ଦୀପାବଳି ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ, ୧୨।୧୧(ଅଜିତ୍‌ ମହନ୍ତି):ଆଲୋକର ପର୍ବ ଦୀପାବଳିକୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ର ଏବେ ଉତ୍ସବମୁଖର ହୋଇଉଠିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୀପାବଳି ପାଇଁ ମାଟିଦୀପ ସହ ମହମବତିର ଚାହିଦା ବେଶ୍‌ ପରିଲକ୍ଷିତ ହେଉଛି। ସେହିପରି ଦୀପାବଳିରେ ପ୍ରୟାଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ତେଣୁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ କାଉଁରିଆ କାଠି ବିକ୍ରି ହେଉଥିବା ବେଳେ ଲୋକମାନେ ତାକୁ କିଣି ବଡ଼ବଡ଼ୁଆ ଡାକିବା ପାଇଁ ଘରକୁ ନେଉଥିବା ଦେଖିବାକୁ ମିଳିଛି। କୁମ୍ଭକାରମାନଙ୍କଠାରୁ ଆରମ୍ଭକରି ବାଣ ବ୍ୟବସାୟୀମାନେ ଦୀପାବଳିରେ ଭଲ ବେପାର ଆଶାରେ ରହିଛନ୍ତି। ପୁରୀ କୁମ୍ଭାରପଡ଼ା, ଟିକରପଡ଼ା ଆଦି ସ୍ଥାନରେ ବସବାସ କରୁଥିବା କୁମ୍ଭକାରମାନେ ବିଭିନ୍ନ ପ୍ରକାର ଦୀପ ନିର୍ମାଣ କରିଛନ୍ତି। ପଇସିକା ଦୀପଠାରୁ ଆରମ୍ଭ କରି ଅମାବାସ୍ୟା ଦୀପ, ପଞ୍ଚଦୀପ, ସାତଦୀପ ଆଦି ବିଭିନ୍ନ ପ୍ରକାରର ଦୀପର ପସରା ମେଲିଛି। ଦୀପଗୁଡ଼ିକର ମୂଲ୍ୟ ୧ଟଙ୍କାରୁ ଆରମ୍ଭହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗ୍ରାହକମାନଙ୍କ ଚାହିଦାକୁ ଦେଖି ଦୀପ ପ୍ରସ୍ତୁତ କରାଯାଇଥିବା କୁମ୍ଭକାରମାନେ ମତ ଦେଇଛନ୍ତି। ସେହିପରି ପୁରୀ ତାଳବଣିଆ ପଡ଼ିଆରେ ପ୍ରଶାସନ ପକ୍ଷରୁ ବାଣ ବ୍ୟବସାୟୀଙ୍କୁ ଷ୍ଟଲ୍‌ କରିବା ପାଇଁ ଅନୁମତି ମିିଳିଛି। ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ଦୋକାନ କରିଛନ୍ତି। ବଜାରରେ ଅନେକ ପ୍ରକାରର ବାଣ ଉପଲବ୍ଧ ହେଉଛି। ତେବେ ଚଳିତବର୍ଷ ବାଣର ଦର ପୂର୍ବବର୍ଷ ଅପେକ୍ଷା ଟିକେ ଅଧିକ ରହିଛି। ତେବେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଥିବାରୁ ବଜାରରେ ସବୁଜ ବାଣର ଖୁବ୍‌ ଚାହିଦା ରହିଛି। ସେହିପରି ବାଣ ଦୋକାନର ସୁରକ୍ଷା ଲାଗି ପାଖରେ ପାଣି, ବାଲି ରଖିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଉଚ୍ଚଶବ୍ଦ ସୃଷ୍ଟିକାରୀ ଏବଂ ବାୟୁ ପ୍ରଦୂଷଣ କରୁଥିବା ବାଣ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ସେହିପରି ବିଳମ୍ବିତ ରାତିଯାଏ ବାଣଫୁଟା ଉପରେ ମଧ୍ୟ କଟକଣା ଜାରି କରିଛି ପୋଲିସ। ଦୀପାବଳି ଅବସରରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନ ଯଥା ମଙ୍ଗୁ ମଠ ନିକଟରେ କାଉଁରିଆ କାଠି ଜାଳିବା ପାଇଁ ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାଶର୍‌ବକୁ ‘ନୋ ଭେଇକିଲ୍‌ ଜୋନ୍‌’ ମଧ୍ୟ ଘୋଷଣା କରାଯାଇଛି। ସେପଟେ ବିଭିନ୍ନ ପୂଜାମଣ୍ଡପ ଏବଂ ଦେବୀପୀଠଗୁଡିକ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି। ଦେବୀପୀଠଗୁଡ଼ିକରେ ମା’ଙ୍କର ପୂଜା ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାରେ କାଳୀପୂଜା ଆୟୋଜନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri