ଦୀପାବଳି: ଡିମାଣ୍ଡରେ ଫ୍ୟାନି୍ସ ଦୀପ

କଟକ,୧୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ରବିବାର ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଛି କଟକ ସହର। ଦୀପାବଳିରେ ଘର ସଜାଇବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସହରର ଅନେକ ସ୍ଥାନରେ ଭଳିକି ଭଳି ମୁରୁଜ (ରଙ୍ଗୋଲି) ଓ ଦୀପ ବିକ୍ରି ହେଉଛି। ବିଶେଷକରି ଚୌଧୁରୀ ବଜାର, ଦୋଳମୁଣ୍ଡାଇ, ନୟାସଡ଼କ, କଲେଜଛକ ଅଞ୍ଚଳରେ ଥିବା ଦେକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ସହରରେ ମୁରୁଜ ବ୍ୟବସାୟ କରିବା ପାଇଁ କାନପୁରରୁ ବ୍ୟବସାୟୀ ଆସିଛନ୍ତି। ବିଭିନ୍ନ ରଙ୍ଗର ମୁରୁଜ ରହିଛି। ଯାହାର ଦର ୧୦୦ ଗ୍ରାମକୁ ୧୦ଟଙ୍କା ରହିଛି। ମୁରୁଜ ପକାଇବା ପାଇଁ ବିଭିନ୍ନ ଆକୃତିର ଛାଞ୍ଚ ରହିଛି। ଏହାର ଦର ୨୫ରୁ ଆରମ୍ଭ କରି ୫୦ ଟଙ୍କା ରହିଛି। ଅପରପକ୍ଷରେ କୋଲକାତାର ଫ୍ୟାନ୍ସି ଦୀପ ଗ୍ରାହକଙ୍କ ପସନ୍ଦ ପାଲଟିଛି। ଡିଜାଇନ ଦୀପର ଦର ୩୦ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଦୀପାବଳି ପୂଜା ସାମଗ୍ରୀ ମଧ୍ୟରେ ମାଠିଆ ଦର ୫୦ରୁ ୧୨୦ ଟଙ୍କା ରହିଛି। କାନପୁର ଅଞ୍ଚଳରୁ ବ୍ୟବସାୟୀ ମୁରୁଜ ଆଣିଥିବାବେଳେ ଦୀପ, ମାଠିଆ କୋଲକାତାରୁ ଆସିଛି।
ଏ ନେଇ ମୁରୁଜ ବ୍ୟବସାୟୀ ମୁସ୍‌ତାଫା ଅଲ୍ଲି କହିଛନ୍ତି, ୩ ବର୍ଷ ହେବ କଟକ ଆସି ଦୀପାବଳି ସମୟରେ ବ୍ୟବସାୟ କରୁଛି। ଶନିବାର ବେପାର ହୋଇଥିଲା। ରବିବାର ମଧ୍ୟ ଭଲ ବେପାର ହେବ ବୋଲି ଆଶା ରହିଛି। ସେହିପରି ବ୍ୟବସାୟୀ ମୌସୀ କହିଛନ୍ତି, କଟକରେ ମୁରୁଜ ବ୍ୟବସାୟ ଦୀପାବଳି ସମୟରେ ଭଲ ହୋଇଥାଏ ବୋଲି ଶୁଣି ଚଳିତବର୍ଷ କଟକ ଆସିଛି। ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛି। ଦୀପ ବ୍ୟବସାୟୀ ଚନ୍ଦନ ଜୀ କହିଛନ୍ତି, ୩୦ ବର୍ଷ ହେବ କଟକରେ ଦୀପ ବ୍ୟବସାୟ କରିଆସୁଛି। ଚଳିତବର୍ଷ କୋଲକାତାର ଫ୍ୟାନ୍ସି ଦୀପ ପ୍ରତି ଗ୍ରାହକଙ୍କ ଅଧିକ ଚାହିଦା ରହିଛି। ସେହି ଅନୁଯାୟୀ ସାମଗ୍ରୀ ଆଣିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri