ଦିବ୍ୟାଂଶୁ ମଲୁ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯିବା ସହ jeeadv.ac.in ୱେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ କରାଯାଇଛି। ଆଇଆଇଟି ବମ୍ବେ ଜୋନ୍‌ର ଆର୍‌. କେ. ଶିଶିର ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ-୧ରେ ରହିଛନ୍ତି। ୩୬୦ ନମ୍ବରରୁ ସେ ୩୧୪ ରଖିଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍‌ର ତନିଷ୍କା କାବ୍ରା ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନରେ ରହିବା ସହ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ହୋଇଛନ୍ତି। ସେ ୩୬୦ରୁ ୨୭୭ ନମ୍ବର ରଖିଛନ୍ତି। ଏପଟେ ଆଇଆଇଟି ଭୁବନେଶ୍ୱର ଜୋନ୍‌ରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ର ଦିବ୍ୟାଂଶୁ ମଲୁ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୧୧ତମ ସ୍ଥାନରେ ରହିଛନ୍ତି। ଦିବ୍ୟାଂଶୁ ଇଣ୍ଟରନ୍ୟାଶନାଲ ଫିଜିକ୍ସ ଅଲିମ୍ପିଆଡ୍‌ରେ ମଧ୍ୟ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।
ମୋଟ ୧,୫୫,୫୩୮ଜଣ ପରୀକ୍ଷାର୍ଥୀ ଜେଇଇ ଆଡ୍‌ଭାନ୍ସଡ୍‌ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୪୦,୭୧୨ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬,୫୧୬ଜଣ ଛାତ୍ରୀ ରହିଛନ୍ତି। ଏହି ପରୀକ୍ଷାରେ ଦେଶରେ ଶ୍ରେଷ୍ଠ ୧୦ରେ ଥିବା ଛାତ୍ରୀଛାତ୍ରମାନେ ହେଲେ ଆର୍‌. କେ. ଶିଶିର, ପୋଲୁ ଲକ୍ଷ୍ମୀ ସାଇ ଲୋହିତ ରେଡ୍ଡୀ, ଥୋମାସ ବିଜୁ ଚୀରାମଭେଲିଲ, ବଙ୍ଗପଲ୍ଲୀ ସାଇ ସିଦ୍ଧାର୍ଥ, ମୟଙ୍କ ମୋଟୱାନି, ପୋଲିସେଟ୍ଟୀ କାର୍ତ୍ତିକେୟ, ପ୍ରତୀକ ସାହୁ, ଧୀରଜ କୁରୁକୁଣ୍ଡା, ମୋହିତ ଗଢ଼ିୱାଲା ଓ ବେତ୍ଚା ଜ୍ଞାନ ମହେଶ। ସେପଟେ ଶ୍ରେଷ୍ଠ ୧୦୦ରେ ଆଇଆଇଟି ବମ୍ବେ ଓ ମାଡ୍ରାସ ଜୋନ୍‌ରୁ ସର୍ବାଧିକ ୨୯ଜଣ ଥିବାବେଳେ ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ୨୨, ଆଇଆଇଟି ରୁର୍‌କି ଜୋନ୍‌ରୁ ୧୧, ଆଇଆଇଟି ଭୁବନେଶ୍ୱରରୁ ୬, ଆଇଆଇଟି ଗୁଆହାଟୀରୁ ୨ ଏବଂ ଆଇଆଇଟି କାନପୁରରୁ ଜଣେ ରହିଛନ୍ତି।
ଅନ୍ୟପକ୍ଷରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର କନିଷ୍କ ମୋଦି ସର୍ବଭାରତୀୟ ସ୍ତରରେ ୨୦୦ ର଼୍ୟାଙ୍କ ପାଇଥିବାବେଳେ ଦୀପ୍ତାଂଶୁ ମଲୁ ୨୨୬ ତମ ସ୍ଥାନରେ ରହିଛନ୍ତି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରିବା ସହ ଓଡ଼ିଶା ଟପ୍ପର ହୋଇଥିବା ଦିବ୍ୟାଂଶୁଙ୍କ ସମେତ ସମସ୍ତ ସଫଳ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଡ. ସାମନ୍ତ କହିଛନ୍ତି, କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ପ୍ରତିଷ୍ଠା ହେବା ପରଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସିଛି। ଫଳରେ ଏହାର ଛାତ୍ରୀଛାତ୍ରମାନେ କେବଳ ଶିକ୍ଷା ନୁହେଁ, ଅନ୍ୟ ସମସ୍ତ କ୍ଷେତ୍ରରେ ଲଗାତର ସଫଳତା ହାସଲ କରିଆସୁଛନ୍ତି। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ ଓ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଦିବ୍ୟାଂଶୁଙ୍କ ସହ ତାଙ୍କ ଅଭିଭାବକ ଏହି ସଫଳତା ପାଇଁ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?