ବିଭାଜନ ରାଜନୀତି

ଭାରତରେ ଗୋଟିଏ ରାଜନୈତିକ ଦଳ ଏକଚାଟିଆ ଭାବେ ଧର୍ମାନ୍ଧତା ଓ ପକ୍ଷପାତକୁ ପ୍ରଶ୍ରୟ ଦେଇଛି। ଯଦି ତୁମ ସାଥୀ ଭାରତୀୟମାନଙ୍କ ଉପରେ ହେଉଥିବା ଉତ୍ପୀଡନ ଓ କ୍ରୂରତାକୁ ସମର୍ଥନ କରିବାକୁ ଇଚ୍ଛୁକ ନୁହଁ, ତେବେ ଏହି ଗୋଟିଏ ଦଳକୁ ଛାଡ଼ି ଅନ୍ୟ ଦଳଗୁଡ଼ିକ ମଧ୍ୟରୁ ଯେ କୌଣସିଟିକୁ ଭୋଟ ଦେଇପାରିବ। ତାମିଲନାଡୁରେ ପୁରୁଣା ଡିଏମ୍‌କେରୁ ବିଭାଜିତ ହୋଇଥିବା ଦୁଇଟି ଦଳ, କେରଳରେ ଅନେକ ବାମଦଳ ଓ କର୍ନାଟକରେ ଦେବେଗୌଡ଼ାଙ୍କ ଜନତାଦଳ (ଧର୍ମନିରପେକ୍ଷ) ଦଳ ଅଛି। ଏହା ବ୍ୟତୀତ ଭାରତରେ ଆହୁରି ବହୁ ଦଳ ଅଛନ୍ତି ଯେଉଁଗୁଡ଼ିକ କଂଗ୍ରେସରୁ ସୃଷ୍ଟି ହୋଇଛନ୍ତି, ଯଥା- ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି), ମହାରାଷ୍ଟ୍ରରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି), ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆର୍‌ସିପି)। କଂଗ୍ରେସ ବ୍ରାଣ୍ଡ୍‌ର ପରିଚିତି ଥିବାରୁ ଏସବୁ ଦଳ କଂଗ୍ରେସ ନାମକୁ ସ୍ଥାନ ଦେଇଛନ୍ତି। ଏହି ସବୁ ଦଳ ବ୍ୟତୀତ ଜାତୀୟ ସ୍ତରରେ କଂଗ୍ରେସ ଦଳ ଅଛି। ତୁମେ ପିଡିପି କିମ୍ବା ଏନ୍‌ସିକୁ ଭୋଟ ଦେଇପାର (ଯଦି କେବେ କଶ୍ମୀରରେ ନିର୍ବାଚନ ହୁଏ) କିମ୍ବା ଦିଲ୍ଲୀରେ ଏଏପି ବା ତେଲଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ଟିଆର୍‌ଏସ୍‌କୁ ଭୋଟ ଦେଇପାର। ତେବେ ଏହିସବୁ ଦଳରୁ କୌଣସିଟି ଠିକ୍‌ ବା ଦୋଷରହିତ ନୁହନ୍ତି। ସେଗୁଡ଼ିକ ମଧ୍ୟରୁ ଅନେକ କ୍ଷମତାରେ ଥିବାବେଳେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ଇତିହାସ ଅଛି ଏବଂ ସଂଖ୍ୟାଲଘୁଙ୍କ ଉତ୍ପୀଡନ ଦୂର କରିବାରେ ବି ଅକ୍ଷମ ହୋଇଛନ୍ତି। କିନ୍ତୁ ସବୁ ଦଳ ମଧ୍ୟରେ କେବଳ ଭାରତୀୟ ଜନତା ପାର୍ଟି(ଭାଜପା) ନିର୍ଯାତନା ଦେବାକୁ ଅଧିକ ଆଗ୍ରହୀ। ୨୦୧୯ ପରେ ବିଶେଷକରି ଭାଜପା ଯେଭଳି ସକ୍ରିୟ ଭାବେ ନାଗରିକତ୍ୱ, ଛାଡପତ୍ର ଓ ଖାଦ୍ୟ ଉପରେ ଏବଂ ପୃଥକୀକରଣ ଆଇନ କରିଛି ତାହା ଅନ୍ୟ କୌଣସି ପାର୍ଟି କରିବାକୁ ଚାହଁିନାହାନ୍ତି। ଅନ୍ୟ କୌଣସି ଦଳ ଜାଣିଶୁଣି ମୁସଲମାନଙ୍କୁ ପୃଥକ୍‌ କରୁନାହାନ୍ତି। ଭାଜପାର ୩୦୩ ଲୋକ ସଭା ଏବଂ ୯୨ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରେ ଜଣେ ହେଲେ ବି ମୁସଲମାନ ନାହାନ୍ତି। ଭାଜପା ଜାଣିଶୁଣି ଓ ସୁପରିକଳ୍ପିତ ଭାବେ ଧର୍ମକୁ ଆଧାରକରି ସମାଜର ବିଭାଜନ କରୁଛି। ଧର୍ମୀୟଭିତ୍ତିରେ ଏଭଳି କାର୍ଯ୍ୟକଳାପରୁ ଭାଜପାକୁ ଲାଭ ମିଳୁଥିଲେ ବି ତାହା ଅନ୍ୟ ଦଳ କରିବାକୁ ଚାହଁୁ ନାହାନ୍ତି।
ଭାଜପାର କିଛି ବିଚାରଧାରା ପାକିସ୍ତାନର ରାଜନୈତିକ ଦୃଶ୍ୟପଟରେ ସକ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକ ସହ ସମାନ। ସେଠାରେ ସବୁ ଦଳ ସଂଖ୍ୟାଲଘୁ (ଜନସଂଖ୍ୟାର ପାଖାପାଖି ୩%) ବିରୋଧୀ। ୧୯୪୮ରେ ଜିନ୍ନାଙ୍କ ମୃତ୍ୟୁର ୬ ମାସ ପରେ ପାକିସ୍ତାନ ସମ୍ବିଧାନ ସଭାରେ କୁହାଯାଇଥିଲା ଯେ, ସଂଖ୍ୟାଲଘୁଙ୍କୁ ସ୍ବାଧୀନ ଭାବେ ସେମାନଙ୍କ ଧର୍ମ ପାଳନ କରିବା ପାଇଁ ଅଧିକାର ଦିଆଯିବ। କୁହାଯାଇଥିଲା ଯେ, ସମ୍ବିଧାନର ଧର୍ମୀୟ ବିଚାର କ୍ଷେତ୍ରରେ କେବଳ ମୁସଲମାନମାନେ ଅଧିକ ସମର୍ପିତ ଓ ଅନୁକୂଳ ବ୍ୟବହାର ପ୍ରଦଶର୍ର୍ନ କରିବେ। କିନ୍ତୁ ଏହା ହେଲା ନାହିଁ। ପରେ ସଂଖ୍ୟାଲଘୁଙ୍କ ପ୍ରତି ଧ୍ୟାନ ଦେବାରେ ପାକିସ୍ତାନ ବିଫଳ ହେଲା। ସଂଖ୍ୟାଲଘୁଙ୍କୁ ରାଜନୈତିକ ପଦବୀରୁ ଦୂରେଇ ରଖିବା ଲାଗି ବହୁ ଆଇନ ଗଢ଼ାଗଲା। ୧୯୫୦ ଦଶକର ଶେଷଭାଗରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା ଓ ଏହା ୧୯୮୦ ଦଶକରେ ଶୀର୍ଷରେ ପହଞ୍ଚିଥିଲା। ହେଲେ ଗତ ଦୁଇ ଦଶନ୍ଧିରେ ସ୍ଥିତି ଆଂଶିକା ଭାବେ ଓଲଟିବା ଆରମ୍ଭ ହୋଇଛି। ଶେଷରେ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାରରେ କିଛି ଲାଭ ନାହିଁ, ବରଂ ତାହା ଦେଶ ଓ ବ୍ୟବସ୍ଥା ପ୍ରତି ଦୀର୍ଘମିଆଦୀ କ୍ଷତି କରୁଥିଲା ବୋଲି ଅନୁଭବ କରାଗଲା। ବାଂଲାଦେଶ ସମ୍ବିଧାନ ଆରମ୍ଭ ହୁଏ ଆଲ୍ଲାଙ୍କ ପଂକ୍ତିରୁ। ଭାରତ ଭଳି ଏହାର ପ୍ରସ୍ତାବନାରେ ଧର୍ମନିରପେକ୍ଷବାଦ ପ୍ରତି ପ୍ରତ୍ରିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ ରହିଛି। ତା’ପରେ ଏହା କହିଛି ଯେ, ସାମ୍ପଦାୟିକବାଦ, କୌଣସି ଧର୍ମ ସପକ୍ଷରେ ରାଜନୈତିକ ବ୍ୟବସ୍ଥା, ରାଜନୈତିକ ଉଦ୍ଦେଶ୍ୟରେ ଧର୍ମୀୟ ନିର୍ଯାତନା ଏବଂ ବାଛବିଚାର ଓ ଅତ୍ୟାଚାରର ମୂଳୋତ୍ପାଟନ ଦ୍ୱାରା ହିଁ ଧର୍ମନିରପେକ୍ଷବାଦର ସିଦ୍ଧାନ୍ତ ଅନୁଭବ କରିହେବ। କିନ୍ତୁ ଭାରତରେ ଯେଭଳି ରାଜନୈତିକ ବିରୋଧୀ ଓ ସିଭିଲ ସୋସାଇଟିକୁ ନିର୍ଯାତନା ଦିଆଯାଉଛି ବାଂଲାଦେଶରେ ବି ସେଭଳି କରାଯାଉଛି। ଭି-ଡେମ୍‌ ସଂସ୍ଥା ଦ୍ୱାରା ଘୃଣାକୁ ନେଇ କରାଯାଇଥିବା ଉଦାରବାଦୀ ଗଣତନ୍ତ୍ର ସୂଚକାଙ୍କରେ ଭାରତ ପଛରେ ବାଂଲାଦେଶ ରହିଛି। ସ୍ବାଧୀନତାକୁ ନେଇ ଫ୍ରିଡମ୍‌ ହାଉସର ବିଶ୍ୱ ସୂଚକାଙ୍କରେ ବାଂଲାଦେଶ ମଧ୍ୟ ଭାରତ ପଛରେ ଅଛି ଓ ଏଥିରେ ଉଭୟ ଦେଶକୁ ଆଂଶିକ ସ୍ବାଧୀନ ବୋଲି ଦର୍ଶାଯାଇଛି। ତିନି ଦେଶ ମଧ୍ୟରେ ବାଂଲାଦେଶ ହେଉଛି ଏକମାତ୍ର ଦେଶ ଯାହାର କ୍ୟାବିନେଟ୍‌ରେ ପ୍ରମୁଖ ସଂଖ୍ୟାଲଘୁ ସମ୍ପ୍ରଦାୟର ସାଧନ ଚନ୍ଦ୍ର ମଜୁମଦାର ପ୍ରତିନିଧିତ୍ୱ କରୁଛନ୍ତି।
ପାକିସ୍ତାନ ତା’ର ପ୍ରାରମ୍ଭିକ ଦଶନ୍ଧିଗୁଡ଼ିକରେ ଯାହା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ୨୦୧୪ ପରେ ଭାରତ ତାହା ପ୍ରୟୋଗ କରୁଛି। ଯଦିଓ ଭାରତର ଏବକାର ଆର୍ଥିକ ସଫଳତା ମୁଖ୍ୟତଃ ବାକ୍‌ପଟୁତାରେ ସୀମିତ, ତେବେ ଏହା ଜାଣିବା ଦରକାର ଯେ, ପାକିସ୍ତାନ ୧୯୬୦ ଦଶକରେ ବହୁବାର ୧୦% ଅଭିବୃଦ୍ଧି ଛୁଇଁଥିଲା। ରାଜନୈତିକ ବିଶେଷଜ୍ଞ ହଣ୍ଟିଂଟନ୍‌ ସେ ସମୟରେ ଆୟୁବ ଖାଁଙ୍କୁୁ ଗ୍ରୀକ୍‌ ଆଇନ ନିର୍ମାତା ସୋଲୋନ ଏବଂ ଲିକୁରଗୁସଙ୍କ ସହ ତୁଳନା କରିଥିଲେ। ଏଠାରେ ପ୍ରକୃତ କଥା ହେଉଛି, ଅତି କମ୍‌ରେ ସ୍ବଳ୍ପ ଅବଧି ପାଇଁ ଆର୍ଥିକ ଅଭିବୃଦ୍ଧି ବିଭାଜନ ବା ବହିଷ୍କରଣ ରାଜନୀତି ସହ ସାଥ-ସାଥ ଚାଲିପାରିବ। କିନ୍ତୁ ଦୀର୍ଘଦିନ ଧରି ଏହା ହୋଇପାରିବ ନାହିଁ। ନିଜ ନାଗରିକଙ୍କୁ ଆକ୍ରମଣ କରିବା, ଆଇନ ଓ ନୀତି ମାଧ୍ୟମରେ ଲଗାତର ନିର୍ଯାତନା ଦେବା, ସନ୍ତ୍ରାସବାଦ ଓ ଭିଡ଼ହିଂସାକୁ ଉତ୍ସାହିତ କରୁଥିବା ଦେଶଗୁଡ଼ିକ ରେକର୍ଡରେ ସଫଳତା ନାହିଁ। ଏହା ସମ୍ଭବତଃ କିମ୍ବା ଏକମାତ୍ର କାରଣ, ଯେଉଁଥିପାଇଁ ବିଭାଜନ କରୁଥିବା ତଥା ନିର୍ଯାତନା ଦେଉଥିବା ରାଜନୀତି ନିର୍ବାଚନ ଦୃଷ୍ଟିରୁ ଲାଭଦାୟକ ହୋଇପାରୁଥିଲେ ବି ଗୋଟିଏ ଦଳ(ଭାଜପା)କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦଳ ଏହି ଭାବନାରୁ ଦୂରେଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri