ଭସାଣିରେ ଡିଜେ ମନା

ବ୍ରହ୍ମପୁର,୨।୧୦(ସ୍ମୃତି ରଞ୍ଜନ ମହାଲିକ): ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ରହ୍ମପୁର ଉପଜିଲାପାଳ ଦିନା ଦସ୍ତଗିରଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ନିର୍ଦ୍ଦେଶକୁ ବିଭିନ୍ନ ପୂଜା କମିଟି ସମର୍ଥନ କରିଛନ୍ତି। ବୈଠକରେ ସହରର ୪୨ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷା ଭସାଣିରେ ଡିଜେକୁ ବାରଣ କରାଯାଇଛି। ଶୃଙ୍ଖଳିତ ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି। କମିଟିମାନେ ପୂଜା କରୁଥିବା ସ୍ଥାନ ସଂପର୍କରେ ତଥ୍ୟ ଦେବେ। ଅଷ୍ଟମୀରୁ ଦଶମୀ ସନ୍ଧ୍ୟା ୫ଟା ପରେ ମଦ ଦୋକାନ ବନ୍ଦ ରହିବ। ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯିବ। ନିୟମ ଖିଲାପ କଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭସାଣି ଦିନ ମଦ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ସମୟରେ ଏକ କଣ୍ଟ୍ରୋଲ ରୁମ ରହିବ। କଣ୍ଟ୍ରୋଲ ରୁମରେ ହେଲ୍ପ ଲାଇନ ନଂ. ଜାରି କରାଯିବ। ଆବଶ୍ୟକ ହେଲେ ଲୋକଙ୍କ ଏହି ନଂ. ଜରିଆରେ ସହଯୋଗ କରାଯିବ। ଏହି ନଂ. ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ଘୋଷଣା କରାଯିବ। ଟିପିଏସଓଡିଏଲର ଏକ ଟିମ ବୁଲିବେ। କାୈଣସି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ହେଲେ ସଙ୍ଗେ ସଙ୍ଗେ ସମାଧାନ କରାଯିବ। କାୈଣସି କମିଟି ହୁକ ପକାଇ ବିଦ୍ୟୁତ ଚୋରି କରିବେ ନାହିଁ। ପୂଜା ମଣ୍ଡପରେ ମିଟର ବସାଯିବ। ତଦନୁଯାୟୀ କମିଟି ଦେୟ ପୈଠ କରିବେ। ଅଗ୍ନିଶମ ବିଭାଗ ନିକଟରୁ ଅଗ୍ନି ନିରାପତ୍ତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧିତ ଆବେଦନ କମିଟି ଆଣିବେ। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ସିଙ୍ଗଲ ୱିଣ୍ଡୋ ଖୋଲାଯିବ। ଗୋଟିଏ ସ୍ଥାନରେ ସମସ୍ତ ଆବେଦନ ସୁବିଧା ଉପଲବ୍ଧ ରହିବ ବୋଲି ଉପଜିଲାପାଳ କହିଛନ୍ତିି। ୧୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଭସାଣିରେ ଡିଜେ ବାରଣ କରାଯିବା ସହ ପୂଜା ମଣ୍ଡପରେ ୧୬ ଡେସିମିଲ ଶବ୍ଦ ରହିବା ପାଇଁ କମିଟି ଗୁଡିକୁ କୁହାଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ନ ଆସିବା ଭଳି କମ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ସହର ମଧ୍ୟରେ ୱାନ ୱେ ଟ୍ରାଫିକ ମଧ୍ୟ କରାଯିବ। ରାସ୍ତା ପାର୍ଶ୍ୱ ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ପଦକ୍ଷେପ ଗ୍ରହଣ କରାଯିବ। ରାତି ୧୦ରୁ ସକାଳ ୭ ଯାଏଁ ପାଟ୍ରୋଲିଂ ହେବ। ପୂଜା କମିଟି ସିସିଟିଭି କ୍ୟାମେରା ଲଗାଇବେ ନଚେତ ବିଇଏମସି ପକ୍ଷରୁ ସହରର ସିସିିଟିଭି କ୍ୟାମେରାକୁ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଡେପୁଟି କଲେକ୍ଟର କସ୍ତୁରବା ସ୍ବାଇଁ, ତହସିିଲଦାର କ୍ଷୀରୋଦ ପ୍ରସାଦ ନାଗ, ଅବକାରୀ ସୁପରିନଟେଣ୍ଡେଣ୍ଟ୍‌ ପ୍ରବୀଣ କୁମାର ପ୍ରଧାନ, ଟାଉନ ଥାନାଧିକାରୀ ସାୈଭାଗ୍ୟ କୁମାର ସ୍ବାଇଁ, ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପ ଓ ସଦର ଏସଡିପିଓ ଶୁଭ୍ରାଶୁଂ ଶେଖର ପରିଡାଙ୍କ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?