ରେକର୍ଡ ନିଶାରେ ଦିବ୍ୟଜ୍ୟୋତି

କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି ମୁଦ୍ରା ଏବଂ ୨୦ ନୋଟ୍‌ ସଂଗ୍ରହ କରି ସେ ରେକର୍ଡ ସୃଷ୍ଟି କରିଥିଲେ। ଏବେ ଅନ୍‌ଲାଇନ୍‌ ମାଧ୍ୟମରେ କ୍ଲାସ କରି ନିଜର ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ କୁଇଜ୍‌, ୱେବିନାର ଓ ୱାର୍କଶପରେ ଭାଗ ନେଇ ସେ ଅନେକ ପୁରସ୍କାର ଜିତିଛନ୍ତି। ଦୁଇ ହଜାରରୁ ଊର୍ଦ୍ଧ୍ୱ ଅନ୍‌ଲାଇନ୍‌ କ୍ଲାସ୍‌ କରି ସାର୍ଟିଫିକେଟ୍‌ ହାସଲ କରିବା ସହ ରେକର୍ଡ ସୃଷ୍ଟି କରିଛନ୍ତି। କମ୍‌ ବୟସରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦିବ୍ୟଜ୍ୟୋତି। ବାପା ବିଜୟା ଜେନା ଓ ମାଆ ନିହାରିକା ଜେନାଙ୍କ ଏକମାତ୍ର ପୁଅ ଦିବ୍ୟଜ୍ୟୋତି। ସେ ଏବେ କଟକ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ର। ତାଙ୍କର ଏହି ଅନନ୍ୟ କୃତିତ୍ୱ ପାଇଁ ସବୁଠି ତାଙ୍କୁ ପ୍ରଶଂସା ମିଳୁଛି। ଏ ସମ୍ପର୍କରେ ଦିବ୍ୟଜ୍ୟୋତି କହିଛନ୍ତି, ଲକ୍‌ଡାଉନ୍‌ ସମୟରେ କଲେଜ କ୍ଲାସ୍‌ ବନ୍ଦ ରହିଥିଲା। ତେଣୁ ଖାଲି ବସିବା ଅପେକ୍ଷା ଅନ୍‌ଲାଇନ୍‌ରେ ଫ୍ରି କୋର୍ସ କରିବାକୁ ଇଚ୍ଛା ହେଲା। ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ମଧ୍ୟରେ ଦୁଇ ହଜାରରୁ ଅଧିକ ସାର୍ଟିଫିକେଟ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ହାସଲ କରିପାରିଛି। ସେଥିମଧ୍ୟରୁ କିଛି ସାର୍ଟିଫିକେଟ୍‌ ହାସଲ କରି ଅର୍ଥରାଶି ମଧ୍ୟ ପୁରସ୍କାର ଆକାରରେ ପାଇଛି। ଆମାଜନ୍‌, ଅମିତ ୟୁନିଭର୍ସିଟି, ଆଇଆଇଟି କାନପୁର, ମାଇକ୍ରୋସଫ୍ଟ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏନ୍‌ଆଇଟି ଆନ୍ଧ୍ରପ୍ରଦେଶ, ୟୁନାଇଟେଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ, ବିଜେବି ଅଟୋନମସ କଲେଜ, କିଟ୍‌ ୟୁନିଭର୍ସିଟି, ସିଭି ରମନ୍‌ ଗ୍ଲୋବାଲ୍‌ ୟୁନିଭର୍ସିଟି, ନାଗପୁର ୟୁନିଭର୍ସିଟି, ୱାଲ୍ଡ ହେଲ୍‌ଥ ଅର୍ଗାନାଇଜେଶନ, ଦିଲ୍ଲୀ ଟେକ୍ନୋଲୋଜି ୟୁନିଭର୍ସିଟି, ପୁଡୁଚେରୀ ୟୁନିଭର୍ସିଟି ଆଦି ସଂସ୍ଥାରୁୁ ଅନ୍‌ଲାଇନ୍‌ ମାଧ୍ୟମରେ ସାର୍ଟିଫିକେଟ୍‌ ହାସଲ କରିଛି। ଏପରି କି ଲକ୍‌ଡାଉନ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଅଧିକ ସାର୍ଟିଫିକେଟ୍‌ ହାସଲ କରି ଆମେରିକା ବୁକ୍‌ ଅଫ୍‌ ରେକର୍ଡରେ ସେ ନିଜ ନାମ ସାମିଲ କରିଛନ୍ତି। ଏଥିସହ ଦିବ୍ୟଜ୍ୟୋତି ଜେନା ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ଫ୍ରି ଅନ୍‌ଲାଇନ୍‌ କୋର୍ସ, କୁଇଜ୍‌ ଏବଂ ୱାର୍କଶପ ଉପରେ ସେ ମାଗଣାରେ ତଥ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ରେ ସମ୍ବର୍ଦ୍ଧିତ ହେବେ ୯୯୦୦ ବରିଷ୍ଠ ମତଦାତା

ଭୁବନେଶ୍ବର,୨୭ା୯(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗ ଏକ ସଶକ୍ତ, ସୁଦୃଢ଼ ନିର୍ବାଚନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କୌଣସି ଭୋଟର ଯେପରି ମତଦାନରୁ ବାଦ୍‌ ନ...

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଭଞ୍ଜନଗର,୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ...

ପିସି କାରବାରରେ ବନ୍ଧା ପିଏମ୍‌ଜିଏସ୍‌ୱାଇ

ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍‌ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ...

ବ୍ରିଜ୍‌ରେ ସ୍କୁଟି ରଖି ଚାଲିଯିବାରୁ ଅଡୁଆ

ବାରଙ୍ଗ,୩୧।୮(ଡି.ଏନ.ଏ.): ଗତ କିଛିଦିନ ଧରି କଟକ ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ମଙ୍ଗଳବାର ଭୋରୁ ଉକ୍ତ...

ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ

ବାଲୁଗାଁ,୩।୧୧(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂଚନା ଅନୁଯାୟୀ, ସୋମବାର...

ଏସ୍‌ଆଇଟିର ତଦନ୍ତ ଜାରି

ନୟାଗଡ଼ ଅଫିସ,୫।୧୨: ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍‌ ୨ଥର ଯଦୁପୁରରେ ପହଞ୍ଚତ୍...

ଟ୍ରାନ୍ସଫର୍ମରରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌: ଦୁଇ ଗୁରୁତର

ରାୟଗଡ଼ା ଅଫିସ,୫।୩: କାଶୀପୁର ସଦର ମହକୁମାରେ ବୁଧବାର ବିଳମ୍ବିତ ରାତିରେ ହନୁମାନ ନାମକ ଏକ ବସ୍‌ ସୁଙ୍ଗେରଠାରୁ କାଶୀପୁର ଆଡ଼କୁ ଫେରୁଥିଲା। ମେଡିକାଲ ଛକ ଗଡ଼ାଣିଆରେ...

କୋରାପୁଟ ଜିଲାରେ ୧୫୪୭.୭ ମିମି ବର୍ଷା ରେକର୍ଡ : ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି

କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୧୫୪୭.୭ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ସେଥିମଧ୍ୟରୁ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨...

Advertisement
Archives

Model This Week