Posted inଫୁରସତ

ଦୀର୍ଘ ୭ଦଶନ୍ଧି ଧରି ଚାଲିଛି କଲମ, କୁହନ୍ତି – ପାଠକଙ୍କ ଭଲପାଇବାରେ ଈଶ୍ୱରୀୟ କୃପା ମିଳୁଛି…

ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ରୁଚି ତାଙ୍କର ସାହିତ୍ୟ ଓ କଳାସଂସ୍କୃତି। ଏକାଧାରରେ ସେ ଜଣେ ସମାଜସେବୀ, ଚିକିତ୍ସକ, ଗାଳ୍ପିକ ଓ ଗବେଷକ। ଦୀର୍ଘ ୭ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଝରି ଯାଇଛି ବହୁ କାବ୍ୟ କବିତାର ଶବ୍ଦାବଳୀ। ତାଙ୍କ କଲମ ଚାଳନାରେ ସୃଷ୍ଟି ହୋଇଛି ଏକାଧିକ ପୁସ୍ତକ। ବିଶେଷକରି ପ୍ରାକୃତିକ ପରିବେଶ, ପୁରାଣକଥା ଓ ସ୍ବାସ୍ଥ୍ୟ ଚିକିତ୍ସା ସମ୍ପର୍କରେ ସେ ରଚନା କରିଛନ୍ତି ଅନେକ ପୁସ୍ତକ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ସୁଦାମ ଚରଣ ବେହେରା। ଜନ୍ମ ତା ୬ା୧୧ା୧୯୪୨ରିଖ। ପିତା- ମଧୁସୂଦନ ବେହେରା, ମାତା- ଦୋଳି ଦେଈ। ଘର କଟକ ଜିଲାର ୪୨ ମୌଜା ଅଧୀନ ଡିହସରିଚୁଆଁ ଗାଁରେ। ସେ କୁହନ୍ତି ପିଲାଦିନେ ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିଲା। ବହୁ କଷ୍ଟରେ ପାଠ ପଢିିବାକୁ ଯାଇଥିଲି। କିନ୍ତୁ ଆମ ଗାଁର ପ୍ରାକୃତିକ ପରିବେଶ ମୋତେ ଜଣେ ସୃଜନଶୀଳତ ମଣିଷ ହେବାରେ ସାହାଯ୍ୟ କଲା। ସ୍କୁଲ ବୟସରୁ ମୋର କବିତା ଲେଖିବା ଆରମ୍ଭ ହୋଇଥିଲା। ସେତେବେଳେ ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା, ସେଠାରେ ପହଞ୍ଚତ୍ ଯାଉଥିଲି, ଏହା ମୋର ନିଶା ହୋଇ ଯାଇଥିଲା। ବିଶେଷକରି ଆମଗାଁ ଏବଂ ଆଖପାଖ ପଡ଼ୋଶୀ ଗାଁରେ ପାଲା ତଥା ବିଭିନ୍ନ ଲୋକକଳା ପରିବେଷଣ ହେଉଥିଲା, ଯାହା ମତେ ଖୁବ୍‌ ଭଲ ଲାଗୁଥିଲା। ଏବଂ ପରବର୍ତ୍ତୀ ସମୟରେ ଏହା ମତେ ପୁରାଣକଥା ଲେଖିବାକୁ ପ୍ରୋତ୍ସାହିତ କରିଥିଲା। ଗାଁ ନିକଟ ଏକ ଆମ୍ବତୋଟାକୁ ଯାଏ। ସେଠାରେ ମହିମା ଗାଦି ରହିଛି । ସେଠାରେ ବସି ଲେଖାଲେଖି କରେ। ମା’ ଭଗବତୀ ଓ ଜଗନ୍ନାଥଙ୍କ କୃପାରୁ ମୋର ଲେଖାଲେଖି ଜାରି ରହିଛି। ସେଥିମଧ୍ୟରୁ ୧୯୬୦ ଦଶକରେ ‘ଷଡ଼ରସ ତରଙ୍ଗ’, ‘ଶ୍ରୀଜଗନ୍ନାଥ ଜଣାଣ’, ଆର୍ତ୍ତସ୍ତୁତି, ସ୍ବପ୍ନ ସୁନ୍ଦରୀ ଓଡ଼ିଶା, ‘ଭାବ ତରଙ୍ଗିଣୀ ’ଏବଂ ହୋମିଓପାଥିକ ଚିକିତ୍ସାକୁ ନେଇ ହୋମିଓପାଥିକ ୧ମ ଭାଗ,୨ୟ ଭାଗ ଓ ୩ୟ ଭାଗ ଆଦି ପୁସ୍ତକ ରଚନା କରିଛି। ଏହାପରେ ‘ପଦ୍ମାବତୀ’, ‘କୁଶଭଦ୍ରା’, ସ୍ବର୍ଗଦ୍ୱାର, ମାଟିମା, ମୋ ଗାଁ ମୋ ମା’ ଆଦି କାବ୍ୟ ପ୍ରକାଶିତ ହେଲା। ୧୯୭୦ରୁ ୧୯୯୦ ମଧ୍ୟରେ ପ୍ରାୟ ୮ଖଣ୍ଡ କାବ୍ୟ ଲେଖିସାରିଛି। ମୋର ପେସାଗତ ଜୀବନକୁ ଦେଖିଲେ ରେଭେନ୍‌ଶାରେ ଯୁକ୍ତ ୨ ପଢୁଥିବା ବେଳେ ୧୯୬୩ରେ ବେଣ୍ଟକାର ମଧ୍ୟ ଇଂରାଜୀ ସ୍କୁଲରେ ସହକାରୀ ଶିକ୍ଷକଭାବେ ନିଯୁକ୍ତି ପାଇଥିଲି। ସ୍କୁଲରୁ ଫେରିଲା ପରେ ଗାଁରେ ହୋମିଓପାଥିକ ଚିକିତ୍ସା କରୁଥିଲି। ୨୦୦୧ ପର୍ଯ୍ୟନ୍ତ ଶିକ୍ଷକତା କରିଥିଲି। ସେହି ସମୟରେ ବି ଲେଖାଲେଖି ଚାଲିଥାଏ। ଏବେ ଅବଶ୍ୟ ବୟସ ହେବାରୁ ମୋର ଦେହ ଅସୁସ୍ଥ ହେଲାଣି ତଥାପି ଟିକେ ସୁସ୍ଥ ଅନୁଭବ କଲେ କଲମଟିଏ ଧରି ମନକୁ ଯାହା ଆସେ ତାହା ଲେଖିଥାଏ। ପରେ ସେସବୁ କବିତା ହୋଇଯାଏ। ଏମିତି କାବ୍ୟକବିତା ଲେଖିବାରେ ରାତି ବିତିଯାଏ । ଯେତେ ଅନିଦ୍ରା ହେଲେବି ଦେହକୁ କଷ୍ଟ ଜଣାପଡ଼େ ନାହିଁ। ଏଥିରେ ମାନସିକ ଶାନ୍ତି ମିଳେ। ଏବେ ଅବସର ପରେ ବୟସ ବଢି ଯାଇଥିବାରୁ ଆଗଭଳି ଆଉ ଚିକିତ୍ସା ସେବା କରିପାରୁନାହିଁ କିନ୍ତୁ ବିଭିନ୍ନ ସମୟରେ ମୋ ପାଖକୁ ଆସୁଥିବା ରୋଗୀଙ୍କୁ ଆରୋଗ୍ୟ ନିମନ୍ତେ ପରାମର୍ଶ ଦେଉଛି। ଏଥିରେ ଅନେକ ଲୋକ ଉପକୃତ ହୋଇଛନ୍ତି। ସାହିତ୍ୟ ସାଧନା, ରୋଗୀସେବା ଓ ଶିକ୍ଷାଦାନରେ ମୋତେ ଭିନ୍ନ ପରିଚୟ ମିଳିଛି। ପୁରସ୍କାରଠାରୁ ପାଠକଙ୍କ ଭଲପାଇବାରେ ଈଶ୍ୱରୀୟ କୃପା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?