୍ତି। ଅର୍ଥାତ୍‌ ସେ ଆଗାମୀ ୩ ବର୍ଷ ଅଷ୍ଟ୍ରେଲିଆ ଆସିପାରିବେ ନାହିଁ। ଫଳରେ ସେ ଆଗାମୀ ୩ଟି ଅଷ୍ଟ୍ରେଲିଆନ ଓପନ ସଂସ୍କରଣରେ ଅଂଶଗ୍ରହଣ ନ କରିବା ଆପାତତଃ ସ୍ପଷ୍ଟ ହୋଇଯାଇଛି। ଜୋକୋଭିଚ୍‌ ଟିକା ନେଇ ନ ଥିବାରୁ ଅଷ୍ଟ୍ରେଲିଆ ଜନସାଧାରଣଙ୍କ ପାଇଁ ସେ ବିପଦ ସୃଷ୍ଟି କରିଛନ୍ତି ବୋଲି କୋର୍ଟ ତରଫରୁ ସ୍ପଷ୍ଟ କରାଯାଇଛି।
କୋର୍ଟଙ୍କ ଏହି ନିଷ୍ପତ୍ତିରେ ଜୋକୋଭିଚ୍‌ ନୈରାଶ୍ୟ ପ୍ରକାଶ କରିଛନ୍ତି। ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପଣ ହେବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବେ ଓ ଏବେ ଅଷ୍ଟ୍ରେଲିଆନ ଓପନ୍‌ ଖେଳିପାରିବେ ନାହିଁ ବୋଲି ସେ କହିଛନ୍ତି। ଗତ ଗୋଟିଏ ସପ୍ତାହ ହେବ ମୋ ଉପରେ ସମସ୍ତଙ୍କ ନଜର ରହିଥିଲା। ଏବେ କିନ୍ତୁ ଟେନିସ ଉପରେ ଫୋକସ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ଶେଷରେ ମୋ ପରିବାର, ବନ୍ଧୁ, ଟିମ୍‌, ସମର୍ଥକ, ପ୍ରଶଂସକ ଓ ସର୍ବିୟବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏମାନେ ସମସ୍ତେ ମୋତେ ସବୁ ସମୟରେ ସମର୍ଥନ ଜଣାଇ ଆସିଛନ୍ତି। ତେବେ କୋର୍ଟଙ୍କ ନିଷ୍ପତ୍ତିରେ ଅଷ୍ଟ୍ରେଲିଆନ ଓପନ ଟୁର୍ନାମେଣ୍ଟ ଆୟୋଜକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଅଷ୍ଟ୍ରେଲିଆନ ଓପନ ତଥା ଗ୍ରାଣ୍ଡସ୍ଲାମ ଟେନିସରେ ଜୋକୋଭିଚ୍‌ ଗତ କେତେବର୍ଷ ଆଧିପତ୍ୟ ବିସ୍ତାର କରି ଖେଳି ଆସିଥିଲେ। ଗତ ୭ଟି ମେଜର ଟୁର୍ନାମେଣ୍ଟରେ ସେ ୪ଟିରେ ବିଜୟ ହାସଲ କରିଥିବା ବେଳେ ଦୁଇଟିରେ ରନର୍ସଅପ ହୋଇଥିଲେ। ୨୦୨୦ ୟୁଏସ୍‌ ଓପନରେ ଏକ ବିବାଦୀୟ ଘଟଣା ପାଇଁ ସେ ଚତୁର୍ଥ ରାଉଣ୍ଡରୁ ଡିସ୍‌କ୍ୱାଲିଫାଏ ହୋଇଥିଲେ ଓ ସେହିଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିପାରି ନ ଥିଲେ।
ସୋମବାର ସେ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ନିଜ ଦେଶର ମିଓମୀର କେକମାନୋଭିକଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କେକମାନୋଭିକ ଏବେ ଜୋକୋଭିଚ୍‌ଙ୍କ ବଦଳରେ କ୍ୱାଲିଫାଇଂ ରାଉଣ୍ଡରେ ଜଣେ ହାରିଥିବା ଖେଳାଳିଙ୍କୁ ପ୍ରଥମ ରାଉଣ୍ଡରେ ଭେଟିବେ। କୋର୍ଟ ରାୟ ଦେବାର ୯୦ ମିନିଟ ପରେ ଅଷ୍ଟ୍ରେଲିଆନ ଓପନ ତରଫରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଜୋକୋଭିଚ୍‌ଙ୍କ ବଦଳରେ ଇଟାଲୀର ୧୫୦ ନମ୍ବର ଖେଳାଳି ସାଲଭାଟୋର କାରୁସୋ କେକ୍‌ମାନୋଭିକଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ଏହି ମ୍ୟାଚ୍‌କୁ ଏକ ଛୋଟିଆ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।
ଟିକା ନେଇ ନ ଥିବାରୁ ଜୋକୋଭିଚ୍‌ ଅଷ୍ଟ୍ରେଲୀୟଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଏଠାକୁ ଆସିବା ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ। ଏହା ସତ୍ତ୍ୱେ ସେ ୟୁରୋପର ବିଭିନ୍ନ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପଜିଟିଭ ହେବା ସତ୍ତ୍ୱେ ବି ସେ ଜଣେ ଖବରଦାତାଙ୍କୁ ସାକ୍ଷାତ କରିବା କଥା ସ୍ବୀକାର କରିଥିଲେ। ନିଜ ଟ୍ରାଭେଲ ହିଷ୍ଟ୍ରି ଲୁଚାଇ ଇମିଗ୍ରେଶନ ଫର୍ମରେ ଭୁଲ ତଥ୍ୟ ଦେଇଥିଲେ ଓ ସେ ଏ ନେଇ ନିଜର ଦୋଷ ସ୍ବୀକାର କରିଥିଲେ। ଏଥିପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିବା ମାତ୍ରେ ତାଙ୍କ ଭିଜା ରଦ୍ଦ କରାଯାଇଥିଲା। ଉଲ୍ଲେଖଥାଉ କି, ଜୋକୋଭିଚ୍‌ ମେଲବୋର୍ନରେ ପ୍ରଥମେ ପହଞ୍ଚିବା ପରେ ଜାନୁୟାରୀ ୫ ତାରିଖ ମଧ୍ୟରାତ୍ରରେ ତାଙ୍କ ଭିଜାକୁ ବାତିଲ କରାଯାଇଥିଲା। ଏ ନେଇ କୋର୍ଟର ପ୍ରଥମ ଶୁଣାଣି ହେବା ପର୍ଯ୍ୟନ୍ତ ତାଙ୍କୁ ଇମିଗ୍ରେଶନ ଡିଟେନସନ ସେଣ୍ଟରରେ ୪ ରାତି ବିତାଇବାକୁ ପଡିଥିଲା। ପ୍ରଥମଥର ଭିଜା ବାତିଲ ନେଇ କୋର୍ଟରେ କେସ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?